ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ମତଦାନ ନେଇ ଉତ୍ସାହିତ ଝାରସୁଗୁଡ଼ା ଭୋଟର - Odisha Assembly election 2024

By ETV Bharat Odisha Team

Published : May 20, 2024, 11:37 AM IST

thumbnail
ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ମତଦାନ ନେଇ ଉତ୍ସାହିତ ଝାରସୁଗୁଡ଼ା ଭୋଟର (ETV Bharat Odisha)

ଝାରସୁଗୁଡ଼ା: ଦ୍ବିତୀୟ ପର୍ଯ୍ୟାୟରେ ଆଜି ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ଚାଲିଛି ମତଦାନ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ମୋଟ ୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୮ ଜଣ ପ୍ରାର୍ଥୀ ରହିଛନ୍ତି  । ମତଦାନ ପାଇଁ  ଦୁଇଟିଯାକ ନିର୍ବାଚନ ମଣ୍ଡଳୀରେ ୫୧୫ଟି ବୁଥ ବ୍ୟବସ୍ଥା କରାଯାଇଛି  । ସେହିପରି ୮୦ଟି ସଖୀ ବୁଥ ମଧ୍ୟ ରହିଛି  ।  ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨ ଲକ୍ଷ ୨୪ ହଜାର ୭୦୨ ଭୋଟର ରହିଥିବା ବେଳେ ବ୍ରଜରାଜନଗରରେ  ୨ଲକ୍ଷ ୧୪ହଜାର ୪୩୪ ଭୋଟର ରହିଛନ୍ତି  । ଆଜି ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଜାରି ରହିଛି । ଭୋଟରମାନେ ଲମ୍ବା ଲାଇନରେ ଆସି ମତଦାନ କରୁଛନ୍ତି  । ଏହି ସମୟରେ ଭୋଟରମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ନିଜ ମନ ପସନ୍ଦର ପ୍ରାର୍ଥୀମାନଙ୍କୁ ଭୋଟ ଦେଇଛନ୍ତି ଭୋଟର ।  ଏନେଇ ଭୋଟରମାନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.