ETV Bharat / state

୨୧ରେ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ; କାର୍ଯ୍ୟକ୍ରମ ପ୍ରସ୍ତୁତି ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର.କେ ଶର୍ମା ସୂଚନା ପ୍ରଦାନ କରିଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ

President's visit to Rourkela on 21st: Chief Secretary directs to eliminate any lapses in programme preparation
୨୧ରେ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ; କାର୍ଯ୍ୟକ୍ରମ ପ୍ରସ୍ତୁତି ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ (ETV BHARAT ODISHA)
author img

By ETV Bharat Odisha Team

Published : April 17, 2026 at 9:05 PM IST

2 Min Read
Choose ETV Bharat

ଭୁବନେଶ୍ବର: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ଆସନ୍ତା ୨୧ ତାରିଖରେ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ତୃଟି ଶୂନ୍ୟ କରିବା ଉପରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗର ସଚିବ ତଥା ଅଧିକାରୀଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

୨୧ରେ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ; କାର୍ଯ୍ୟକ୍ରମ ପ୍ରସ୍ତୁତି ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ (ETV BHARAT ODISHA)

ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର.କେ ଶର୍ମା ସୂଚନା ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଏପ୍ରିଲ ୨୧ ତାରିଖ ସକାଳୁ ନୂଆଦିଲ୍ଲୀରୁ ବାୟୁସେନା ବିମାନରେ ବାହାରି ପୂର୍ବାହ୍ନ ୧୦.୨୫ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଁଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସକାଳ ୧୧.୧୦ ମି ସମୟରେ ରାଉରକେଲା ବିମାନ ବନ୍ଦରରେ ପହଁଚିବେ । ସଡ଼କ ପଥରେ ସେକ୍ଟର ୧୩ ରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ଏହା ସହ ରାଷ୍ଟ୍ରପତି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କରିବେ । ରାଷ୍ଟ୍ରପତି ରାଉରକେଲାରେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଭବନ, ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ, କୋଏଲ ନଗର ସ୍ଥିତ ପ୍ରମୋଦ ଉଦ୍ୟାନ ପ୍ରକଳ୍ପଗୁଡ଼ିକର ଶୁଭ ଉଦଘାଟନ କରିବେ । ସାଧାରଣ ସଭା ପରେ ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ ଓ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ରାଉରକେଲାର ପରିଦର୍ଶନ କରିବେ । କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି ରାଉରକେଲାରୁ ପ୍ରତ୍ୟାବର୍ତ୍ତନ କରି ଝାରସୁଗୁଡ଼ା ଦେଇ ଅପରାହ୍ନ ୪.୫୦ରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର.କେ ଶର୍ମା ସୂଚନା ପ୍ରଦାନ କରିଛନ୍ତି ।
ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର.କେ ଶର୍ମା ସୂଚନା ପ୍ରଦାନ କରିଛନ୍ତି । (ETV BHARAT ODISHA)



ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ ରାଉରକେଲା ଓ ଝାରସୁଗୁଡ଼ା ସର୍କିଟ ହାଉସକୁ ପ୍ରସ୍ତୁତ ରଖିବାକୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ମାଗ ଦର୍ଶିକା ଅନୁସାରେ ସୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ବିମାନ ବନ୍ଦରରୁ ଆରମ୍ଭ କରି ସର୍କିଟ ହାଉସ, ସଭାସ୍ଥଳ ଓ କାର୍ଯ୍ୟକ୍ରମ ସ୍ଥଳ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ବୈଠକରେ ଭିସି ଜରିଆରେ ପୋଲିସ ଡିଜି ଓ୍ୱାଇ. ବି. ଖୁରାନିଆଙ୍କ ସମେତ ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏସପି ପ୍ରମୁଖ ଯୋଗ ଦେଇ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି । (ETV BHARAT ODISHA)



ବିଭିନ୍ନ କାର୍ଯ୍ୟକ୍ରମ ସମନ୍ୱୟ ପାଇଁ ରାଜ୍ୟସ୍ତରରେ ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଅରିନ୍ଦମ ଡାକୁଆଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସାଧାରଣ ସଭାରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେବାକୁ ଥିବାରୁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଓଆରଏସ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ବ୍ୟବସ୍ଥା, ସଭାସ୍ଥଳକୁ ବାୟୁ ଚଳାଚଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ତୃଟି ଶୂନ୍ୟ କରିବା ଉପରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗର ସଚିବ ତଥା ଅଧିକାରୀଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ତୃଟି ଶୂନ୍ୟ କରିବା ଉପରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗର ସଚିବ ତଥା ଅଧିକାରୀଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । (ETV BHARAT ODISHA)



ରାଷ୍ଟ୍ରପତିଙ୍କ ଗସ୍ତ ପ୍ରସ୍ତୁତିକୁ କୌଣସି ମତେ ହାଲୁକା ଭାବେ ନ ନେଇ ତୃଟି ଶୂନ୍ୟ ପ୍ରସ୍ତୁତି ଉପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସମସ୍ତ କାର୍ଯ୍ୟକ୍ରମସ୍ଥଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, କାରକେଡ ପ୍ଲାନ, ବ୍ୟବହୃତ ହେବାକୁ ଥିବା ରାସ୍ତା ରକ୍ଷଣାବେକ୍ଷଣ ଓ ମରାମତି, ଗସ୍ତ ସ୍ଥଳଗୁଡ଼ିକରେ ଉପଯୁକ୍ତ ପରିମଳ ବ୍ୟବସ୍ଥା, ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଦୃଷ୍ଟିରୁ ସ୍ୱତନ୍ତ୍ର ପ୍ରସ୍ତୁତି ସହ ଅତିରିକ୍ତ ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ମଞ୍ଚ ପ୍ରସ୍ତୁତି, ବେରିକେଡ, ଆବଶ୍ୟକ ପାସ୍‌ ବ୍ୟବସ୍ଥା, ଗଣମାଧ୍ୟମରେ କାର୍ଯ୍ୟକ୍ରମର ପ୍ରସାରଣ ଓ ପ୍ରକାଶନ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ପୂର୍ବ ଭଳି ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି ।

ବୈଠକରେ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, ବିଜ୍ଞାନ ଓ କାରିଗରୀ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: Digital Census in Odisha; ପ୍ରଥମ ଦିନରେ 17 ହଜାର ଲୋକ କରିଛନ୍ତି ସ୍ୱ-ଗଣନା

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ଡିଜିଟାଲ ଜନଗଣନା ଆରମ୍ଭ; ରାଜ୍ୟପାଳଙ୍କଠାରୁ ଆରମ୍ଭ ହେଲା ସ୍ଵଗଣନା ପ୍ରକ୍ରିୟା

ଇଟିଭି ଭାରତ, ଭୁବନେଶ୍ବର