ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

By ETV Bharat Odisha Team

Published : Mar 8, 2024, 6:41 AM IST

Updated : Mar 8, 2024, 8:58 AM IST

thumbnail

Maha Shivratri wishes In Sand Art: ବାଲୁକା ଚିତ୍ରକଳାରେ ମହାଶିବରାତ୍ରୀର ଶୁଭେଚ୍ଛା ବାର୍ତ୍ତା । ପବିତ୍ର ମହାଶିବରାତ୍ରୀ ଅବସରରେ ଏକ ନିଆରା ଢଙ୍ଗରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ପୁରୀ ନିଳାଦ୍ରୀ ବିଚରେ ଏକ ବିଶାଳ ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ । ଦେବ ଦେବ ମହାଦେବଙ୍କ ଏକ ବିରାଟ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯେଉଁଥିରେ 5 ଶହ ଶିବଲିଙ୍ଗ ସ୍ଥାନ ପାଇଛି । ଯାହାକି ବାଲୁକା ଚିତ୍ରକଳାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି ।

ଏହାକୁ ଦେଖିବା ପାଇଁ ପୁରୀର ନିଳାଦ୍ରୀ ବିଚରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଲାଗିଛି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ କହିଛନ୍ତି, "ପବିତ୍ର ମହାଶିବରାତ୍ରୀକୁ ନେଇ ସାରା ଦେଶ ଉତ୍ସବମୁଖର । ସାରା ଦେଶବାସୀଙ୍କୁ ସୁଖ ସମୃଦ୍ଧି ପ୍ରଭୁ ପ୍ରଦାନ କରନ୍ତୁ ବୋଲି ମୁଁ ଏହି ଚିତ୍ରକଳା ମାଧ୍ୟମରେ ପ୍ରାର୍ଥନା କରୁଛି ।" 

Last Updated : Mar 8, 2024, 8:58 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.