ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - Mangala Alati

By ETV Bharat Odisha Team

Published : May 9, 2024, 7:14 AM IST

thumbnail
MANGALA ALATI (ETV Bharat Odisha)

Mangala Alati: ପୁରୀ: ସେ ଜଗତର ନାଥ ଜଗନ୍ନାଥ । ଅନାଥର ନାଥ ସେ ଦୁଃଖୀର ଦିନବନ୍ଧୁ  । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ଭାବ ବିନୋଦିଆ କାଳିଆ ଠାକୁରକୁ ଦେଖିବାକୁ ବ୍ୟାକୁଳ ଭକ୍ତର ମନ । ତାଙ୍କର ଚକାଆଖିକୁ ଦେଖି ଦେଲେ ଭାବ ବିହ୍ବଳ ହୋଇପଡେ ଭକ୍ତ ।  ସେଥିପାଇଁ ତ ନୀଳାଚଳିଆ କାଳିଆ ଠାକୁରଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମେ ବଡ ଦେଉଳରେ । କାହିଁ କେତେ ଦୂରରୁ କାଳିଆ ସାଆନ୍ତେଙ୍କ ଦର୍ଶନ ପାଇଁ ଧାଇଁ ଆସନ୍ତି ଭକ୍ତ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ହୋଇଥାଏ । ପ୍ରତ୍ୟେକ ଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ବଡି ଭୋରରୁ ପୂଜାପଣ୍ଡା ଓ ସେବାୟତ ଶ୍ରୀମନ୍ଦିର ଦ୍ବାରା ଫିଟା ନୀତି ସହ ଆଳତୀ କରିଛନ୍ତି । ଜୟ ଜଗନ୍ନାଥ, ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଛି ବଡଦେଉଳ । ଏହି ଦିବ୍ୟ ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ  ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.