ETV Bharat / bharat

Hyderabad: 4 ଦିନ ପରେ ମିଳିଲା ନାଳରେ ଭାସିଯାଇଥିବା ମହିଳାଙ୍କ ମୃତଦେହ, ସରକାରଙ୍କୁ ଘେରିଲେ ବିରୋଧୀ

author img

By ETV Bharat Odisha Team

Published : Sep 7, 2023, 6:44 PM IST

ହାଇଦ୍ରାବାଦର ଅମ୍ବରପେଟରେ ଅଭାବନୀୟ ଘଟଣା । ନାଳରେ ଭାସି 56 ବର୍ଷୀୟା ମହିଳାଙ୍କ ମୃତ୍ୟୁ । ସରଗରମ ରାଜନୀତି । ଅଧିକ ପଢନ୍ତୁ

ବର୍ଷାଜଳରେ ଭାସି ଗଲା ଜୀବନ
ବର୍ଷାଜଳରେ ଭାସି ଗଲା ଜୀବନ

ହାଇଦ୍ରାବାଦ: ନାଳରେ ଭାସି ଚାଲିଗଲା ମହିଳାଙ୍କ ଜୀବନ । 4 ଦିନ ପରେ ମୃତଶରୀର ଉଦ୍ଧାର କଲା ପୋଲିସ । ଘଟଣାକୁ ନେଇ ସରଗରମ ରାଜନୀତି । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଅମ୍ବରପେଟରେ । 56 ବର୍ଷୀୟା ଜଣେ ମହିଳା ଦୁର୍ଘଟଣାବସତଃ ଏକ ନାଳରେ ଭାସିଯାଇଥିଲେ । ଗତ ରବିବାର ସେ ହୁସେନ ସାଗର ବର୍ଷା ଜଳ ପ୍ରବାହିତ ହେଉଥିବା ନାଳରେ ଭାସିଯାଇଥିଲେ । ବୁଧବାର ତାଙ୍କ ମୃତଦେହ ମୁସାରାମବାଗ ବ୍ରିଜର ମୂଷି ନଦୀରୁ ମିଳିଥିଲା । ସରକାରଙ୍କ ଡ୍ରେନେଜ ବ୍ୟବସ୍ଥାକୁ ନେଇ ଗର୍ଜିଲା ବିରୋଧ ।

ପୋଲିସ ସୂଚନା ଅନୁଯାୟୀ, ନାଳରେ ଭାସିଯାଇଥିବା ମହିଳା ଜଣକ ନାମ ଲକ୍ଷ୍ମୀ ହୋଇଥିବା ବେଳେ ସେ ଦମୋଦରମ ସଞ୍ଜିଭ୍ୟାନଗର ବସ୍ତିରେ ରହୁଥିଲେ । ଗତ କିଛି ଦିନ ତଳେ ତାଙ୍କ ସ୍ବାମୀ ଭେଙ୍କଟେସଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ତିନିଜଣ ଝିଅ ବିବାହ ସରିଥିବା ବେଳେ ଲକ୍ଷ୍ମୀ ଏକାକୀ ରହୁଥିଲେ । ରବିବାର ତାଙ୍କ ସାନ ଝିଅ ସଞ୍ଜୁକ୍ତା ତାଙ୍କୁ ଦେଖା କରିବାକୁ ଅସିବା ସମୟରେ ସେ ଘରେ ନିଥିଲେ । ବହୁ ସମୟଧରୀ ଖୋଜାଖୋଜି କରିବା ପରେ ମଧ୍ୟ ଲକ୍ଷ୍ମୀଙ୍କ ପତ୍ତା ମିଳିନଥିଲା । ଯାହାପରେ ଅମ୍ବରପେଟ ପୋଲିସରେ ଏକ ମାମଲା ଦାୟର କରିଥିଲେ ସଞ୍ଜୁକ୍ତା ।

ପୋଲିସ ଘରେ ନିକଟରେ ଥିବା ସିସିଟିଭି କ୍ଯାମେରା ଯାଞ୍ଚ କରିଥିଲେ । ହେଲେ ଲକ୍ଷ୍ମୀଙ୍କ କୌଣସି ପତ୍ତା ମିଳିନଥିଲା । ଲକ୍ଷ୍ମୀ ନାଳରେ ଭାସିଯାଇଥିବା ଅନୁମାନ କରି ପୋଲିସ ଏବଂ GHMC କର୍ମଚାରୀଙ୍କ ସହ ଖୋଜାଖୋଜି କରାଯାଇଥିଲେ । ହେଲେ ତାଙ୍କର କୌଣସି ଖୋଜଖବର ମିଳି ନଥିଲା । ଚାରି ଦିନ ପରେ ମୁସାରାମବାଗ ବ୍ରିଜ ନିକଟ ମୂଷିରେ ତାଙ୍କ ମୃତଦେହ ମିଳିଥିଲା । ସ୍ଥାନୀୟ ଲୋକ ଅମ୍ବରପେଟ୍‌ ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।

ଏହା ବି ପଢ଼ନ୍ତୁ: ପୁରୀ ମୁଖ୍ୟ କେନାଲରେ ଭାସିଯାଇଥିଲେ ଛାତ୍ର, 30 ଘଣ୍ଟା ପରେ ମିଳିଲା ମୃତଦେହ

ଗତକାଲି ମୃତଦେହ ବ୍ୟବଚ୍ଛେଦ କରିବା ପରେ ଅମ୍ବରପେଟ୍‌ ପୋଲିସ ଲକ୍ଷ୍ମୀଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରେ ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ବିଭିନ୍ନ ଦଳର ନେତା ତେଲେଙ୍ଗାନା ସରକାରଙ୍କୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । CPM ଏବଂ TDPର ନେତାମାନେ ମୃତ ଲକ୍ଷ୍ମୀଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ସାହାନୁଭୁତି ପ୍ରଦାନ କରିଛନ୍ତି । ହାଇଦ୍ରାବାଦ ଭଳି ବଡ଼ ସହରର ଡ୍ରେନେଜ୍‌ ବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ କରିଛି ବିରୋଧୀ । CPM ନଗର ସଚିବ ଏମ୍‌ ଶ୍ରୀନିବାସ ସରକାରଙ୍କ ଉପରେ ବର୍ଷିବା ସହ ମୃତକଙ୍କ ପରିବାରବର୍ଗଙ୍କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ସେପଟେ ଏହାକୁ ନେଇ ମ୍ୟୁନସିପାଲ ମନ୍ତ୍ରୀ KTR କହିଛନ୍ତି ଏହା ନିଶ୍ଚିନ୍ତ ରୂପେ ଏକ ଦୁଃଖଦ ଘଟଣା । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ସହ ମୋର ସମବେଦନା ରହିଛି । ଏପରି ଘଟଣା ଯେପରି ପୂନର୍ବାର ନଘଟେ ସେନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.