ETV Bharat / state

ଇଟିଭି ଭାରତ ପ୍ରଭାବ; ଏଲପିଜି ସଙ୍କଟ ଖବର ଉପରେ IOCLର ପ୍ରତିକ୍ରିୟା, କହିଲା, 'ଯୋଗଣ ସୁଚାରୁ ଭାବେ ଚାଲିଛି'

IOCL ସୋସିଆଲ ମିଡିଆ ହ୍ୟାଣ୍ତେଲ ଏକ୍ସରେ ଏପରି ଅଭିଯୋଗକୁ ଖଣ୍ଡନ କରି କହିଛି, ‘ସମଗ୍ର ଦେଶରେ ଇଣ୍ଡେନ ଗ୍ୟାସ ସୁଚାରୁ ଭାବେ କାର୍ଯ୍ୟରତ । ଇଣ୍ଡିଆନ ଅଏଲ ନିରବଚ୍ଛିନ୍ନ ସେବା ପ୍ରତି ପ୍ରତିବଦ୍ଧ ।’

ETV Bharat Impact; IOCL reacts to LPG crisis news, says LPG supply is running smoothly
ଏଲପିଜି ସଙ୍କଟ ଖବର ଉପରେ IOCLର ପ୍ରତିକ୍ରିୟା (ETV Bharat)
author img

By ETV Bharat Odisha Team

Published : April 4, 2026 at 9:38 PM IST

|

Updated : April 4, 2026 at 9:43 PM IST

2 Min Read
Choose ETV Bharat

ସମ୍ବଲପୁର:ଇରାନ-ଆମେରିକା ଯୁଦ୍ଧସ୍ଥିତି ପ୍ରଭାବରେ ସାରା ଦେଶରେ ଏଲପିଜି ସଙ୍କଟ ଦେଖା ଦେଇଛି । ବ୍ୟାବସାୟିକ ଏଲପିଜି ସିଲିଣ୍ଡର ଦାମ ଅହେତୁକ ବୃଦ୍ଧି ପାଇଥିବାରୁ ହୋଟେଲ, ରେଷ୍ଟୁରାଣ଼଼୍ଟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ସମସ୍ୟାକୁ ନେଇ ଇଟିଭି ଭାରତରେ ଏକାଧିକ ଖବର ପ୍ରକାଶ ପାଇ ଆସୁଛି । ଏପରି ସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL), ଓଡିଶା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ରାଜ୍ୟରେ ଏଲପିଜି ଯୋଗାଣରେ ସମସ୍ୟା ନାହିଁ ବୋଲି କୁହା ଯାଇଛି । ଇଟିଭି ଭାରତରେ ପ୍ରକାଶିତ ଏକ ଖବର ଉପରେ IOCL ପ୍ରତିକ୍ରିୟା ରଖି ଏହା କହିଛି ।

ଏଲପିଜି ସଙ୍କଟ ଖବର ଉପରେ IOCLର ପ୍ରତିକ୍ରିୟା (ETV Bharat)

