ସହରରେ ବୁଲୁଛି ବଣୁଆ ଭାଲୁ, ପଡ଼ିଲା ତାଟି କବାଟ - Wild bear terror

By ETV Bharat Odisha Team

Published : Apr 10, 2024, 11:54 AM IST

thumbnail

ନୂଆପଡା: ସାବଧାନ ! ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଭିତରେ ବୁଲୁଛି ଭାଲୁ । ସହରର ମୁଖ୍ୟ ରାସ୍ତା, ରାଜବାଟି ନିଲଜୀବନ୍ଦ, ଲାଲମହଲ ନିକଟ ବ୍ୟାୟାମ ଶାଳା ପାଖରେ ଗୋଟିଏ ବଣୁଆ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ଭାଲୁକୁ ଦେଖି ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଏହି ଖବର ପାଇ ଖଡ଼ିଆଳ DFO ଅଜିଜ ଖାଁଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଭାଲୁକୁ ସୁରକ୍ଷିତ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଖବର ଅନୁସାରେ, ଦ୍ରୁତ ଜଙ୍ଗଲକ୍ଷୟ ଯୋଗୁଁ ଜୀବଜନ୍ତୁ ଜଙ୍ଗଲରେ ସୁରକ୍ଷିତ ମଣୁ ନାହାଁନ୍ତି । ଆଉ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଙ୍ଗଲରେ ଖାଦ୍ୟ ପାଣି ପାଉନଥିବାରୁ ଜୀବଜନ୍ତୁମାନେ ଡହଳ ବିକଳ ହୋଇ ସହର ମୁହାଁ ହେଉଛନ୍ତି । ତେବେ ଖଡିଆଳ ସହରରେ ବୁଲୁଥିବା ଭାଲୁଟି ବୋଲଧିଆ ଜଙ୍ଗଲ କିମ୍ବା କାଳୀସୁନ୍ଧରି ଜଙ୍ଗଲ ପଟୁ ଆସିଥିବା ଅନୁମାନ କରାଯାଉଛି । ପ୍ରଥମେ ଖଡ଼ିଆଳ ରାଜବାଟି ସ୍ଥିତ ଲାଲମହଲ ନିକଟରେ ଲୋକମାନେ ତାକୁ ଦେଖିଥିଲେ । ପରେ ସହରର ମୁଖ୍ୟ ରାସ୍ତାରେ ଭାଲୁ ଦୌଡି ପଳାଉଥିବାର ଦୃଶ୍ୟ ଦେଖାଯାଇଥିଲା । ଏବେ ବି ଏହି ଭାଲୁ ସହରର ନିଲଜୀବନ୍ଦ, ନୂଆବନ୍ଦ ନିକଟସ୍ଥ ବୁଦାମୂଳରେ ଲୁଚି ରହିଛି । ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଭାଲୁ ଉପରେ ନଜର ରଖିଛନ୍ତି । ହେଲେ ଲୋକଙ୍କ କୋଳାହଳରେ ଭାଲୁ ଭୟଭୀୟ ହୋଇ ବୁଦା ମୂଳେ ଲୁଚି ରହିଛି । ଦିନବେଳା ଲୋକ ଗହଳି ପାଇଁ ଭାଲୁ ଯାଇପାରୁନାହିଁ । ରାତି ହେଲେ ଭାଲୁକୁ ସୁରକ୍ଷିତ ଘଉଡାଇବେ ବୋଲି ବନ ବିଭାଗର କର୍ମଚାରୀ ମାନେ ପ୍ରକାଶ କରିଛନ୍ତି ।
 

ଏହା ମଧ୍ୟ ପଢ଼ନ୍ତୁ-ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶିଲା ଜଙ୍ଗଲୀ ଭାଲୁ, ଯନ୍ତା ବସେଇ ଧରିଲା ବନ ବିଭାଗ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.