ସମ୍ବଲପୁରରେ ବିଜେଡିର ୨ ପ୍ରାର୍ଥୀ ଇମ୍ପୋଟେଡ୍: ଜୟ ନାରାୟଣ - Jay Narayan Mishra Slams BJD

By ETV Bharat Odisha Team

Published : Apr 17, 2024, 6:23 PM IST

thumbnail

Jay Narayan Mishra Slams BJD: ସମ୍ବଲପୁର: ରୋହିତ ପୂଜାରୀ ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସମ୍ବଲପୁରର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ଲଢିବେ ରୋହିତ । ଏନେଇ ପ୍ରତିକ୍ରିୟା ରଖି ଜୟ ନାରାୟଣ ମିଶ୍ର କହିଛନ୍ତି ,"ବିଜେଡିର ଯିଏ ପ୍ରାର୍ଥୀ ହେଲେ ମଧ୍ୟ ଜଣେ ପ୍ରାର୍ଥୀ ହେବ । ଏଥିରେ ମୁଁ ବିଚଳିତ ନୁହେଁ କି ଚିନ୍ତିତ ନୁହେଁ । ମୁଁ ଲୋକଙ୍କ ସହିତ ସବୁବେଳେ ରୁହେ, ଲୋକଙ୍କ ଶକ୍ତି ହେଉଛି ମୋର ଶକ୍ତି । ବିଜେଡିର ଯିଏ ପ୍ରାର୍ଥୀ ହେଲେ ମଧ୍ୟ ମୋର କୌଣସି ଆପତ୍ତି ନାହିଁ । "

ଏହା ବି ପଢନ୍ତୁ...ଆସନ ବଦଳିବା ପରେ ରୋହିତ କହିଲେ, ମୁଁ ନବୀନ ପଟ୍ଟନାୟକଙ୍କ ସୈନିକ... - Prasanna And Rohit Has Been Swapped

ଅସୁସ୍ଥତା ଯୋଗୁଁ ଜୟ ନାରାୟଣ ମିଶ୍ର ଘରେ ବିଶ୍ରାମ ନିଅନ୍ତୁ ବୋଲି ରୋହିତ ପୂଜାରୀ ଉପଦେଶ ଦେଇଥିବା ପ୍ରସଙ୍ଗରେ ଜୟ ନାରାୟଣ ମିଶ୍ର ପାଲଟା ଉତ୍ତର ଦେଇ କହିଛନ୍ତି "ମୋର କଣ ରୋଗ ଅଛି ତାହା ମୋତେ ଜଣାନାହିଁ । ସେ ଜଣେ ଇଞ୍ଜିନିୟର ବୋଲି ମୁଁ ଶୁଣିଥିଲି, ଯଦି ସେ ଡାକ୍ତର ମଧ୍ୟ ଅଟନ୍ତି ତାହେଲେ ମୋର କ'ଣ ରୋଗ ଅଛି ଜାଣିବା ପାଇଁ ମତେ ପରୀକ୍ଷା କରନ୍ତୁ । ରୋଗ କେବେଠୁ ମୋ ଠାରୁ ଦୂରେଇ ଗଲାଣି । ସେ ଭିତ୍ତିହୀନ କଥା କହୁଛନ୍ତି । ନିଜେ ନିର୍ବାଚନରେ କିପରି ବିଜୟୀ ହେବେ ସେନେଇ ଚିନ୍ତା କରନ୍ତୁ ।" 

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ତାଙ୍କୁ ରୋହିତ ପୂଜାରୀ ବାହାରିଆ ନେତା କହିଥିବା ପ୍ରସଙ୍ଗରେ ମଧ୍ୟ ଜବାବ ରଖିଛନ୍ତି ଜୟ ନାରାୟଣ । ସେ କହିଛନ୍ତି, "ରୋହିତ ନିଜେ ରାଉରକେଲାର ଲୋକ । ଏଠି କ'ଣ ତାଙ୍କ ଜମିବାଡି଼ ଅଛି କି ପଟ୍ଟା ଅଛି କି ? ବିଜେଡିର ଉଭୟ ନେତା ଇମ୍ପୋଟେଡ୍ ।"

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.