ଏପ୍ରିଲ 3 ତାରିଖରେ ଇଟିଭି ଭାରତ ଓଡିଆ ୱେବ ସାଇଟରେଗରିବଙ୍କ ଥାଳି ଉପରେ ଯୁଦ୍ଧ ପ୍ରଭାବ; 'ରୋଟି ବ୍ୟାଙ୍କ'ରେ ରୁଟି ବନ୍ଦ’ ଶୀର୍ଷକ ଏକ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା । ଏହି ଖବରରେ ଏଲପିଜି ସଙ୍କଟ ଯୋଗୁ ଉକ୍ତ ସ୍ୱେଚ୍ଛାସେବୀ ସଂସ୍ଥା ରୁଟି ବଦଳରେ ଭାତ, ଡାଲମା ଓ ଆଚାର ଦେଉଥିବା କୁହାଯାଇଥିଲା । ଏହି ଖବର ଉପରେ ପ୍ରତିକ୍ରିୟା ରଖିଛି IOCL । IOCL ସୋସିଆଲ ମିଡିଆ ହ୍ୟାଣ୍ତେଲ ଏକ୍ସରେ ଏପରି ଅଭିଯୋଗକୁ ଖଣ୍ଡନ କରି କହିଛି, ‘ସମଗ୍ର ଦେଶରେ ଇଣ୍ଡେନ ଗ୍ୟାସ ସୁଚାରୁ ଭାବେ କାର୍ଯ୍ୟରତ । ଏଲପିଜି ଯୋଗଣ ମଧ୍ୟ ସ୍ଥିର ରହିଛି । ଯୋଗାଣରେ କୌଣସି ବିଘ୍ନ ନାହିଁ ।’ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଲେଖିଛି, ‘ଗ୍ରାହକମାନେ ଅନଲାଇନ ବୁକିଂ ବ୍ୟବହାର କରନ୍ତୁ । ଯାଞ୍ଚିତ ତଥ୍ୟରେ ଭରସା କରନ୍ତୁ । ଇଣ୍ଡିଆନ ଅଏଲ ନିରବଚ୍ଛିନ୍ନ ସେବା ପ୍ରତି ପ୍ରତିବଦ୍ଧ ।’ IOCL ଉଭୟ ଓଡିଆ ଓ ଇଂରାଜୀରେ ତାର ପ୍ରତିକ୍ରିୟା ରଖିଛି

ETV Bharat Impact; IOCL reacts to LPG crisis news, says LPG supply is running smoothly
ଏଲପିଜି ସଙ୍କଟ ଖବର ଉପରେ IOCLର ପ୍ରତିକ୍ରିୟା (ETV Bharat)

ଅନ୍ୟପକ୍ଷେ IOCLର ଏପରି ପ୍ରତିକ୍ରିୟା ଉପରେ ମତାମତ ରଖି "ଖିଦମତ" ଅନୁଷ୍ଠାନର ରୋଟି ବ୍ୟାଙ୍କ ମ୍ୟାନେଜର ମହମ୍ମଦ ଜାଭେଦ କହିଛନ୍ତି, 'ଇଟିଭି ଭାରତ ଓଡିଆ ଚ୍ୟାନେଲ ମାଧ୍ୟମରେ ଆମର ଖବର IOCLପାଖରେ ପହଞ୍ଚି ଥିବାରୁ ମୁଁ ଇଟିଭି ଭାରତକୁ ଧନ୍ୟବାଦ ଦେଉଛି । ହେଲେ IOCL ଏଲପିଜି ସଙ୍କଟ ନାହିଁ ବୋଲି କହୁଥିଲେ ହେଁ ଆମର ଏଠି ସମସ୍ୟା ରହିଛି , ଯେଉଁଥିପାଇଁ ଆମେ ରୁଟି ବଦଳରେ ଲୋକଙ୍କୁ ଭାତ, ଡାଲମା ଦେବାକୁ ବାଧ୍ୟ ହେଉଛୁ ।'

ସମ୍ବଲପୁର ସହରର ଭୁବନେଶ୍ୱରୀ ମନ୍ଦିର ଓ ପୀର ବାବା ଛକ ନିକଟରେ "ଖିଦମତ" ଅନୁଷ୍ଠାନ ପକ୍ଷରୁ 'ରୋଟି ବ୍ୟାଙ୍କ' ଖୋଲାଯାଇଛି । ଏଠାରେ ପ୍ରତିଦିନ ସନ୍ଧ୍ୟା 7.30ରୁ 8.30 ମଧ୍ୟରେ ଗରିବ ଓ ବେସାହାରାଙ୍କୁ ବିନା ମୂଲ୍ୟରେ ଖାଇବାକୁ ଦିଆଯାଏ । ଅନୁଷ୍ଠାନର ସଦସ୍ୟମାନେ ସ୍ବେଚ୍ଛାକୃତ ଭାବେ କାର୍ଯ୍ୟ କରୁଥିବା ବେଳେ ବିନା କୌଣସି ସରକାରୀ ସହାୟତାରେ ସେବା ପ୍ରଦାନ କରିଆସୁଛନ୍ତି । ପ୍ରତିଦିନ ଗରିବ ଲୋକମାନଙ୍କୁ ରୁଟି, ତରକାରୀ, ଭାତ, ଡାଲି ଖାଇବାକୁ ଦିଆଯାଉଥିଲା ।

