କେନ୍ଦୁଝର ବିଧାନସଭା ଆସନ, ମୀନା ମାଝୀଙ୍କୁ ପ୍ରାର୍ଥୀ କଲା ବିଜେଡି - Kendujhar ASSEMBLY CONSTITUENCY

By ETV Bharat Odisha Team

Published : Apr 6, 2024, 8:39 AM IST

thumbnail

Kendujhar Assembly Constituencyକେନ୍ଦୁଝର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି (ଶୁକ୍ରବାର) ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ତୃତୀୟ ପର୍ଯ୍ୟାୟରେ 9 ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ କେନ୍ଦୁଝର ସଦର ବିଧାୟିକା ପ୍ରାର୍ଥିନୀ ଭାବେ ମୀନା ମାଝୀଙ୍କ ନାମ ଘୋଷଣା କରିଛି ବିଜେଡି । ଏହି ଘୋଷଣା ପରେ ମିନା ମାଝୀ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକୁ ଆଧାର କରି ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । 

ବିଜେପି ପ୍ରାର୍ଥୀ ମୋହନ ମାଝୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇବେ ବୋଲି ଦୃଢ଼ତା ସହ ଆଶା ରଖିଛନ୍ତି ମୀନା ମାଝୀ । ପ୍ରକାଶ ଯେ, କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥିନୀ ଭାବରେ ବିଜେଡିରୁ ଟିକେଟ ପାଇଥିବା ମୀନା ମାଝି ପୂର୍ବରୁ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ଥିଲେ । ବର୍ତ୍ତମାନ ବିଜେଡି ଦଳର ଉତ୍ତର ଓଡ଼ିଶାର ମହିଳା କାର୍ଯ୍ୟକାରୀ ସଭାପତି, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଦସ୍ୟା ଅଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ରାଉରକେଲାରୁ ପୁଣି ସାରଦା - BJD Assembly Candidates
 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.