ତେଲକୋଇ ଆସନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଫକୀର ମୋହନ - fakir mohan nayak files nomination

By ETV Bharat Odisha Team

Published : May 2, 2024, 9:33 PM IST

thumbnail
ତେଲକୋଇ ଆସନ ପାଇଁ ନାମାଙ୍କନ ଭରିଲେ ଫକୀର ମୋହନ (ETV BHARAT ODISHA)

କେନ୍ଦୁଝର: ଆଜି ଜିଲ୍ଲାର ଚମ୍ପୁଆ ଏବଂ ଆନନ୍ଦପୁରରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ କେନ୍ଦୁଝର ଲୋକସଭା, ପାଟଣା ଓ ତେଲକୋଇ ବିଧାନସଭା ପାଇଁ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେଲକୋଇ ଆସନ ପାଇଁ ବିଜେପିରୁ ଡ଼ ଫକୀର ମୋହନ ନାଏକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କେନ୍ଦୁଝର ଲୋକସଭା ପାଇଁ ଏସୟୁସିଆଇରୁ ହରିହର ମୁଣ୍ଡା ଏବଂ ପାଟଣା ବିଧାନସଭା ପାଇଁ ବେଣୁଧର ନାମାଙ୍କନ ଭରିଛନ୍ତି । 

କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାବେଳେ ବହୁ କ୍ଷେତ୍ରରେ ଅବହେଳିତ ରହିଛି । ଖଟିଖିଆ କୃଷକ ଚାଷୀମାନଙ୍କ ସ୍ୱରକୁ ଲୋକସଭାରେ ଉଠାଇବା ପାଇଁ ପ୍ରାର୍ଥୀ ହୋଇଥିବା ହରିହର ମୁଣ୍ଡା ପ୍ରକାଶ କରିଛନ୍ତି । ସେହିପରି ଉକ୍ତ ସଂଗଠନ ପକ୍ଷରୁ ପାଟଣା ବିଧାନସଭା ଆସନ ପାଇଁ ଜଣେ ଚାଷୀ ସଂଗଠକ ଭାବେ ପରିଚିତ ବେଣୁଧର ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଛି ଦଳ । ସେ ବିଜୟୀ ହେଲେ ପାଟଣା ଅଞ୍ଚଳରେ ଲାଗି ରହିଥିବା ଚାଷୀ ସମସ୍ୟାକୁ ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ.....ପାଟପଟୁଆର ସହ ଆସି ନାମାଙ୍କନ ଭରିଲେ ବିଧାୟକ ପ୍ରାର୍ଥୀ ମହେଶ - Mahesh Sahoo Files Nomination

ସେପଟେ ତେଲକୋଇ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଡ଼ ଫକୀର ମୋହନ ନାଏକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସମର୍ଥକଙ୍କ ସହିତ ଅପରାହ୍ନ ସମୟରେ ଆସି କେନ୍ଦୁଝର ଅତିରିକ୍ତ ଉପଜିଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଫକୀରଙ୍କ ସହିତ ତେଲକୋଇ ବିଧାନସଭାର ବିଜେପି ସଂଯୋଜକ ଉଦୟ କୁମାର ସାହୁ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଓ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ହରିହର ମହାନ୍ତ ଉପସ୍ଥିତ ଥିଲେ । 

ତେଲକୋଇର ବିକାଶ ତାଙ୍କର ପ୍ରମୁଖ ମୁଦ୍ଦା ରହିବା ସହିତ ନରେନ୍ଦ୍ର ମୋଦିଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଅଞ୍ଚଳବାସୀଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି । ପ୍ରକାଶ ଯେ, ଆସନ୍ତା କାଲି ବିଜେପିର ସମସ୍ତ ବିଧାନସଭା ଓ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । 

ଇଟିଭି ଭାରତ,କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.