ଆସନ୍ତାକାଲି ନେତାଜୀ ଜୟନ୍ତୀ, ସ୍ୱତନ୍ତ୍ର କାର୍ଯକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

author img

By

Published : Jan 22, 2023, 10:30 PM IST

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି

ଆସନ୍ତାକାଲି ସେହି ବୀର ପୁରୁଷ ନେତାଜୀ ସୁଭାଷ ବୋଷ ଙ୍କ 126 ତମ ଜୟନ୍ତୀ । ବୀରପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ନେତାଜୀଙ୍କ ଜନ୍ଜଭୂମି ଯିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି

କଟକ: ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି' ଧ୍ବନି ପ୍ରତିଟି ଭାରତୀୟଙ୍କ ମନରେ ଭରି ଦେଉଥିଲା ସ୍ବାଧୀନତାର ବହ୍ନୀ । ସେହି ସ୍ବାଧୀନତାର ବହ୍ନୀ ଦେଶବାସୀଙ୍କ ହୃଦୟରେ ଜାଗ୍ରତ କରୁଥିବା ଦେଶପ୍ରେମି ନେତାଜୀ ସୁଭାଷ ବୋଷ । ଶତ୍ରୁ ପକ୍ଷ ଭୟଭୀତ କରାଇବା ପାଇଁ ଗୋଟିଏ ନାମ ହିଁ ଥିଲା କାଫି । ତେବେ ଆସନ୍ତାକାଲି ସେହି ବୀର ପୁରୁଷ ନେତାଜୀ ସୁଭାଷ ବୋଷଙ୍କ 126ତମ ଜୟନ୍ତୀ । ଏହି ଉପଲକ୍ଷେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡ଼ିଆ ବଜାର ଜାନକୀନାଥ ଭବନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବ ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଅନେକ ବିଶିଷ୍ଟ ବ୍ୟକ୍ତି ବି ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ସପ୍ତାହବ୍ୟାପୀ କଟକରେ ଚାଲିଛି ନେତାଜୀଙ୍କ ଜୟନ୍ତୀ ସମାରୋହ। ଏହି ଅବସରରେ ଓଡିଶା ଲଳିତକଳା ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 20 ତାରିଖରୁ ଏକ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଆୟୋଜନ କରାଯାଇଛି । ଆସନ୍ତାକାଲି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବା ସହ ନେତାଜୀଙ୍କ ଜନ୍ମ ପ୍ରକୋଷ୍ଠରେ ହୋମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ ।

ଏହାସହ ନେତାଜୀଙ୍କ ଜନ୍ମ ସ୍ଥାନରେ ଦିନ ତମାମ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେପରି ରକ୍ତ ଦାନ ଶିବିର, ସଙ୍ଗୀତ, ଡିବେଟ ଓ ଅନ୍ୟାନ୍ୟ ନେତାଜୀ ଶୀର୍ଷକକୁ ନେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବହ୍ନ 10.30 ରୁ 11ଟା ମଧ୍ୟରେ ନେତାଜୀ ସଂଗ୍ରାହଳୟ ରେ ପହଁଚିବା ନେଇ ସୂଚନା ମିଳିଛି । ଅନ୍ୟପଟେ ସ୍ୱାଧୀନତା ସଂଗ୍ରାମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନେତାଜୀଙ୍କୁ ସର୍ଵଦା କଟକିଆ ମନର ପ୍ରାଣବିନ୍ଦୁ କହିଲେ ଅତ୍ୟୁକ୍ତି ହେବନାହିଁ । କାହିଁକି ନାଁ ଏହି କଟକ ଓଡ଼ିଆ ବଜାରରେ ଜନ୍ମ ନେବା ପରେ ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି ସୁବାଷ ବୋଷ । ତେବେ ଏହି 126ତମ ଜୟନ୍ତୀ ଉପଲକ୍ଷେ କଟକ ଜିଲ୍ଲା ପ୍ରସାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ପୋଲିସ ଫୋର୍ସ ମୁତୟନ କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.