ରାଜନଗର ବିଜେପି ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ - Rajnagar Assembly Constituency

By ETV Bharat Odisha Team

Published : Apr 18, 2024, 12:58 PM IST

thumbnail

BJP Workers Opposed Rajnagar MLA Candidate: କେନ୍ଦ୍ରାପଡା: ପଦାରେ ପଡିଲା ବିଜେପିର ଦଳୀୟ କନ୍ଦଳ । ମହାକାଳପଡ଼ା ପରେ ରାଜନଗର ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ । ବିକ୍ଷୋଭ ପ୍ରଦର୍ଶନ କଲେ କର୍ମୀ । ରାଜନଗର ନିର୍ବାଚନ ମଣ୍ଡଳୀରୁ ଲଳିତ ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏହାକୁ ବିରୋଧ କରି ବୁଧବାର ଶତାଧିକ ବିଜେପି କର୍ମୀ ରାଜରାସ୍ତାକୁ ଓହ୍ଲାଇବା ସହ ଲଳିତଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଲଳିତଙ୍କ ରାଜନଗରରେ କୌଣସି ସଙ୍ଗଠନ ନଥିବା ଓ ତାଙ୍କୁ ନିର୍ବାଚନ ମଣ୍ଡଳୀରେ ନିଜ ଦଳର କର୍ମୀମାନେ ଚିହ୍ନି ନଥିବା ଅଭିଯୋଗ କରିଛନ୍ତି ଦଳୀୟ କର୍ମୀ । ଏଭଳି ବ୍ୟକ୍ତିଙ୍କୁ କାହିଁକି ରାଜନଗରରୁ ପ୍ରାର୍ଥୀ କରାଗଲା ବୋଲି ରାଜ୍ୟ ନେତୃତ୍ୱକୁ ପ୍ରଶ୍ନ କରିଛନ୍ତି । ରାଜନଗର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୫ ବର୍ଷ ଧରି ସଙ୍ଗଠନ କରି ଆସୁଥିବା ଅଜୟ ବେହେରାଙ୍କୁ ବାଦ ଦେଇ ବିଜେପି ରାଜ୍ୟ ନେତୃତ୍ୱ ରାଜନଗର ଆସନକୁ ଶାସକ ଦଳ ହାତକୁ ଟେକି ଦେବା ପାଇଁ ଯୋଜନା କରିଥିବା କର୍ମୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କେନ୍ଦ୍ରାପଡା ଆସନରୁ ଲୋକସଭା ପ୍ରାର୍ଥୀ ହୋଇଥିବା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ପ୍ରାର୍ଥିତ୍ବ ସମ୍ପର୍କରେ ଚୁପ ରହୁଥିବା କାରଣରୁ ଏହି ଅସନ୍ତୁଷ୍ଟ କର୍ମୀ ରାଜ୍ୟ ବିଜେପି କାର୍ଯ୍ୟାଳୟ ସହିତ ଦିଲ୍ଲୀ ମୁଖ୍ୟାଳୟରେ ପହଞ୍ଚିବେ ବୋଲି ଚେତାବନୀ ଦେଇଛନ୍ତି ।  

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.