ବିଜେପି ସହ 28 ବର୍ଷର ସମ୍ପର୍କ ଛିନ୍ନ କଲେ ଛୋଟେଲାଲ ମହାନ୍ତ - Rairangpur Politics

By ETV Bharat Odisha Team

Published : Apr 6, 2024, 10:59 AM IST

thumbnail

Chhotelal Mahanta left BJP: ରାଇରଙ୍ଗପୁର: ଆରମ୍ଭ ହୋଇ ଯାଇଛି ନିର୍ବାଚନୀ ଋତୁ । ନିର୍ବାଚନ ଯେତିକି ପାଖେଇ ଆସୁଛି ସ୍ଥିତି ସେତେ ରୋଚକ ହେବାରେ ଲାଗିଛି । ଆଉ ଦଳୀୟ ଟିକେଟ ଆଶାୟୀଙ୍କ କଥା ନ କହିବା ଭଲ । ଆଶାୟୀମାନଙ୍କ ମଧ୍ୟରେ କିଏ ଟିକେଟ ନ ପାଇ ଦଳରୁ ଇସ୍ତଫା ଦେଉଛି ତ ପୁଣି କିଏ ଗୋଟିଏ ଦଳରୁ ଆଉ ଗୋଟିଏ ଦଳକୁ ଡିଆଁ ମାରୁଛି । ଏପରି କିଛି ସ୍ଥିତି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲା ବିଜେପିର ବରିଷ୍ଠ ନେତା ଛୋଟେଲାଲ ମହାନ୍ତ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଗତକାଲି (ଶୁକ୍ରବାର) ଇସ୍ତଫା ଦେଇଛନ୍ତି । 

ଏହାମଧ୍ୟ ପଢନ୍ତୁ.. ଟିକେଟ୍‌ ପାଇବା ପରେ ମୟୂରଭଞ୍ଜରେ ସୁଦାମ ମାରାଣ୍ଡି, କହିଲେ ଜିଲ୍ଲାର ବିକାଶ ପାଇଁ ସ୍ବର ଉତ୍ତୋଳନ କରିବି - Mayurbhanj Lok Sabha Constituency

ଏନେଇ ଛୋଟେଲାଲ ମହାନ୍ତ କହିଛନ୍ତି ଯେ, ଦୀର୍ଘ 38 ବର୍ଷ ଧରି ବିଜେପି ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ବିଜେପି ଦଳ ତାଙ୍କୁ ସବୁବେଳେ ଅଣଦେଖା କରି ଆସିଛି । ଆସନ୍ତା ନିର୍ବାଚନରେ ସେ ମୋରଡା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ଟିକେଟ ପ୍ରଦାନ କରି ନ ଥିବାରୁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ହାରିଥିବା ପ୍ରାର୍ଥୀଙ୍କୁ ଓ ଦଳ ଡେଇଁ ଆସିଥିବା ନେତାଙ୍କୁ ଦଳ ଟିକେଟ ଦେଉଥିବା ବେଳେ ବର୍ଷ ବର୍ଷ ଧରି ସକ୍ରିୟ ଭାବେ କାମ କରିଆସୁଥିବା ଆଶାୟୀଙ୍କୁ ଟିକେଟ ଦିଆଯାଉନଥିବା କହିଛନ୍ତି ଅସନ୍ତୋଷ ବିଜେପି କର୍ମୀ । 

ଛୋଟେଲାଲ ମହାନ୍ତ ଆଗକୁ ଅନ୍ୟ ଦଳରେ ଯୋଗ ଦେବେ ନା ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବେ ନାହିଁ ସେନେଇ ସ୍ପଷ୍ଟ କରି ନାହାନ୍ତି । ତେବେ ଛୋଟେଲାଲ ମହାନ୍ତ ବିଜେପିରୁ ଇସ୍ତଫା ଦେବା ପରେ ନିଶ୍ଚିତ ଭାବେ କୁଡୁମୀ ସମ୍ପ୍ରଦାୟର ଅଧିକାଂଶ ଭୋଟ ବିଜେପି ବିପକ୍ଷରେ ଯିବ ବୋଲି ସାଧାରଣରେ ଆଲୋଚନା ହେଉଛି । 
 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.