ଟ୍ୱିନସିଟିରେ କାଳବୈଶାଖୀ ବର୍ଷା, ତାତିରୁ ମିଳିଛି ଆଶ୍ବସ୍ତି - Thunderstorm Rain Alert

By ETV Bharat Odisha Team

Published : May 8, 2024, 10:45 PM IST

thumbnail
ଟ୍ୱିନସିଟିରେ କାଳବୈଶାଖୀ ବର୍ଷା, ତାତିରୁ ମିଳିଛି ଆଶ୍ବସ୍ତି (ETV Bharat Odisha)

Temperature Decrease In Bhubaneswar And Cuttack: ଭୁବନେଶ୍ବର: ଟ୍ୱିନସିଟିରେ ଆଶ୍ବସ୍ତି ଆଣିଛି କାଳବୈଶାଖୀ ବର୍ଷା । ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ବେଳେ ଲୋକଙ୍କୁ ଗୁଳୁଗୁଳିରୁ ତ୍ରାହି ମିଳିଛି । ସେପଟେ ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ ତାପମାତ୍ରା ଦୃଷ୍ଟାନ୍ତ ମୂଳକ ଭାବେ ଅର୍ଥାତ ୧୦ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହି କ୍ରମରେ ନବରଙ୍ଗପୁରରେ ୨୫ .୫ ମିମି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ତାପମାତ୍ରାରର ୧୫ ଡିଗ୍ରୀଠୁ ଅଧିକ ହ୍ରାସ ଘଟିଛି । ଟିଟିଲାଗଡ ଓ ମାଲକାନଗିରିରେ ୧୦ ଡିଗ୍ରୀ ସହ ଭୁବନେଶ୍ୱର ୭ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୮ରୁ ୯ ଡିଗ୍ରୀ ତାପମାତ୍ରା କମିଛି । ସେହିପରି ଉପକୂଳରେ ୪ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି । 

ଅନ୍ୟପଟେ ଆଜି (ବୁଧବାର) ଗତକାଲି ଅପେକ୍ଷା ତାପମତ୍ରାରେ ସାମାନ୍ୟ ବୃଦ୍ଧି ପାଇଛି । କିନ୍ତୁ ଆଗାମୀ ୨୪ ଘଣ୍ଟାରେ ବର୍ଷାର ପରିମାଣ ବଢିବା ସହ ବିସ୍ତୃତି ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏହି ପ୍ରକାର ସ୍ଥିତି ଲାଗି ରହିବ । ଆଜି ବଲାଙ୍ଗୀର ଓ ନୂଆପଡାରେ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 
ଏହା ମଧ୍ୟ ପଢ଼ନ୍ତୁ...ଭିଜାଉଛି କାଳବୈଶାଖୀ, ଆହୁରି 5ଦିନ ବର୍ଷା ସହ ବିଜୁଳି ଘଡଘଡି - Odisha Weather

ଆଜି ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ତାପମାତ୍ରା:

କଟକ: 37.5 ଡିଗ୍ରୀ

ଭୁବନେଶ୍ବର: 36.7 ଡିଗ୍ରୀ

ବଲାଙ୍ଗୀର: 40 ଡିଗ୍ରୀ

ନୂଆପଡ଼ା: 40 ଡିଗ୍ରୀ

ମାଲକାନଗିରି: 39.5 ଡିଗ୍ରୀ

ଟିଟିଲାଗଡ଼: 39.5 ଡିଗ୍ରୀ

ସମ୍ବଲପୁର: 39 ଡିଗ୍ରୀ

ବୌଦ୍ଧ: 39 ଡିଗ୍ରୀ

ତାଳଚେର: 38.8 ଡିଗ୍ରୀ

ଅନୁଗୋଳ: 38.7 ଡିଗ୍ରୀ

ଝାରସୁଗୁଡ଼ା: 38.5 ଡିଗ୍ରୀ

ସୋନପୁର: 38.5 ଡିଗ୍ରୀ

ଭବାନୀପାଟଣା: 38.2 ଡିଗ୍ରୀ

ସୁନ୍ଦରଗଡ଼: 38 ଡିଗ୍ରୀ

ଯାଜପୁର: 38 ଡିଗ୍ରୀ

ନୟାଗଡ଼: 38 ଡିଗ୍ରୀ

ଖୋର୍ଦ୍ଧା: 38 ଡିଗ୍ରୀ

ଢେଙ୍କାନାଳ: 38 ଡିଗ୍ରୀ

ଭଦ୍ରକ: 34.5 ଡିଗ୍ରୀ

କାନ୍ଦ୍ରାପଡ଼ା: 37.2 ଡିଗ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.