ବାଲୁକା ଚିତ୍ରକଳାରେ ବନ୍ୟପ୍ରାଣୀ ସୁରକ୍ଷା ବାର୍ତ୍ତା ଦେଲେ ସୁଦର୍ଶନ

By ETV Bharat Odisha Team

Published : Mar 3, 2024, 7:41 AM IST

thumbnail

World Wildlife Day: ପୁରୀ: ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖ ବନ୍ୟପ୍ରାଣୀ ଦିବସ ଭାବେ ସାରା ବିଶ୍ଵରେ ପାଳନ ହୋଇଥାଏ । ଏହି ଅବସରରେ ଗୁଜୁରାଟର ଚନ୍ଦ୍ରପୁରରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ସେ ବାଲୁକାରେ ଏକ ବିଶାଳ ମହାବଳ ବାଘର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ଏହା ଜରିଆରେ ସେ ବାର୍ତ୍ତା ଦେଇଛନ୍ତି, ଜଙ୍ଗଲରେ ଥିବା ବନ୍ତ୍ୟଜନ୍ତୁ ଆମ ପରିବେଶ ଓ ଜଙ୍ଗଲର ସୁରକ୍ଷା କରିଥାନ୍ତି । ଏଣୁ ଜଙ୍ଗଲୀ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ୍  । ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା  ବନ୍ୟପ୍ରାଣୀ ଦିବସ ପାଳନର ଉଦ୍ଦେଶ୍ୟ । ବନ୍ୟପ୍ରାଣୀ ଓ ଉଦ୍ଭିଦ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ୨୦୧୩ ଡିସେମ୍ବର ୨୦ରେ ମିଳିତ ଜାତିସଂଘର ସାଧାରଣ ସଭାର ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୩କୁ ପ୍ରତିବର୍ଷ ବନ୍ୟପ୍ରାଣୀ ଦିବସ ପାଳନ କରାଯାଉଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.