ETV Bharat / state

ପୁରୀ ମୁଖ୍ୟ କେନାଲରେ ଭାସିଯାଇଥିଲେ ଛାତ୍ର, 30 ଘଣ୍ଟା ପରେ ମିଳିଲା ମୃତଦେହ

author img

By ETV Bharat Odisha Team

Published : Sep 7, 2023, 11:12 AM IST

Updated : Sep 7, 2023, 1:45 PM IST

ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଥାନା ଅଧିନ ଅଲାରପୁର ନିକଟ ପୁରୀ ମୁଖ୍ୟ କେନାଲରେ ଭାସିଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

a student body recovered
a student body recovered

a student body recovered

ନିଆଳି: କେନାଲରେ ଭାସିଯାଇ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର । ଦୀର୍ଘ ୩୦ ଘଣ୍ଟା ପରେ ଗତକାଲି ଅପରାହ୍ନରେ କେନାଲରୁ ମୃତଦେହ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଥାନା ଅଧିନ ଅଲାରପୁର ନିକଟ ପୁରୀ ମୁଖ୍ୟ କେନାଲରେ ଗତ ମଙ୍ଗଳବାର ସାଙ୍ଗ ମାନଙ୍କ ସହିତ ଆସି ଛାତ୍ର ନିଖୋଜ ଥିବା ବେଳେ ଗତକାଲି ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଛାତ୍ର ଜଣଙ୍କ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର କେନ୍ଦ୍ରୀୟ ବିଦ୍ୟାଳୟ +୨ ଛାତ୍ର ଜୟଦେବ ପ୍ରସାଦ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ମଧ୍ୟାହ୍ନରେ ଜୟଦେବ ଓ ତାଙ୍କର ୩ ସାଙ୍ଗ ଅଲାରପୁର ନିକଟ ପୁରୀ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇଥିଲେ। ଏନେଇ ସେଠାରେ ସ୍ଥାନୀୟ ଲୋକମାନେ କେନାଲରେ ଅକାତ ପାଣି ଥିବାରୁ ଗାଧୋଇବା ପାଇଁ ବାରଣ କରିଥିଲେ। ବାରଣ ସତ୍ତ୍ୱେ ଜୟଦେବ ଓ ସାଙ୍ଗମାନେ ପୁରି ମୁଖ୍ୟ କେନାଲ ଭିତରକୁ ଯାଇଥିଲେ । ସେଠାରେ ଜୟଦେବ ଅସ‌ାବଧାନତାବଶତଃ ପାଣି ଭିତରକୁ ଟାଣି ହୋଇଯାଇଥିଲେ ଏବଂ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେ ବୁଡ଼ିଯାଉଥିବା ଦେଖି ସାଙ୍ଗମାନେ ଉପରକୁ ଆସି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ । ସ୍ଥା‌ନୀୟ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ବାଳକାଟି ଫାଣ୍ଡି ପୋଲିସ ପହଞ୍ଚି ରାତି ୯ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ମଧ୍ୟ ଜୟଦେବଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇ ନଥିଲେ । ବୁଧବାର ପୂର୍ବାହ୍ନରେ ପୁଣି ଭୁବନେଶ୍ବର ଓଡ୍ରାଫ୍‌ ଟିମ୍‌ ସହ ବାଲିଅନ୍ତା ଅଗ୍ନିଶମ ବାହିନୀ ମିଳିତ ଭାବେ ଖୋଜାଖୋଜି କରିଥିଲେ । କିନ୍ତୁ ଅପରାହ୍ନ ପ୍ରାୟ ୨ଟା ବେଳେ ଘଟଣାସ୍ଥଳ ଠାରୁ ପ୍ରାୟ ୩ କି ମି ଦୂର ହୀରାପୁର ନିକଟରେ ଜୟଦେବଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ବାଲିଅନ୍ତା ଥାନା ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ।

ଏହା ମଧ୍ୟ ପଢନ୍ତୁ- ମହାନଦୀରେ ନିଖୋଜ, କୁଆଖାଇରୁ ମିଳିଲା ମୃତଦେହ

ପ୍ରକାଶ ଥାଉକି, ଗତ ମାସରେ ତ୍ରିଶୁଳିଆ ବେଲଗଛିଆ ନିକଟ କୁଆଖାଇ ନଦୀରୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହଟି ନଦୀପଠାରେ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ନଦୀରୁ ମୃତଦେହକୁ ଉଦ୍ଧାର କରିଥିଲା । ମୃତକ ହିଂମାଶୁ ମହାପାତ୍ର ମହାନଦୀରେ ଗାଧୋଇବା ସମୟରେ ଅସାବଧାନତା ବଶତଃ ସେ ଭାସି ଯାଇଥିଲେ । ଦୁଇ ଦିନ ପରେ କୁଆଖାଇରୁ ତାଙ୍କର ମୃତଦେହ ମିଳିଥିଲା ।

ଇଟିଭି ଭାରତ, ନିଆଳି

Last Updated : Sep 7, 2023, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.