ETV Bharat / technology

ଜୁଲାଇ ପରେ ମହାକାଶ ଯିବ ମହିଳା ରୋବଟ ବ୍ୟୋମମିତ୍ର: ଜିତେନ୍ଦ୍ର ସିଂହ

author img

By ETV Bharat Odisha Team

Published : Feb 5, 2024, 10:49 AM IST

Female Robot Vyommitra: ଗଗନଯାନ ମିଶନକୁ ନେଇ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜେତେନ୍ଦ୍ର ସିଂଙ୍କ ସୂଚନା । ଗଗନଯାନ ମିଶନ ପୂର୍ବରୁ ମହାକାଶକୁ ଯିବ ମହିଳା ରୋବଟ ବ୍ୟୋମମିତ୍ର । ଅଧିକ ପଢନ୍ତୁ

Female Robot Vyommitra
ବ୍ୟୋମମିତ୍ର

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏହାର ଉଚ୍ଚାଭିଳାଷୀ ମାନବ ମିଶନ ଗଗନଯାନ ପାଇଁ ଚଳିତ ବର୍ଷ ଅନେକ ପ୍ରସ୍ତୁତି ଆରମ୍ଭ କରିଛି । 2024 ମସିହା ଗଗନଯାନ ପାଇଁ ପ୍ରସ୍ତୁତିର ବର୍ଷ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଥିବା ବେଳେ ମହିଳା ରୋବଟ ବ୍ୟୋମମିତ୍ରକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ଇସ୍ରୋର ମହତ୍ତ୍ବାକାଂକ୍ଷୀ ମିଶନ ଗଗନଯାନ ପୂର୍ବରୁ ମହିଳା ରୋବଟ ବ୍ୟୋମମିତ୍ରକୁ ମହାକାଶକୁ ପଠାଯିବା ନେଇ କହିଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜେତେନ୍ଦ୍ର ସିଂହ । କହିରଖିଛୁ କି, ଗଗନଯାନ ହେଉଛି ଦେଶର ପ୍ରଥମ ମାନବ ସ୍ପେସ୍ ମିଶନ୍ ।

ଏନେଇ ଜିତେନ୍ଦ୍ର ସିଂହ କହିଛନ୍ତି, "ଚଳିତ ବର୍ଷ ଜୁଲାଇ ମାସ ପରେ ଏହି ଅଭିଯାନ ଧାର୍ଯ୍ୟ କରାଯାଇଛି । ଆସନ୍ତା ବର୍ଷ ଅର୍ଥାତ 2025 ମସିହାରେ ମାନବ ମିଶନ ଗଗନଯାନ ଆରମ୍ଭ କରାଯିବ । ଅର୍ଥାତ ମାନବ ମହାକାଚାରୀଙ୍କୁ ମହାକାଶକୁ ପଠାଯିବ । ବ୍ୟୋମମିତ୍ର ଦୁଇଟି ସଂସ୍କୃତ ଶବ୍ଦକୁ ନେଇ ଗଠିତ । ଭ୍ୟୋମ (ମହାକାଶ) ଏବଂ ମିତ୍ର(ବନ୍ଧୁ) । ଏହି ମହିଳା ରୋବଟ ମହାକାଶଚାରୀ ମଡ୍ୟୁଲ ପାରାମିଟରେ ଉପରେ ନଜର ରଖିବା, ଆଲର୍ଟ ଜାରି କରିବା ଏବଂ ଜୀବନ ମାନଦଣ୍ଡ କାର୍ଯ୍ୟ ପରିଚାଳନା କରିବାର କ୍ଷମତା ରହିଛି । ଏହା 6ଟି ପ୍ୟାନେଲକୁ ସଞ୍ଚାଳିତ କରିବା ଏବଂ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବ ।"

ଏହା ମଧ୍ୟ ପଢନ୍ତୁ: Gaganyaan Mission: ଟ୍ରାଏଲ ଫେଜରେ ମହାକାଶ ଯାତ୍ରା କରିବ ମହିଳା ରୋବଟ

ମହାକାଶରେ କେଉଁ କାମ କରିବ ବ୍ୟୋମମିତ୍ର: ଏନେଇ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜେତେନ୍ଦ୍ର ସିଂହ କହିଛନ୍ତି, "ଅନ୍ତରୀକ୍ଷ ବାତାବରଣରେ ମଣିଷ କିଭଳି ଭାବେ କାର୍ଯ୍ୟ କରିବ ତାହା ଜାଣିବା ପାଇଁ ବ୍ୟୋମମିତ୍ରକୁ ଏଭଳି ଡିଜାଇନ କରାଯାଇଛି । ଏହା ବ୍ୟତୀତ ଲାଇଫ ସପୋଟ ସିଷ୍ଟମର ପ୍ରଭାବକୁ ମଧ୍ୟ ଜାଣିହେବ । ଗତବର୍ଷ ଅଗଷ୍ଟ 23 ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡି କରିବାରେ ସଫଳ ହୋଇଥିଲା ଚନ୍ଦ୍ରଯାନ-3 । ବ୍ୟୋମମିତ୍ର ମଧ୍ୟ ସେ ଭଳି କାର୍ଯ୍ୟ କରିବ । ଏହା ମାଧ୍ୟମରେ ପଠାଯାଇଥିବା ଇନପୁଟ ଗୁଡିକ ସମୟ ସହିତ ତାଳ ଦେଇ ସାମ୍ନାକୁ ଆସିପାରିବ । ବ୍ୟୋମମିତ୍ର ଶରୀରରେ କ୍ୟାମେରା, ସ୍ପିକର, ମାଇକ୍ରୋଫୋନ ଏବଂ ସେନସର୍ସ ଆଦି ଖଚ୍ଛିତ ହୋଇଛି ।"

ଏହା ମଧ୍ୟ ପଢନ୍ତୁ: ମହାକାଶରେ ଶକ୍ତି ଦେଖାଇବ ଭାରତ, ମାନବ ପୂର୍ବରୁ ପ୍ରେରଣ କରାଯିବ ମହିଳା ରୋବଟ

ପ୍ରକାଶଥାଉକି, ବର୍ଷର ପ୍ରଥମ ଦିନରେ ଅର୍ଥାତ ଜାନୁଆରୀ 1 ତାରିଖରେ ଏକ୍ସପୋସାଟ୍‌ ସାଟେଲାଇଟକୁ ଲଞ୍ଚ କରିଥିଲା ଇସ୍ରୋ । ପିଏସଏଲଭି ସି85 ରକେଟ ସାହାଯ୍ୟରେ ଏହାର ଉତକ୍ଷେପଣ କରାଯାଇଥିଲା । ଏହା ବ୍ଲାକ ହୋଲ୍ ଓ ନ୍ୟୁଟ୍ରନ୍ ଷ୍ଟାର ସମ୍ପର୍କରେ ଅଧ୍ୟୟନ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ନେଇ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଥିଲେ, "ଆମେ ଚଳିତ ବର୍ଷ ଅତି କମରେ 12ରୁ 14 ମିଶନ ପ୍ରସ୍ତୁତ କରିବା ପାଇଁ ଯୋଜନା ରଖିଛୁ । 2024 ଗଗନଯାନ ପାଇଁ ପ୍ରସ୍ତୁତିର ବର୍ଷ ହେବାକୁ ଯାଉଛି । 2025ରେ ଲଞ୍ଚ ହେବ ଗଗନଯାନ ମିଶନ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.