ଶିଶୁ ମୃତ୍ୟୁକୁ ନେଇ ଯାଜପୁରରେ ଉତ୍ତେଜନା, ମେଡିକାଲରେ ଭଙ୍ଗାରୁଜା କଲେ ପରିବାର ସଦସ୍ୟ
ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ । ଡାକ୍ତରଖାନାରେ ଉତ୍ତେଜନା ଭଙ୍ଗାରୁଜା । ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କୁ ଭେଟିଲେ ପରିବାର ସଦସ୍ୟ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ।

Published : May 2, 2026 at 5:27 PM IST
ଯାଜପୁର: ନବଜାତ ଶିଶୁ ମୃତ୍ୟୁକୁ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଏହାକୁ ନେଇ ପରିବାରଲୋକେ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଥିଲେ । ମୃତ ଶିଶୁକୁ ଧରି ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।
କାହିଁକି ଉତ୍ତେଜନା ?
ଗତ ଗୁରୁବାର ଭଣ୍ଡାରିପୋଖରୀ ବ୍ଲକ କୁମ୍ଭାରିଆ ଗ୍ରାମର କୈଳାଶ ଚନ୍ଦ୍ର ଓଝାଙ୍କ ପତ୍ନୀ ରଶ୍ମିତା ସୁତାରଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା । ରଶ୍ମିତାଙ୍କ ଅପରେସନ ପରେ ଶିଶୁ ଜନ୍ମ ହୋଇଥିଲା । ଶିଶୁ ଗୁରୁତର ଥିବା କହି କଟକ ସ୍ଥାନାନ୍ତର କରାଯାଇଥିଲା । ପରେ ପ୍ରସୂତି ମହିଳାଙ୍କୁ ମଧ୍ୟ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶିଶୁକୁ ମୃତ୍ୟୁ ଘୋଷଣା ପରେ ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଶିଶୁକୁ ଧରି ପରିବାର ଲୋକେ ନ୍ୟାୟ ଦାବି କରିବା ସହ ମେଡିକାଲ ପରିସରରେ ଭଙ୍ଗା ରୁଜା କରିଥିବା ଦେଖିବାକୁ ମିଳିଛି । ପ୍ରସୂତି ବିଭାଗରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ପରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି l

ଶିଶୁ ବଦଳି ଅଭିଯୋଗ ଆଣିଲେ ପରିବାର :
ଅନ୍ୟପଟେ ଶିଶୁ ଉତ୍ତେଜନା ମଧ୍ୟରେ ଶିଶୁ ବଦଳି ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ବର୍ଗ । ପ୍ରଥମେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଶିଶୁକୁ ବଦଳି କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପରେ ମୃତ ଶିଶୁକୁ ଧରି ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଏନେଇ ମୃତ ନବଜାତ ଶିଶୁର ଜେଜେ ସୁରେନ୍ଦ୍ର କୁମାର ଓଝା କହିଛନ୍ତି, ‘ଗୁରୁବାର ସନ୍ଧ୍ୟା ସମୟରେ ବୋହୂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ । ପ୍ରଥମେ ଆମକୁ ମେଡିକାଲ କର୍ତ୍ତୃପକ୍ଷ କହିଲେ ମା’ ଓ ଶିଶୁ ଉଭୟେ ଭଲ ଅଛନ୍ତି । ମେ’ 1ରେ ରାତି 12ଟା ଅପରେସନ କଲେ ଶିଶୁକୁ ନେଇ ରଖି ଦେଇଥିଲେ । ଶିଶୁଟି କାହାର ଆମେ ଜାଣି ପାରିଲୁନି । ଶିଶୁ ଭବନ ରେଫର କରିଥିଲେ । ସେଠାରେ ମଧ୍ୟ ଦେଖାଇଲୁ । ଏହାପରେ ଆଉ ଏକ ସ୍ଥାନକୁ ନେବାକୁ କହିଥିଲେ । ସେଠାକୁ ନେଲୁ, ଡାକ୍ତର ଆଜି ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।’
ଏହା ମଧ୍ୟ ପଢନ୍ତୁ: କଟକ ବଡ଼ ମେଡିକାଲରୁ 14 ଶିଶୁ ନିଖୋଜ ଘଟଣା: ତଦନ୍ତ କରୁଛି OSCPCR, ଅନିୟମିତତା ଥିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଡାକ୍ତରଙ୍କ ସୁରକ୍ଷା ପାଇଁ ସିକ୍ୟୁରିଟି ଅଫିସର, ମେଡିକାଲ କଲେଜରେ ରହିବ ସ୍ୱତନ୍ତ୍ର ପୋଲିସ ଫାଣ୍ଡି |
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ:
ସେପଟେ ଏହି ଘଟଣାକୁ ନେଇ ପତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଅମ୍ବର କୁମାର କର l ଜିଲ୍ଲାପାଳ କହିଛନ୍ତି, ‘ଶିଶୁ ମୃତ୍ୟୁକୁ ନେଇ ଆମର ପ୍ରତ୍ୟେକ ମାସ ସମୀକ୍ଷା ହେଉଛନ୍ତି l ଏହି ଅଭିଯୋଗର ମଧ୍ୟ ତଦନ୍ତ ହେବ ଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଇଟିଭି ଭାରତ, ଯାଜପୁର

