ବିଜେପିର ମିଶ୍ରଣ ପର୍ବ: ଦଳରେ ମିଶିଲେ ବିଜେଡି ଓ କଂଗ୍ରେସ ଶତାଧିକ କର୍ମୀ

By ETV Bharat Odisha Team

Published : Jan 30, 2024, 10:52 PM IST

thumbnail

BJP Joining Program : ନିମାପଡ଼ା : ବିଜେପିରେ ମିଶିଲେ ବିଜେଡି ଓ କଂଗ୍ରେସ ଶତାଧିକ କର୍ମୀ । ବିଜେପି ନେତା ଦିଲ୍ଲୀପ ନାୟକଙ୍କ ନିର୍ଦ୍ଦେଶରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ମଣ୍ଡଳ ସଭାପତି ମାନସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଏହି ବୈଠକରେ ବିଜେଡି ଓ କଂଗ୍ରେସ ରାଜନୈତିକ ଦଳର ଶତାଧିକ କର୍ମୀ ବିଜେପିରେ ନିଜକୁ ସାମିଲ କରିଥିଲେ।  

ଏହା ମଧ୍ୟ ପଢ଼ନ୍ତୁ... ବିଜେପିରେ ମିଶ୍ରଣ ପର୍ବ, ନିର୍ବାଚନ ପୂର୍ବରୁ ସଦର ନିର୍ବାଚନ ମଣ୍ଡଳୀ ସରଗରମ

ନିମାପଡ଼ା ଭାରତୀୟ ଜନତା ପାର୍ଟିର ଗ୍ରାମୀଣ ମଣ୍ଡଳ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିଲା ଏହି ମିଶ୍ରଣ ପର୍ବ । ଏଥିରେ ଗୋପ ବ୍ଲକ ୧୧ ନମ୍ବର ଜୋନ୍ ଜିଲ୍ଲାପରିଷଦ ପ୍ରମଦ ରାୟ, ନିମାପଡ଼ା ବିଜେପି ସଂଯୋଜକ ପ୍ରଦୀପ୍ତ କୁମାର ନାୟକ,ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ସାହୁ, ନିମାପଡ଼ା ଏନଏସି ପୂର୍ବତନ ଚେୟାରମ୍ୟାନ ଅଜୟ ଭୋଇ, ଦିଲିପ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନିଜକୁ ବିଜେପିରେ ସାମିଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ ହିତକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଆସନ୍ତା ୨୦୨୪ ନିର୍ବାଚନରେ ବିଜେପି ବହୁ ମାତ୍ରାରେ ବିଜୟୀ ଲାଭ କରିବ ବୋଲି ବିଜେପି ଯୁବନେତା ଦିଲିପ ନାୟକ କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ୨୦୨୪ ନିର୍ବାଚନ ପାଇଁ ବିଜେପି ବହୁ ମାତ୍ରାରେ ଆଗୁଆ ରହିବ ବୋଲି ବିଜେପି ଯୁବନେତା ଦିଲିପ ନାୟକ କହିଛନ୍ତି ।  

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.