ETV Bharat / technology

6 ଘଣ୍ଟା ମଧ୍ୟରେ 46 ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କଲା ସ୍ସେସଏକ୍ସ

author img

By ETV Bharat Odisha Team

Published : Mar 11, 2024, 7:49 PM IST

SpaceX Starlink Satellites: ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ସ୍ପେସ୍ ଏକ୍ସ ସଫଳତାର ସହିତ 46 ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କରିଛି । ଅଧିକ ପଢନ୍ତୁ

Starlink Satellites
Starlink Satellites

ହାଇଦ୍ରାବାଦ: ଏଲନ ମସ୍କଙ୍କ ଏରୋସ୍ସେସ କମ୍ପାନୀ ସ୍ପେସଏକ୍ସ 6 ଘଣ୍ଟା ମଧ୍ୟରେ 46 ଷ୍ଟାରଲିଙ୍କ ସାଟେଲାଇଟକୁ ଲଞ୍ଚ କରିଛି । ନିମ୍ନ କକ୍ଷପଥରେ ଏହାକୁ ଉତକ୍ଷେପଣ କରାଯାଇଛି । ଏନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏକ ବିବୃତ୍ତିରେ କୁହାଯାଇଛି, ଫ୍ଲୋରିଡା କାନାଭେରାଲ ସ୍ପେସ ଫୋର୍ସ ଷ୍ଟେସନର ସ୍ସେସ ଲଞ୍ଚ କମ୍ପ୍ଲେକ୍ସ 40ରୁ(SLC-40) ଫାଲକନ ରକେଟ 9 ସାହାଯ୍ୟରେ ଏହାର ଉତକ୍ଷେପଣ କରାଯାଇଛି । ପ୍ରଥମେ 23ଟି ସାଟେଲାଇଟକୁ ଭାରତୀୟ ସମୟ ସକାଳ 4ଟା 35ରେ ଉତକ୍ଷେପଣ କରାଯାଇଥିଲା ।

କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, "ଏହି ମିଶନକୁ ସମର୍ଥନ କରୁଥିବା ରକେଟର ଏହା ଏକାଦଶ ଉଡାଣ ରହିଥିଲା । ପ୍ରଥମେ କ୍ରୁ-5, ଜିପିଏସ 3 ସ୍ପେସ ଭେଇକଲ 6, ଇନମାରସାଟ I6-F2, CRS-28, ଇଣ୍ଟେଲସାଟ ଜି -37, NG-20 ଲଞ୍ଚ ହୋଇଥିବା ବେଳେ ବର୍ତ୍ତମାନ 5ଟି ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କରାଯାଇଛି । ଉଡାଣ ଭରିବାର ପ୍ରାୟ 8.5 ମିନିଟ ପରେ ଫାଲକନ ରକେଟ 9ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ପ୍ରଥମ ଭାଗ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲା । ସ୍ସେସ ଏକ୍ସ ଡ୍ରୋନ୍ ଜାହାଜ ଏକ ଭୂଲମ୍ବ ଅବତରଣ(Vertical landing) କରିଥିଲା । "

ଏହା ମଧ୍ୟ ପଢନ୍ତୁ: Amazon Project Kuiper: ସ୍ପେସ୍ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଆମାଜନ ଲଞ୍ଚ କଲା ପ୍ରଥମ ସାଟେଲାଇଟ

ସାଟେଲାଇଟ ଉତକ୍ଷେପଣର ଏକ ଘଣ୍ଟା ପରେ ସ୍ସେସ ଏକ୍ସ ପକ୍ଷରୁ ଏକ ଟ୍ବିଟରେ କୁହାଯାଇଛି, "23ଟି ସାଟେଲାଇଟର ଉତକ୍ଷେପଣ ସଫଳ ହୋଇଛି । ଅନ୍ୟପଟେ 23ଟି ଷ୍ଟାରଲିଙ୍କ ସାଟେଲାଇଟର ଦ୍ବିତୀୟ ସେଟ୍ ଭାରତୀୟ ସମୟ 9.39 ସମୟରେ ଉତକ୍ଷେପଣ କରାଯାଇଥିଲା । ପ୍ରକାଶଥାଉକି ଗତ ସପ୍ତାହରେ ସ୍ସେସଏକ୍ସ 23 ଷ୍ଟାରଲିଙ୍କ ଇଣ୍ଟରନେଟ ସାଟେଲାଇଟର ଉତକ୍ଷେପଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ମିଶନ ମହାକାଶ: 51ଟି ଷ୍ଟାରଲିଙ୍କ୍‌ ସାଟେଲାଇଟ ଲଞ୍ଚ୍‌ କଲା SpaceX

ପ୍ରକାଶଥାଉକି, 2022 ମସିହାରେ ଏକାଥରେ 21ଟି ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କରିଥିଲା ସ୍ସେସଏକ୍ସ । ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ସ୍ପେସ୍ ଏକ୍ସ ସଫଳତାର ସହ 51ଟି ଷ୍ଟାରଲିଙ୍କ ସାଟେଲାଇଟକୁ(Starlink satellites) ମହାକାଶକୁ ଉତକ୍ଷେପଣ କରିଥିଲା । ଫାଲକନ୍ 9 ରକେଟ୍ ଆମେରିକାର ଫ୍ଲୋରିଡାର କେପ୍ କାନଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରେ ସ୍ପେସ୍ ଲଞ୍ଚ କମ୍ପ୍ଲେକ୍ସ-40ରୁ (SLC-40) କକ୍ଷପଥରେ 51 ଷ୍ଟାରଲିଙ୍କ ସାଟେଲାଇଟ ଏବଂ ସ୍ପେସ୍ ଫ୍ଲାଇଟର ଶେର୍ପା- LTC ଉତକ୍ଷେପଣ କରିଥିଲା । ଏହା ପୂର୍ବରୁ SpaceX ଏହାର ଷ୍ଟାରଲିଙ୍କ ବ୍ରଡବ୍ୟାଣ୍ଡ ଉପଗ୍ରହର 54ଟି କକ୍ଷପଥରେ ଉତକ୍ଷେପଣ କରି ସମୁଦ୍ରରେ ଥିବା ଏକ ଜାହାଜରେ ଏକ ରକେଟ୍ ଅବତରଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.