ETV Bharat Impact; IOCL reacts to LPG crisis news, says LPG supply is running smoothly
ଏଲପିଜି ସଙ୍କଟ ଖବର ଉପରେ IOCLର ପ୍ରତିକ୍ରିୟା (Screenshot from X)

ଏବେ ଯୁଦ୍ଧ ପରିସ୍ଥିତିରେ ଦେଶରେ LPG ଗ୍ୟାସ ସଙ୍କଟ ଦେଖାଯାଇଥିବା ବେଳେ କର୍ମସିଆଲ LPG ଠିକ୍‌ରେ ଉପଲବ୍ଧ ହେଉନାହିଁ । ଆଉ ଏହାର ପ୍ରଭାବ ଗରିବଙ୍କ ଏହି 'ରୋଟି ବ୍ୟାଙ୍କ' ଉପରେ ପଡିଛି । ବର୍ତ୍ତମାନ ରୋଷେଇ ପାଇଁ ଗ୍ୟାସ ମିଳୁନଥିବାରୁ 'ରୋଟି ବ୍ୟାଙ୍କ'ରେ ରୁଟି ମିଳୁନାହିଁ । ଯୁଦ୍ଧ ଆରମ୍ଭ ହେବା ପରର ପ୍ରଥମ 15 ଦିନ ପର୍ଯ୍ୟନ୍ତ ଏଠାରେ ରୁଟି ଦିଆ ଯାଉଥିଲା । ପରେ ଗ୍ୟାସ ସଙ୍କଟ ଯୋଗୁଁ ଲୋକଙ୍କୁ କେବଳ ଭାତ, ଡାଲମା ଓ ଆଚାର ହିଁ ଦିଆଯାଉଛି । କାରଣ ରୁଟି ତିଆରି କରିବାରେ ଅଧିକ ଗ୍ୟାସ ଖର୍ଚ୍ଚ ହେଉଛି ବୋଲି ରୋଟି ବ୍ୟାଙ୍କର କର୍ମଚାରୀ କହିଛନ୍ତି ।

ETV Bharat Impact; IOCL reacts to LPG crisis news, says LPG supply is running smoothly
ଏଲପିଜି ସଙ୍କଟ ଖବର ଉପରେ IOCLର ପ୍ରତିକ୍ରିୟା (Screenshot from X)

ଇଟିଭି ଭାରତ, ସମ୍ବଲପୁର

ଏହା ମଧ୍ୟ ପଢନ୍ତୁ ଗରିବଙ୍କ ଥାଳି ଉପରେ ଯୁଦ୍ଧ ପ୍ରଭାବ; 'ରୋଟି ବ୍ୟାଙ୍କ'ରେ ରୁଟି ବନ୍ଦ

ଏହା ମଧ୍ୟ ପଢନ୍ତୁ ROTI BANK; ବୁଢା ବୁଢିଙ୍କ ପାଇଁ ଫ୍ରି’ରେ ଟେଷ୍ଟି ଫୁଡ୍ ହୋମଡେଲିଭରି ! ଗରିବ ଅସହାୟଙ୍କୁ ମାଗଣାରେ ପେଟପୁରା ପୌଷ୍ଟିକ ଖାଦ୍ୟ - free roti bank for poor people

Last Updated : April 4, 2026 at 9:43 PM IST