ETV Bharat / politics

ଚାଷୀ ମାରଣ ନୀତିକୁ କଂଗ୍ରେସର ବିରୋଧ, ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ

author img

By ETV Bharat Odisha Team

Published : Feb 17, 2024, 7:38 PM IST

Congress Burnt Effigy Of Odisha CM And 5T Chairman: କେନ୍ଦ୍ର ସରକାରଙ୍କ ମାରଣ ନୀତିକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ । କେନ୍ଦ୍ରକୁ ସମର୍ଥନ ଦେବା ନେଇ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ । ଅଧିକ ପଢନ୍ତୁ

ଚାଷୀ ମାରଣ ନୀତିକୁ କଂଗ୍ରେସର ବିରୋଧ , ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ
ଚାଷୀ ମାରଣ ନୀତିକୁ କଂଗ୍ରେସର ବିରୋଧ , ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ

ଚାଷୀ ମାରଣ ନୀତିକୁ କଂଗ୍ରେସର ବିରୋଧ , ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ

ରାଇରଙ୍ଗପୁର: କେନ୍ଦ୍ର ସରକାରଙ୍କ ମାରଣ ନୀତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ଦଳ । ଡବଲ ଗେମ ଖେଳି ବିଜେଡି ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଉଥିବାର ଅଭିଯୋଗ କରି ବିଜେଡି ଉପରେ ବର୍ଷିଛି କଂଗ୍ରେସ । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତା ଓ କର୍ମୀ ।

ରାଇରଙ୍ଗପୁର ସହରର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ଶ୍ୟାମଚରଣ ହାଁସଦା, ବରିଷ୍ଠ ନେତା ଅଶୋକ ଅଗ୍ରୱାଲ, ରୂପକ ପଟ୍ଟନାୟକ, ବେରେଲ ସିର୍କା, ଭଜୁହରି ମହାନ୍ତଙ୍କ ସମେତ କଂଗ୍ରେସ କର୍ମୀ ମାନେ ଯୋଗ ଦେଇ ଏକ ରାଲିରେ ମାଉସୀ ମା’ ମନ୍ଦିର ନିକଟରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଜାତୀୟ କଂଗ୍ରେସ ଦଳର ଜିନ୍ଦାବାଦ ନାରା ଲଗାଇବା ସହିତ ନବୀନ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରିଥିଲେ । ତେବେ ଶ୍ରମିକ ଓ ଚାଷୀଙ୍କ ସ୍ବାର୍ଥରେ ବାଧକ ସାଜିଥିବା କେନ୍ଦ୍ର ସରକାରଙ୍କୁ ବିରୋଧ କରିଥିଲେ । ଏଥି ସହିତ ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଉଥିବାର ଅଭିଯୋଗ ଆଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ସୁବର୍ଣ୍ଣପୁର କଂଗ୍ରେସର ବିରୋଧ

ତେବେ ଚାଷୀ ଓ ଶ୍ରମିକଙ୍କ ସ୍ବାର୍ଥରେ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ଗ୍ରହଣ କରୁନଥିବା ଓ ବିଜେଡି କେନ୍ଦ୍ର ସରକାରଙ୍କୁ ଏ ଦିଗରେ ସମର୍ଥନ ଦେଉଥିବା ଯୋଗୁଁ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛି କଂଗ୍ରେସ ଦଳ । ସୂଚନାଯୋଗ୍ୟ ଯେ, ସାରା ଦେଶରେ କୃଷକଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବିଚାର ଓ ସେମାନଙ୍କର ଅଧିକାର ସମୂହ ୨୧ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସାରା ଦେଶର ଶ୍ରମିକ ଓ କୃଷକ ସଂଗଠନ । ଦାବି ଗୁଡିକ ମଧ୍ୟରେ ଶ୍ରମିକ ବିରୋଧୀ ୪ଟି ଶ୍ରମ କାର୍ଡ ବାତିଲ, ଶ୍ରମିକମାନଙ୍କୁ ଅସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି ଦେବା, ମାସିକ ସର୍ବନିମ୍ନ ଦରମା ୨୬ ହଜାର ଦେବା, ଏମ୍‌ଏସ୍‌ ସ୍ବାମୀନାଥନ ଜାତୀୟ କୃଷକ କମିଶନରଙ୍କ ସୁପାରିଶ ଅନୁସାରେ ଏମ୍‌ଏସ୍‌ପି ଲାଗୁ କରିବା ଭଳି ୨୧ଟି ଦାବି ରହିଛି । ତେବେ କୃଷକ ଓ ଶ୍ରମିକ ସଂଗଠନର ଏହି ସବୁ ଦାବି ଗୁଡିକୁ ଉଚିତ ଦର୍ଶାଇ କଂଗ୍ରେସ ଦଳର ପୂର୍ଣ୍ଣ ସମର୍ଥନ ରହିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.