ନିମାପଡ଼ାରେ ମା' ବନଦୁର୍ଗାଙ୍କ ମହୋତ୍ସବ; ଜମୁଛି ସାଧୁସନ୍ଥଙ୍କ ଭିଡ, ମନ୍ତ୍ରଧ୍ବନିରେ କମ୍ପୁଛି ପରିବେଶ - Banadurga Mahotsav

By ETV Bharat Odisha Team

Published : Apr 17, 2024, 10:09 AM IST

thumbnail

 Banadurga Mahotsav in Nimapada: ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ନାଗବସ୍ତ ଗ୍ରାମରେ ଆରମ୍ଭ ହୋଇଯାଇଛି ମା’ ବନଦୁର୍ଗାଙ୍କ ମାଳିକା ବର୍ଣ୍ଣିତ ମହୋତ୍ସବ ।  ମା' ବନଦୁର୍ଗାଙ୍କ ଶକ୍ତି ପୀଠରେ ମହୋତ୍ସବ ପାଇଁ ସାଧୁସନ୍ଥଙ୍କ ଭିଡ ଦେଖିବାକୁ ମିଳିଛି । ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା 18 ତାରିଖରେ ଶେଷ ହେବ । ପୀଠର ବହୁ ମାହାତ୍ମ୍ୟ ରହିଥିବା ନେଇ ଏଠାକୁ ଆସିଥିବା ସାଧୁସନ୍ଥମାନେ ପ୍ରକାଶ କରିଛନ୍ତି ।      

ଏହା ମଧ୍ୟ ପଢ଼ନ୍ତୁ...  ପ୍ରକଟିବେ ଅଗ୍ନିରୂପା ମା' ହିଙ୍ଗୁଳା, ବିଧି ଅନୁଯାୟୀ ସମ୍ପନ୍ନ ହେଲା ଜନ୍ତାଳ ପୂଜା - MAA HINGULA TEMPLE

ମା’ ବନଦୁର୍ଗାଙ୍କ ଶକ୍ତି ପୀଠରେ ମା’ଙ୍କ ସହିତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶିବ, ପାର୍ବତୀ ଏବଂ ଅନ୍ୟ ଦେବତା ପୂଜା ପାଇଆସୁଛନ୍ତି । ପୀଠରେ ମାସର ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ବିଭିନ୍ନ ସ୍ଥାନରୁ ରୋଗୀ ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ଲୋକ ଭିଡ ଜମାଇଥାନ୍ତି । ମା’ଙ୍କ କାଳିସୀ ହୁକୁମ ଦେଇ ରୋଗ ଭଲ କରିବା ସହିତ ଲୋକଙ୍କ ଅନ୍ୟାନ୍ୟ ମନସ୍କାମନା ପୂରଣ କରିଥାଆନ୍ତି ବୋଲି ଶ୍ରଦ୍ଧାଳୁଙ୍କର ବିଶ୍ବାସ ରହିଛି । ମହୋତ୍ସବ ପାଇଁ ଶ୍ରଦ୍ଧାଳୁମାନେ ନିକଟସ୍ଥ ଧନୁଆ ନଦୀରୁ ୧୦୮ କଳସରେ ପାଣି ଆଣି କଳସ ଶୋଭାଯାତ୍ରାରେ ଆସି ମା’ଙ୍କ ପୀଠରେ ପହଞ୍ଚିଥିଲେ । ବ୍ରାହ୍ମଣଙ୍କ ଦ୍ଵାରା ସ୍ଵତନ୍ତ୍ର ନୀତିକାନ୍ତି ସହିତ କଳସ ପ୍ରତିଷ୍ଠା, ହୋମଯଜ୍ଞ, ହନୁମାନ ଚାଳିଶା, ଝାମୁଯାତ୍ରା, ଲୋକ କଳାକୃତି, ପ୍ରସିଦ୍ଧ ଛଉ ନୃତ୍ୟ, ସାରଳା ଘଣ୍ଟ ନୃତ୍ୟ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.