‘ଖୁବଶୀଘ୍ର ପ୍ରାର୍ଥିତ୍ବ ବଦଳି ଥାଆନ୍ତା, ଜାଣିପାରି ଟିକେଟ ଫେରାଇଲେ ସୁଚରିତା’ - sucharita mohanty

By ETV Bharat Odisha Team

Published : May 4, 2024, 3:01 PM IST

thumbnail
ଟିକେଟ ଫେରାଇଲେ ସୁଚରିତା (ଭିଡିଓ- ଇଟିଭି ଭାରତ, ଓଡିଶା)

ଭୁବନେଶ୍ବର: କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥିନୀ ସୁଚରିତା ମହାନ୍ତି ନିର୍ବାଚନୀ ପ୍ରଚାର ଖର୍ଚ୍ଚ ନମିଳିବା ଅଭିଯୋଗରେ ଟିକେଟ ଫେରାଇବା ପ୍ରସଙ୍ଗରେ ବଡ ସୂଚନା ଦେଇଛନ୍ତି ରାଜ୍ୟ ପିସିସି ପ୍ରଭାରୀ ଅଜୟ କୁମାର । ପୁରୀରେ ସୁଚରିତାଙ୍କ ପ୍ରାର୍ଥିତ୍ବ ପରିବର୍ତ୍ତନ କରିବା ପାଇଁ ରାଜ୍ୟ କଂଗ୍ରେସ କେନ୍ଦ୍ରୀୟ କମିଟିକୁ ଲେଖିସାରିଥିଲା । ଖୁବଶୀଘ୍ର ସୁଚରିତାଙ୍କୁ ପରିବର୍ତ୍ତନ କରାଯାଇଥାଆନ୍ତା । ଏହା ଜାଣିପାରି ସେ ଟିକେଟ ଫେରାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ପ୍ରଚାର ଖର୍ଚ୍ଚ ଦେଲାନି ଦଳ ! ଟିକଟ୍‌ ଫେରାଇଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି - SUCHARITA MOHANTY RETURNED TICKET

ସୁଚରିତାଙ୍କ ଅଭିଯୋଗ ସମ୍ପର୍କରେ ଅଜୟ କହିଛନ୍ତି, ‘‘ଫଣ୍ଡିଂର କୌଣସି ସମସ୍ୟା ନାହିଁ । ପାର୍ଟି ଫଣ୍ଡିଂ କରିଥାନ୍ତା । ସେଥିରେ କୌଣସି ସମସ୍ୟା ନଥିଲା । ପୁରୀ ପ୍ରାର୍ଥୀ ଆମେ ବଦଳେଇଥାନ୍ତୁ । ଏନେଇ ଆମେ କେନ୍ଦ୍ରୀୟ ନେତୃତ୍ବଙ୍କୁ ପୂର୍ବରୁ ଚିଠି ଲେଖି ଅନୁରୋଧ କରି ସାରିଥିଲୁ । ଆଜି କିମ୍ବା ଆସନ୍ତାକାଲି ଭିତରେ ଏହା ଘୋଷଣା ହେଇଥାନ୍ତା । ଦୁଇ ତାରିଖରୁ ଆମେ କିଛି ସ୍ଥାନରେ ପ୍ରାର୍ଥୀ ବଦଳେଇବା ପାଇଁ ଚିଠି କରି ସାରିଥିଲୁ । ସୁଚରିତା ଏହି କଥା ପୂର୍ବରୁ ଜାଣି ସାରିଥିଲେ । ସେଥିପାଇଁ ସେ ଏପରି କଲେ ।’’


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.