ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶିଲା ଜଙ୍ଗଲୀ ଭାଲୁ, ଯନ୍ତା ବସେଇ ଧରିଲା ବନ ବିଭାଗ

By ETV Bharat Odisha Team

Published : Mar 15, 2024, 11:10 AM IST

thumbnail

Wild bear terror: ନବରଙ୍ଗପୁର: ଗାଁରେ ଭିତରେ ପଶି ଉପଦ୍ରବ କରୁଥିଲା ଜଙ୍ଗଲୀ ଭାଲୁ । ଖାଦ୍ୟ ଅନ୍ୱେଷଣରେ ଲୋକଙ୍କ ଘରେ ପଶି ଖାଦ୍ୟ ଖାଇବା ସହ କ୍ଷୟକ୍ଷତି ଘଟାଉଥିଲା । ଶେଷରେ ଭାଲୁକୁ ଧରିବାରେ ସକ୍ଷମ ହୋଇଛି ବନ ବିଭାଗ । ଏହି ଭାଲୁଟି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁ ଅଞ୍ଚଳରେ ଉପଦ୍ରବ କରୁଥିଲା । ଏହାକୁ ନେଇ ଗ୍ରାମବାସୀ ବେଶ ଭୟଭୀତ ଅବସ୍ଥାରେ ରହୁଥିଲେ । ଏନେଇ ସେମାନେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ପକ୍ଷରୁ ସେହି ଭାଲୁକୁ ଉଦ୍ଧାର କରାଯାଇଛି । ଭାଲୁଟି ସେହି ଗାଁ ଜଙ୍ଗଲ ନିକଟରେ ଥିବା ଏକ ନିର୍ମାଣଧୀନ ଘର ଭିତରେ ପଶି ରହିଥିଲା । ବନ ବିଭାଗ ଘରକୁ ସବୁ ଆଡୁ ବନ୍ଦ କରିବା ସହ ଯନ୍ତା ବସେଇ ଭାଲୁକୁ ଧରିଥିଲା । ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ବେହେରାଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟିମ ସହ ଜଙ୍ଗଲୀଜନ୍ତୁ ଉଦ୍ଧାରକାରୀ ଦଳ ସେହି ଗାଁରେ ନିୟୋଜିତ ହୋଇଥିଲେ ଓ ଭାଲୁକୁ ଧରିବାରେ ସକ୍ଷମ ହୋଇଥିଲେ । ଭାଲୁକୁ ଉଦ୍ଧାର ପରେ ଏକ ଅଜଣା ସ୍ଥାନରେ ରଖାଯିବା ସହିତ ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେ ସୁସ୍ଥ ହେବା ପରେ ଏକ ଅଜଣା ସ୍ଥାନରେ ଛଡାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.