ମାଲକାନଗିରି ସହର ଉପକଣ୍ଠରେ ଭାଲୁପଲ, କାବୁ କରିବାକୁ ବନ ବିଭାଗର ଉଦ୍ୟମ

By ETV Bharat Odisha Team

Published : Mar 11, 2024, 11:08 PM IST

thumbnail

Bear Terror:ମାଲକାନଗିରି: ସହର ଉପକଣ୍ଠରେ ଭାଲୁପଲ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଭାଲୁକୁ କାବୁ କରିବାକୁ ଉଦ୍ୟମ କରୁଛି ବନ ବିଭାଗ । ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମାରୁ ଛତିଶଗଡକୁ ସଂଯୋଗ ପାଇଁ ଥିବା ମୁଖ୍ୟ ରାସ୍ତାରେ ଗୋଟିଏ ମା' ଭାଲୁ ଦୁଇ ଶାବକ ସହ ବୁଲୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏହାକୁ ଦେଖି ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । ଲୋକଙ୍କ ଗହଳି ଯୋଗୁଁ ଭାଲୁ ଗୁଡିକ ନିକଟସ୍ଥ ପଲିଟେକ୍ନିକ କଲେଜ ପାର୍ଶ୍ଵରେ ଏକ ବୁଦା ମଧ୍ୟରେ ପଶି ଅଟକି ରହିଥିବା ଜଣାପଡ଼ିଛି । 

ଏହା ବି ପଢନ୍ତୁ...ପାଚେରୀ ଡେଇଁ ଘରେ ପଶିଲା ଭାଲୁପଲ, ସିସିଟିଭିରେ କଏଦ ଦୃଶ୍ୟ

ବନ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚିଛନ୍ତି । ମାଲକାନଗିରି ଏସିଏଫ ମନସୁନ ଖେମୁଣ୍ଡୁଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ବନ କର୍ମଚାରୀ ଭାଲୁକୁ ଜଗିବସିଥିବାବେଳେ ପୋଲିସର ମଧ୍ୟ ସାହାଯ୍ୟ ଲୋଡିଛି ବନ ବିଭାଗ । ଏହାସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଭାଲୁ ଥିବା ସ୍ଥାନରୁ ହଟାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଭାଲୁମାନଙ୍କୁ କାବୁ କରିବା ପାଇଁ ବନ ବିଭାଗ ପକ୍ଷରୁ ଯନ୍ତା ଲଗାଯାଇଛି। 

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.