ETV Bharat / bharat

ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର ହେଉଥିଲା ଭଡା ଘର, ଜବତ କଲା ସୁରକ୍ଷା ବଳ

author img

By

Published : Jun 21, 2022, 8:52 PM IST

ଭଡା ଘରେ ଜାରି ରହିଥିଲା ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା। 5 ଘରକୁ ଜବତ କଲା ସୁରକ୍ଷା ବଳ । ଜାରି ରହିଛି ତଲାସି । ଅଧିକ ପଢନ୍ତୁ

ଆତଙ୍କବାଦୀଙ୍କୁ ସହଯୋଗ ସନ୍ଦେହରେ 5 ଘରକୁ ଜବତ କଲା ସୁରକ୍ଷା ବଳ
ଆତଙ୍କବାଦୀଙ୍କୁ ସହଯୋଗ ସନ୍ଦେହରେ 5 ଘରକୁ ଜବତ କଲା ସୁରକ୍ଷା ବଳ

ଶ୍ରୀନଗର: ଆତଙ୍କବାଦୀଙ୍କୁ ଆଶ୍ରୟ ତଥା ଆକ୍ରମଣ କରିବା ପାଇଁ ସହଯୋଗ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା 5 ଘରକୁ ଜବତ କଲା ସୁରକ୍ଷା ବାହିନୀ । ଏହି ଘରକୁ ଆତଙ୍କବାଦୀମାନ ସୁରକ୍ଷା ବଳ ଓ ସାଧାରଣ ଲୋକଙ୍କୁ ଆକ୍ରମଣ ପାଇଁ ଷଡଯନ୍ତ୍ର କରିବା ପାଇଁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଥିବା ସେନା ଜାଣିବାକୁ ପାଇଛି । ପୂର୍ବ ସୂଚନା ମୁତାବକ UAP ଆକ୍ଟ ଅନୁସାରେ ସୁରକ୍ଷା ବଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

  • Five (5) houses attached as per section 2(g) & 25 of UAP Act for being used for purpose of terrorism. It was also clearly found that such harbouring was wilful, repetitive & without any coercion. Many attacks on civilians & security forces were planned from these houses. pic.twitter.com/uMQQPdfQcN

    — Srinagar Police (@SrinagarPolice) June 21, 2022 " class="align-text-top noRightClick twitterSection" data=" ">

ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ, ଏହି ଘର ଗୁଡିକରେ ସାଧାରଣ ପରିବାର ରହୁ ନଥିଲେ । ଏହି ଘରକୁ ମାଲିକମାନେ ଭଡା ଆକାରରେ ଦେଇଥିଲେ । ଆତଙ୍କବାଦୀ ଗୋଷ୍ଠୀ ଏହି ଘରେ ଆକ୍ରମଣ ପାଇଁ ଯୋଜନା ଓ ସୁରକ୍ଷା ବଳ ପାଖରୁ ରକ୍ଷା ପାଇବା ପାଇଁ ଆତ୍ମଗୋପନ କରିବା ଉଦ୍ଦେଶ୍ୟରେ ବ୍ୟବହାର କରି ଆସୁଥିଲେ । ନିକଟରେ ଘାଟିରେ ହୋଇଥିବା ଏକାଧିକ ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଆତଙ୍କୀମାନେ ମଧ୍ୟ ଏହି ଘରଗୁଡିକୁ ବ୍ୟବହାର କରିଥିବା ତଦନ୍ତରୁ ଜଣାପଡିଥଲା । ପରେ ଆଜି ଉକ୍ତ 5 ଘରକୁ ଜବତ କରାଯିବା ଯାଞ୍ଚ ଜାରି ରହିଛି ।

ତଦନ୍ତ ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ସେନା ସୂଚନା ଦେଇଛି । ଘାଟିରେ ସାଧାରଣ ଲୋକଙ୍କୁ ସହଯୋଗରେ ଆତଙ୍କୀମାନେ ଜନବଶତି ଅଞ୍ଚଳରେ ଆତ୍ମଗୋପନ କରି ଏକାଧିକ ଆକ୍ରମଣକୁ ରୂପ ଦେବାରେ ଲାଗିଛନ୍ତି । ଏପରି କାର୍ଯ୍ୟକଳାପ ଉପରେ କଡା ନଜର ରଖିଛି ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.