ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ଭକ୍ତିରେ ତଲ୍ଲୀନ ବୌଦ୍ଧ ଜିଲ୍ଲା

By ETV Bharat Odisha Team

Published : Jan 22, 2024, 10:21 PM IST

thumbnail

Ram Mandir Pran Prathistha; ବୌଦ୍ଧ : ଶହ ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ତେଣୁ ଆଜି କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ବର ଶ୍ରୀରାମପ୍ରେମୀ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଆଜି ଏହି ଅବସରରେ ବୌଦ୍ଧ ଜିଲ୍ଲା ସଦରମହକୁମା ଠାରୁ ନେଇ ପୁରପଲ୍ଲୀରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଜୟ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଲା ଚତୁର୍ଦ୍ଦିଗ । ଆଜି ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ ... ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ବ୍ରହ୍ମପୁର ଉପକଣ୍ଠରେ ବିରାଟ ଶୋଭାଯାତ୍ରା

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସମସ୍ତ ପଞ୍ଚାୟତ ତଥା ଗ୍ରାମରେ ପ୍ରଭୁ ଶ୍ରୀରାମଲାଲା ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶ୍ରୀରାମ ଚରିତ ମାନସ ପାଠ ଠାରୁ ନେଇ, ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା, ଶ୍ରୀରାମଲାଲା ଙ୍କ ଉଦ୍ଦେଶ୍ୟରେ ଲଡ଼ୁ ବଣ୍ଟନ, ସଂଧ୍ୟାରେ ପ୍ରତ୍ୟେକ ପରିବାର ତଥା ଅନୁଷ୍ଠାନ, ମନ୍ଦିର ଠାରେ ଦୀପ ପ୍ରଜ୍ବଳନ, କୁନି କୁନି ପିଲାମାନଙ୍କୁ ରାମଚନ୍ଦ୍ର, ସୀତାଙ୍କ ବେଶରେ ସଜ୍ଜିତ କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଯୋଧ୍ୟା ରୁ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ର ସିଧାପ୍ରସାରଣ ଦେଖି ଭକ୍ତ ଶ୍ରଦ୍ଧାଳୁ ମାନେ ବେଶ ଭାବବିହ୍ବଳ ହୋଇଥିଲେ । ବିଶେଷ ଭାବରେ ଯୁବ ବର୍ଗଙ୍କ ଆଦର୍ଶ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଯୁବକ ଯୁବତୀ ମାନେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି । 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.