ETV Bharat / bharat

Rajouri Encounter: ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ 2 ଯବାନ ଆହତ

author img

By ETV Bharat Odisha Team

Published : Oct 3, 2023, 12:45 PM IST

ଜମ୍ମୁ-କାଶ୍ମୀର ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସୁରକ୍ଷାବଳର 2 ଜଣ ଯବାନ ଆହତ । ଅଧିକ ପଢନ୍ତୁ

Rajouri Encounter
Rajouri Encounter

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସୁରକ୍ଷାବଳର 2 ଜଣ ଯବାନ ଆହତ ହୋଇଛନ୍ତି । ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି(ସୋମବାର) ସନ୍ଧ୍ୟାରେ ରଜୌରୀ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ପରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଯବାନ ଆହତ ହୋଇଥିବା ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ରଜୌରୀ ଜିଲ୍ଲାର ସୁମ ବ୍ରୋହ ଜଙ୍ଗଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ସହିତ ସିଆରପିଏଫ ପୁରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସୁରକ୍ଷାବଳ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ସୋମବାର ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଜୌରୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିଲା । ଏନକାଉଣ୍ଟରରେ 2 ଜଣ ଯବାନ ଆହତ ହୋଇଯାଇଥିଲେ । ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ଉଭୟ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ଅନ୍ୟପଟେ ଏ ସମ୍ପର୍କରେ ସୂଚନା ପାଇବା ପରେ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ଏକ ମିଳିତ ଟିମ୍ ସୋମବାର କାଲାକୋଟ ଅଞ୍ଚଳର ବ୍ରୋହ ଏବଂ ସୋମ ଜଙ୍ଗଲର ସମସ୍ତ ମାର୍ଗକୁ ବନ୍ଦ କରି ଦେଇଛନ୍ତି । ପ୍ରତିରକ୍ଷା ମୁଖପାତ୍ର ଏ ସଂପର୍କରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, କାଲାକୋଟର ସାଧାରଣ ଅଞ୍ଚଳରେ ମିଳିତ ଅପରେସନ ଆରମ୍ଭ କରାଯାଇଛି । ଆତଙ୍କବାଦୀଙ୍କ ଉପରେ ନଜର ରଖିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ବର୍ତ୍ତମାନ ଏକ ତୀବ୍ର ଅପରେସନ୍ ଚାଲିଛି । ରଜୌରୀ ଜିଲ୍ଲାର କାଲାକୋଟ ଜଙ୍ଗଲ ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ ସୋମବାର ସେନା ବାହିନୀ କାଲାକୋଟ ଅଞ୍ଚଳର ବ୍ରୋହ ଏବଂ ସୋମ ଜଙ୍ଗଲ ଅଞ୍ଚଳକୁ ଘେରି ରହିଥିଲେ।

ଏହା ମଧ୍ୟ ପଢନ୍ତୁ - Rajouri Encounter: ଯବାନଙ୍କ ଗୁଳିରେ ଆଉ ଜଣେ ଆତଙ୍କୀ ସଫା

ଏହା ମଧ୍ୟ ପଢନ୍ତୁ - Encounter breaks out In Rajouri: ରଜୌରୀରେ ଏନକାଉଣ୍ଟରରେ ୫ ଯବାନ ଶହୀଦ

ପ୍ରକାଶ ଥାଉକି, ଗତ ମାସରେ ରଜୌରୀର ନର୍ଲା ଅଞ୍ଚଳରେ ଜାରି ରହିଥିବା ଆତଙ୍କୀ ବିରୋଧି ଅପରେସନରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା । ଏନେଇ ଜମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ADGP) ମୁକେଶ ସିଂହ ସୂଚନା ଦେଇଥିଲେ । ମୃତକ ଜଣେ ପାକିସ୍ତାନୀ ଆତଙ୍କୀ ହୋଇଥିବା ସନ୍ଦେହ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.