ବଜ୍ରକାପ୍ତା ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ, ଜଣେ ଗିରଫ

By ETV Bharat Odisha Team

Published : Jan 22, 2024, 9:31 AM IST

thumbnail

Pangolin rescued:ନବରଙ୍ଗପୁର: ପୁଣି ନବରଙ୍ଗପୁରରେ ବଜ୍ରକାପ୍ତା ଉଦ୍ଧାର । ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଚାଲାଣ ଅଭିଯୋଗରେ ଜଣେ ଗିରଫ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ମାଳିଗୁଡା ଗାଁ ନିକଟରେ ୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତାକୁ ବିକ୍ରି ପାଇଁ ମୁଲଚାଲ ଚାଲିଥିବାବେଳେ ଖବର ପାଇ ବନଭିଭାଗର ସ୍ୱତନ୍ତ୍ର ଟିମ ପହଁଚି ମାଡି ବସିଥିଲା । ଏଥିରେ ସଂପୃକ୍ତ ଅରୁଣ ମୁଦୁଲି ନାମକ ଜଣେ ଅଭିଯୁକ୍ତକୁ ବନ ବିଭାଗ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ସେହିପରି ପୂର୍ବରୁ ଗତ ୧୪ ତାରିଖ ଦିନ କୋଡ଼ିଙ୍ଗା ରେଞ୍ଜ ଅଞ୍ଚଳରେ ମଧ୍ୟ ଏଭଳି ଏକ ବଜ୍ରକାପ୍ତା ଡିଲ ହେଉଥିବା ବେଳେ ଧରିଥିଲା ବନବିଭାଗ । ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟି ପ୍ରାୟ ୧୦ କେଜି ଓଜନର ହୋଇଥିବାବେଳ ଏହାକୁ ୧୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ଚାଲିଥିଲା । ତେବେ ବାରମ୍ବାର ନବରଙ୍ଗପୁର ଜିଲ୍ଲାରେ ଏଭଳି ବଜ୍ରକାପ୍ତା ବ୍ୟାପାର ଦିନକୁ ଦିନ ଵୃଦ୍ଧି ପାଇବାରେ ଲାଗିଛି  । ଯାହାକୁ ରୋକିବାକୁ ଚେଷ୍ଟା ଜାରି ରହିଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.