ମୋରଡାରେ ବିଜେଡିର ସମାବେଶ, ପ୍ରଚାର କଲେ ସୁଦାମ ମାରାଣ୍ଡି ଓ ପ୍ରୀତିନନ୍ଦା - BJD Joining Program

By ETV Bharat Odisha Team

Published : Apr 8, 2024, 7:56 AM IST

thumbnail

BJD Election Campaign ରାଇରଙ୍ଗପୁର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଜିଲ୍ଲାର ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ଗତକାଲି(ରବିବାର) ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ଅନ୍ତର୍ଗତ ଭୁଷକୁଣ୍ଡା ଠାରେ ବିଜୁ ଜନତା ଦଳ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସମାବେଶ ନାମରେ ଶୁଳିଆପଦାରେ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଏହି ଅବସରରେ ମୟୂରଭଞ୍ଜ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି  ଓ ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ଦଳୀୟ ନେତା ଓ କର୍ମୀ । ସମାବେଶରେ ନଗରପାଳ କୃଷ୍ଣା ନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି, ବିଧାୟକ ପ୍ରାର୍ଥୀ ପ୍ରୀତି ନନ୍ଦା କାନୁନଗୋ ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ସାଧାରଣ ସମ୍ପାଦକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ମୋରୋଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରୀତି ନନ୍ଦା କାନୁନଗୋ ଓ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ବିଜେପିର ମିଶ୍ରଣ ପର୍ବ: ଦଳରେ ମିଶିଲେ ବିଜେଡି ଓ କଂଗ୍ରେସ ଶତାଧିକ କର୍ମୀ

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.