ଦିଲ୍ଲୀରୁ ୧୨୦୦ କୋଟିର ଡ୍ରଗ୍ସ ଜବତ, ଦୁଇ ଆଫଗାନିସ୍ତାନ ନାଗରିକ ଗିରଫ

author img

By

Published : Sep 7, 2022, 12:19 PM IST

ଦିଲ୍ଲୀରୁ ୧୨୦୦ କୋଟିର ଡ୍ରଗ୍ସ ଜବତ, ଦୁଇ ଆଫଗାନିସ୍ତାନ ନାଗରିକ ଗିରଫ

ଦିଲ୍ଲୀରୁ ୧୨୦୦ କୋଟି ମୂଲ୍ୟର ମିଥାମଫେଟାମାଇନ(Methamphetamine) ଡ୍ରଗ୍ସ ଜବତ । ଦୁଇ ଆଫଗାନିସ୍ତାନ ନାଗରିକ ଗିରଫ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନିଶା ଅଭିଯାନ ବିରୁଦ୍ଧରେ ଦିଲ୍ଲୀ ପୋଲିସକୁ ବଡ ସଫଳତା । ଗତକାଲି ଦିଲ୍ଲୀର କାଲିନ୍ଦି କୁଞ୍ଜ ମେଟ୍ରୋ ଷ୍ଟେସନ(Kalindi Kunj Metro Station) ନିକଟ ମିଥାପୁର ଅଞ୍ଚଳରୁ ୩୧୨.୫ କେଜି ମିଥାମଫେଟାମାଇନ(Methamphetamine) ଡ୍ରଗ୍ସ ଏବଂ ୧୦ କେଜି ହେରୋଇନ ଜବତ ହୋଇଛି । ଜବତ ଡ୍ରଗ୍ସର ଆନୁମାନିକ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୨୦୦ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୁଇ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ୨୩ ବର୍ଷୀୟ ମୁସ୍ତାଫା ଷ୍ଟାନିକଜା ଏବଂ ୪୪ ବର୍ଷୀୟ ରହିମୁଲ୍ଲା ରହିମ୍ ।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଏହି ଦୁଇ ଆଫଗାନିସ୍ତାନ ନାଗରିକ ୨୦୧୬ ମସିହାରୁ ଭାରତରେ ରହିଆସୁଥିଲେ । ବିଦେଶୀରୁ କାର୍ଯ୍ୟ କରୁଥିବା ଏକ ବଡ ଧରଣର ଡ୍ରଗ୍ସ ସିଣ୍ଡିକେଟ ଦିଲ୍ଲୀ ଦେଇ ବିପୁଳ ପରିମାଣର ଡ୍ରଗ୍ସ ଚାଲାଣ କରିବାକୁ ଯୋଜନା କରୁଥିବାର ପୋଲିସ ଖବର ପାଇଥିଲା । ଏହାପରେ ଏକ ଟିମ୍ ଗଠନ କରାଯାଇ ଦୁଇ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୧୨୦୦ କୋଟି ମୂଲ୍ୟର ୩୧୨.୫ କେଜି ମିଥାମଫେଟାମାଇନ(Methamphetamine) ଡ୍ରଗ୍ସ ଜବତ ହୋଇଛି । ତେବେ ଏତେ ପରିମାଣର ମିଥାମଫେଟାମାଇନ ଡ୍ରଗ୍ସ ଜବତ ହେବା ଭାରତ ଇତିହାସରେ ପ୍ରଥମ ଘଟଣା ।

EU4Monitoring Drugsର ୨୦୨୦ର ଏକ ରିପୋର୍ଟ ଅନୁସାରେ, ଆଫଗାନିସ୍ତାନର ଡ୍ରଗ୍ସ ବେପାରୀ ଏଫେଡ୍ରାଇନ(ephedrine) ନାମକ ଡ୍ରଗ୍ସ ଉତ୍ପାଦନ ପାଇଁ ସ୍ଥାନୀୟ ରୂପ ମିଳୁଥିବା ଏଫେଡ୍ରା ଗଛକୁ ବ୍ୟବହାର କରୁଥିଲେ । ଏଫେଡ୍ରାଇନ ଏକ କେମିକାଲ ଅଟେ ଯେଉଁଥିରୁ ମିଥାମଫେଟାମାଇନ ତିଆରି ହୋଇଥାଏ । ହେଲେ ରିପୋର୍ଟ ମୁତାବକ, ଆଫଗାନିସ୍ତାନରେ ତାଲିବାନ କବ୍‌ଜା ପରେ ଏଫେଡ୍ରା ଚାଷକୁ ଦେଶରେ ବ୍ୟାନ କରାଯାଇଥିଲା । ଆଫଗାନରେ ଏଫେଡ୍ରା ଚାଷ ବ୍ୟାନ ହେବା ଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ଡ୍ରଗ୍ସର ଡିମାଣ୍ଡ ଆହୁରି ଅଧିକ ବଢିଥିଲା ।

ଏହାମଧ୍ୟ ପଢନ୍ତୁ: Coal Scam Case: ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍

ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ଏଫେଡ୍ରା ଚାଷ ବ୍ୟାନ ହେବା ତାଲିବାନୀଙ୍କ ଏକ ଚତୁରତା ଥିଲା । ଅନ୍ତର୍ଜାତୀୟ ବଜାରରେ ମିଥାମଫେଟାମାଇନ ଡ୍ରଗ୍ସ ମୂଲ୍ୟ ବୃଦ୍ଧି କରିବାକୁ ସେମାନେ ଠିକ୍ ଏଫେଡ୍ରା ଚାଷ ଏବଂ ଅମଳ ସମୟରେ ଏହା ଉପରେ କଟକଣା ଲଗାଇଥିଲେ । ଯାହାଦ୍ବାରା ବଜାରରେ ଏହାର ଚାହିଦା ବଢିବ । ମିଥାମଫେଟାମାଇନ ବେପାରୀ ପ୍ରଥମେ ଘୋର ପ୍ରଦେଶରୁ ବକୱାକୁ ଏଫେଡ୍ରା ଚାଲାଣ କରୁଥିଲେ । ସେଠାରୁ ବିଦେଶ ତଥା ଅନ୍ୟାନ୍ୟ ସ୍ଥାନକୁ ଏହାକୁ ଚାଲାଣ କରାଯାଉଥିଲା । ଏଥିପାଇଁ ଡ୍ରଗ୍ସ ବ୍ୟବସାୟୀ ତାଲିବାନକୁ ପ୍ରତି ଟ୍ରକ ପିଛା ୫,୭୦୦ ଡଲାର ଦେୟ ପ୍ରଦାନ କରିଥାନ୍ତି । ଏହା ହିଁ ତାଲିବାନୀ ସରକାରର ଆୟ ବୃଦ୍ଧିର ପ୍ରମୁଖ ଉତ୍ସ ଅଟେ । ତାଲିବାନୀ ଶାସନ ପୂର୍ବରୁ ମିଥାମଫେଟାମାଇନ ବୋଝେଇ ଟ୍ରକ ପିଛା ୧୦୦୦ ଡଲାର ଦେବାକୁ ପଡୁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.