ETV Bharat / technology

କ୍ରୋମକୁ ଆସିଲା ଏଆଇ ଫିଚର, ଏହି ୟୁଜର୍ସଙ୍କୁ ମିଳିବ ଫାଇଦା

author img

By ETV Bharat Odisha Team

Published : Jan 24, 2024, 7:45 PM IST

Google Chrome: ଅଧିକ ଟ୍ୟାବ ଖୋଲି କାମ କରୁଥିବା ୟୁଜର୍ସଙ୍କ ପାଇଁ ଗୁଗଲ କ୍ରୋମ ଆଣିଲା ଏଆଇ ଫିଚର । ଅଧିକ ପଢଡନ୍ତୁ

Google Chrome
Google Chrome

ହାଇଦ୍ରାବାଦ: ସାରା ବିଶ୍ବରେ ପ୍ରାୟ 2500 କୋଟିରୁ ଅଧିକ କ୍ରୋମ ୟୁଜର୍ସ ରହିଛନ୍ତି । ଆଣ୍ଡ୍ରୋଏଡ ସ୍ମାର୍ଟଫୋନ, ଲାପଟପ୍ କିମ୍ବା କମ୍ୟୁଟର ସବୁଥିରେ ବ୍ରାଉଜରର ବ୍ୟବହାର ହେଉଛି । ଏହା ଦ୍ବାରା ୟୁଜର୍ସ ଅନେକ ସୂଚନା, ସୋସିଆ ମିଡିଆକୁ ସ୍କ୍ରୋଲ କରିପାରୁଛନ୍ତି । ଏହାରି ଭିତରେ ଗୁଗଲ ଓ୍ବେବ ବ୍ରାଉଜରରେ 3 ନୂଆ ଏଆଇ ଫିଚର ଯୋଡିଛି । ଯାହାକୁ ୟୁଜର ଏକ୍ସପେରିୟନ୍ସକୁ ବୃଦ୍ଧି କରିବା ନେଇ ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ବର୍ତ୍ତମାନ ଏହି ଫିଚର କ୍ରୋମ ଭର୍ସନ M121ରେ ଉପଲବ୍ଧ ରହିଛି । ଏହାକୁ ନ୍ୟୁ ଏଆଇ ଏକ୍ସପେରିମେଣ୍ଟାଲ ଅପ୍ସନ ଦ୍ବାରା ଅନ୍ କରିବାକୁ ହେବ । ଏହା ସାଇଡରେ ରହିଥିବା 3 ଡଟ୍ ମେନ୍ୟୁରେ ପାଇବେ ୟୁଜର୍ସ । ତେବେ ଖୁବଶୀଘ୍ର କମ୍ପାନୀ ଏହାକୁ ଷ୍ଟେବଲ ଭର୍ସନରେ ମଧ୍ୟ ରୋଲଆଉଟ କରିବା ନେଇ ଆଶା କରାଯାଉଛି ।

ପ୍ରଥମ ଫିଚରରେ ଟ୍ୟାବ୍ ଅର୍ଗାନାଇଜ କରିବାର ସୁବିଧା ମିଳିବ । ଯେଉଁମାନେ ଅଧିକ ଟ୍ୟାବ ଖୋଲିଥାଆନ୍ତି ସେମାନଙ୍କ ପାଇଁ ଏହି ଫିଚର ଅଧିକ ସୁବିଧା ପ୍ରଦାନ କରିବା ନେଇ କୁହାଯାଇଛି । ଏହି ଅପ୍ସନ ସାହାଯ୍ୟରେ ଅଲଗା ଅଲଗା ଟ୍ୟାବକୁ ଗୋଟିଏ ସ୍ଥାନରେ ଟପିକ ହିସାବରେ ଆର୍ଗାନାଇଜ କରିବାର ସୁବିଧା ମିଳିବ । ଟ୍ୟାବକୁ ଅର୍ଗାନାଇଜ କରିବା ପାଇଁ କ୍ରୋମ ସ୍କ୍ରିନର ବାମରେ ରହିଥିବା ଡାଇମବର୍ଡ ଏରୋ ଉପରେ କ୍ଲିକ କରିବାକୁ ହେବ ଏବଂ ଏହା ପରେ ଅର୍ଗାନାଇଜ ଟ୍ୟାବ ଅପ୍ସନ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଗୁଗଲ ଏକା ଭଳି ଟପିକର ଟ୍ୟାବକୁ ଦେଖାଇବ । ଏହାକୁ ଗୋଟିଏ ସ୍ଥାନରେ ଅର୍ଗାନାଇଜ କରିପାରିବେ ।

ଏହା ମଧ୍ୟ ପଢନ୍ତୁ : ଗୁଗଲ କ୍ରୋମରେ ନୂଆ ଫିଚର, କୁକିଜକୁ ବ୍ଲକ କରିପାରିବେ ୟୁଜର୍ସ

ବର୍ତ୍ତମାନ ଗୁଗଲ କ୍ରୋମର ଷ୍ଟେବଲ ଭର୍ସନରେ ଟ୍ୟାବରେ ସାଇଡ କ୍ଲିକ କରିଲେ ଗ୍ରୁପ ଅପ୍ସନ ମିଳିଥାଏ । ଏହା ଦ୍ବାରା ଏକ ଗ୍ରୁପ ତିଆରି କରି ସମସ୍ତ ଟ୍ୟାବକୁ ଗୋଟିଏ ଫୋଲ୍ଡରରେ ରଖିପାରିବେ । ହେଲ୍ପ ମି ସାଇଡ ଫିଚରକୁ ଗୁଗଲ କ୍ରୋମର୍ ଲଞ୍ଚ କରିବ କମ୍ପାନୀ । ଏହା ଦ୍ବାରା କିଛି ଲେଖିବା ସମୟରେ ଏଆଇର ସାହାଯ୍ୟ ନେଇପାରିବେ ୟୁଜର୍ସ । ଏହି ଫିଚରକୁ ଅନ କରିବା ପାଇଁ ଗୁଗଲ କ୍ରୋମରେ ଟେକ୍ସଟ ଓ୍ବାକ୍ସରେ କ୍ଲିକ କରିବାକୁ ହେବ ।

ତୃତୀୟ ଫିଚର ସାହାଯ୍ୟରେ ଥିମକୁ ପରିବର୍ତ୍ତନ କରିପାରିବେ । ଏହା ପାଇଁ ଏଆଇର ସାହାଯ୍ୟ ନେଇପାରିବେ ୟୁଜର୍ସ । ଯଦି ୟୁଜର୍ସଙ୍କୁ କ୍ରୋମରେ ରହିଥିବା ଥିମ ପସନ୍ଦ ଆସିବ ନାହିଁ ତାହେଲେ ଟ୍ୟାବ ପାଇଁ କଷ୍ଟ ବ୍ୟାକଗ୍ରାଉଣ୍ଟ ସିଲେକ୍ଟ କରିହେବ । ଥିମ ପରିବର୍ତ୍ତନ କରିବା ପାଇଁ ଗୁଗଲ କ୍ରୋମର କଷ୍ଟମାଇଜ ଫ୍ରେମ ଅପ୍ସନକୁ ଯାଇ କ୍ରିଏଟ ଓ୍ବିଥ ଏଆଇ ଅପ୍ସନକୁ କ୍ଲିକ କରିବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.