ବାଲୁକା କଳାରେ ରାଧା-କୃଷ୍ଣ, ରଙ୍ଗର ପର୍ବର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - Holi 2024

By ETV Bharat Odisha Team

Published : Mar 25, 2024, 11:42 AM IST

thumbnail

Holi 2024 ପୁରୀ: ବାଲୁକା ଚିତ୍ର କଳାରେ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସାରା ଦେଶରେ ହୋଲି ଉତ୍ସବକୁ ନେଇ ଆନନ୍ଦର ମାହୋଲ ଖେଳିଯାଇଛି । ରଙ୍ଗର ପର୍ବ ହୋଲିକୁ ପାଳନ କରିବା ପାଇଁ ସବୁଠି ବ୍ୟାପକ ପ୍ରସ୍ତୁତି କରାଯାଇଛି । ସାଙ୍ଗ ସାଥି, ବନ୍ଧୁ ପରିବାରବର୍ଗଙ୍କ ଗହଣରେ ହୋଲି ଉତ୍ସବକୁ ମନାଇବା ପାଇଁ ସବୁ ଆଡ଼େ ଉତ୍ସାହ । 

ଏହି ଅବସରରେ ସାରା ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୁମିର ନିଳାଦ୍ରୀ ବେଳାଭୂମୀରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ହୋଲିର ଶୁଭେଚ୍ଛା ଦେଇଛନ୍ତି ସୁଦର୍ଶନ । ବାଲୁକା ଚିତ୍ରକଳାରେ ପ୍ରଭୁ ରାଧାକୃଷ୍ଣଙ୍କ ପ୍ରତିକୃତିକୁ ସ୍ଥାନ ଦିଆଯାଇଥିବା ବେଳେ ବିଭିନ୍ନ ରଙ୍ଗର ଅବିର ମଧ୍ୟ ରହିଛି । ତେବେ ଏହି ହୋଲି ଉତ୍ସବକୁ ସୁରକ୍ଷିତ ଭାବେ ପାଳନ କରିବାକୁ ସୁଦର୍ଶନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.