ଝାରସୁଗୁଡାରେ କଂଗ୍ରେସର ବିକ୍ଷୋଭ, ମୁଖ୍ୟମନ୍ତ୍ରୀ ଏବଂ 5T ଅଧକ୍ଷଙ୍କ କୁଶ ପୁତ୍ତଳିକା ଦାହ

By ETV Bharat Odisha Team

Published : Feb 17, 2024, 10:41 PM IST

thumbnail

Effigy burnt of CM and 5T Chairman by Congress in Jharsuguda: ଝାରସୁଗୁଡା: ମୁଖ୍ୟମନ୍ତ୍ରୀ ଏବଂ 5T ଅଧକ୍ଷଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସ କମିଟି । ଆଜି ଝାରସୁଗୁଡା ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ଆନ୍ଦୋଳନ କରାଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି ସୁବ୍ରତ ପ୍ରଧାନ, ତରୁଣ ପାଣ୍ଡେଙ୍କ ସମେତ ବହୁ ଯୁବ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢ଼ନ୍ତୁ... ଚାଷୀ ମାରଣ ନୀତିକୁ କଂଗ୍ରେସର ବିରୋଧ, ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ 

କେନ୍ଦ୍ର ସରକାରଙ୍କ ମାରଣ ନୀତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ଦଳ । ଡବଲ ଗେମ ଖେଳି ବିଜେଡି ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଉଥିବାର ଅଭିଯୋଗ କରି ବିଜେଡି ଉପରେ ବର୍ଷିଛି କଂଗ୍ରେସ । ଆନ୍ଦୋଳନ ପରେ ଝାରସୁଗୁଡା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ବିଜେପି ଓ ବିଜେଡ଼ିର ବାହାଘର ଅନୁଷ୍ଠିତ ହୋଇଥିଲା । ବିଜେପି ସହିତ ବିଜେଡିର ଭିତିରି ବୁଝାମଣା ଥିବା ଅଭିଯୋଗ କରି ଏହାକୁ ଭୋଟର ମାନଙ୍କ ନିକଟରେ ଏକ ନିଆରା ଢଙ୍ଗରେ ଉପସ୍ଥାପନ କରିଛି ଝାରସୁଗୁଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ । ବିଜେପିକୁ ବର ଓ ବିଜେଡିକୁ କନିଆଁ ଭାବେ ଚିତ୍ରଣ କରାଯାଇଥିଲା । ଏଥିରେ କଂଗ୍ରେସ ନେତୃବୃନ୍ଦ ବରଯାତ୍ରୀରେ ଆସିଥିବା ବେଳେ ବ୍ରାହ୍ମଣ ଉପସ୍ଥିତିରେ ବେଦମନ୍ତ୍ର ପାଠ କରି ବାହାଘର ସଂପନ୍ନ ହୋଇଥିଲା ।

ଇଟିଭି ଭାରତ,ଝାରସୁଗୁଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.