ବୀରମିତ୍ରପୁରରେ ଜୁନିୟର ତିର୍କୀଙ୍କୁ ବିଜେଡି ଟିକଟ, ରୋହିତ କହିଲେ ଲକ୍ଷେରୁ ଊର୍ଦ୍ଧ୍ବ ଭୋଟରେ ଜିତିବି - Odisha Assembly Election

By ETV Bharat Odisha Team

Published : Apr 6, 2024, 10:40 AM IST

thumbnail

ROHIT JOSEPH TIRKEY: ରାଉରକେଲା: ଚଳିତ ବିଧାନସଭା ନିର୍ବାଚନ ଲଢିବେ ବରିଷ୍ଠ ନେତା ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ ତିର୍କୀ । ବିଜେଡି ଟିକେଟରେ ବୀରମିତ୍ରପୁରରୁ ନିର୍ବାଚନ ଲଢିବେ ଜୋସେଫ ତିର୍କୀ । ଏହି ଆସନ ପାଇଁ ବହୁ ଆଶାୟୀ ରହିଥିବା ବେଳେ ଦଳ ଜୋସେଫଙ୍କ ଉପରେ ଭରସା କରିଛି । ନିକଟରେ ବିଜେଡିରେ ସାମିଲ ହୋଇଥିଲେ ରୋହିତ ଜୋସେଫ ତିର୍କୀ । ବିଜେଡି ତାଙ୍କୁ ପ୍ରାର୍ଥୀ କରିବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । 2019  ସାଧାରଣ ନିର୍ବାଚନରେ ବୀରମିତ୍ରପୁର ଆସନରୁ କଂଗ୍ରେସ ଟିକେଟରେ ଲଢିଥିଲେ ରୋହିତ । 44 ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇ ମଧ୍ୟ ହାରିଯାଇଥିଲେ । କିନ୍ତୁ ଚଳିତ ଥର ବିଜେଡି ଆସନରୁ ଲଢି ବିଜୟୀ ହେବେ ବୋଲି ଆଶା ରଖିଛନ୍ତି । 

ପ୍ରତିକ୍ରିୟାରେ ରୋହିତ କହିଛନ୍ତି, ''ମୋତେ ଦଳ ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାଙ୍କୁ ଧନ୍ୟବାଦ । ସ୍ଥାନୀୟ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କୁ ଲୋକେ ଆଉ ଚାହୁଁ ନାହାନ୍ତି । ପାଞ୍ଚ ବର୍ଷ ହେବ ବିଜେପି ବିଧାୟକ ଶଙ୍କର ଓରାମ ନିଖୋଜ ଥିଲେ, ବର୍ତ୍ତମାନ ନିର୍ବାଚନ ପାଖକୁ ଆସିବାରୁ ନିଜ ଅଞ୍ଚଳକୁ ଯାଉଛନ୍ତି । ଏଥର ଲୋକେ ଭାବି ନେଇଛନ୍ତି ଯେ ପରିବର୍ତ୍ତନ ହେବ । ଚଳିତ ନିର୍ବାଚନରେ ଲୋକେ ବିଜେଡି ଉପରେ ଭରସା କରି ମୋତେ ବିଜୟ କରାଇବେ ବୋଲି ମୋର ଆଶା । ବୀରମିତ୍ରପୁର ଏଥର ଆମେ ଲକ୍ଷେରୁ ଅଧିକ ଭୋଟରେ ବିଜୟ ଲାଭ କରିବୁ। ''

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.