ETV Bharat / science-and-technology

ଗୁଗଲ କ୍ରୋମରେ ନୂଆ ଫିଚର, କୁକିଜକୁ ବ୍ଲକ କରିପାରିବେ ୟୁଜର୍ସ

author img

By ETV Bharat Odisha Team

Published : Jan 8, 2024, 3:09 PM IST

Chrome Browser Update: ଯଦି ଆପଣ କ୍ରୋମ ବ୍ରାଉଜର ବ୍ୟବହାର କରୁଛନ୍ତି, ତାହେଲେ ଆପଣଙ୍କ ପାଇଁ ଖୁସି ଖବର। ଏଣିକି ବ୍ରାଉଜରରୁ ଚୋରି ହୋଇପାରିବନି ଡାଟା। କୁକିଜକୁ ବ୍ଲକ କରିବାର ଅପ୍ସନ ପ୍ରଦାନ କରିବାର ଫିଚର ପାଇଲେ ୟୁଜର୍ସ। ଅଧିକ ପଢନ୍ତୁ

Chrome Browser Update
Chrome Browser Update

ହାଇଦ୍ରାବାଦ: ଗୁଗୁଲ କ୍ରୋମ ଦୁନିଆର ସବୁଠାରୁ ଲୋକପ୍ରିୟ ଡେସ୍କ୍‌ଟପ୍‌ ହେଉଛି ବ୍ରାଉଜର । ତେବେ ଲକ୍ଷାଧିକ କ୍ରୋମ୍ ବ୍ରାଉଜର ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହେଉଥିବା ନେଇ ଅନେକ ସମୟରେ ଖବର ସାମ୍ନାକୁ ଆସିଥାଏ । କିନ୍ତୁ ଏଣିକି ଗୁଗଲ କ୍ରୋମରେ କୌଣସି ଓ୍ବେବସାଇଟ ସର୍ଚ୍ଚ କରିବା ଦ୍ବାରା ହ୍ୟାକ ହେବନି ବ୍ୟକ୍ତିଗତ ଡାଟା । ଏହାକୁ ରୋକ ଲଗାଇବା ପାଇଁ କ୍ରୋମରେ ନୂଆ ଫିଚର ରୋଲଆଉଟ କରିଲା ଗୁଗଲ । ଯେତେବେଳେ ଜଣେ ୟୁଜର୍ସ ଗୁଗଲ କିମ୍ବା ଗୁଗଲ କ୍ରୋମରେ କୌଣସି ଓ୍ବେବସାଇଟ ଖୋଲିଥାଆନ୍ତି ତାହେଲେ ଆକ୍ସେପ୍ଟ ଏଲ୍ କୁକିଜ(Accept All Cookies) ଅପ୍ସନ ଦେଖାଇଥାଏ । ଆକ୍ସେପ୍ଟ କରିବା ପରେ ଓ୍ବେବସାଇଟ ପକ୍ଷରୁ ଅନେକ ସୁବିଧା ପ୍ରଦାନ କରିଯିଆର ପ୍ରତିଜ୍ଞା କରାଯାଇଥାଏ । କିନ୍ତୁ ଏହାରୁ ଆକ୍ସେପ୍ଟ କରିବା ପରେ ଓ୍ବେବସାଇଟ ପକ୍ଷରୁ ସମସ୍ତ ବ୍ୟକ୍ତିଗତ ଡାଟାକୁ ଟ୍ରାକ କରାଯାଇଥାଏ ।

ଗୁଗଲ କ୍ରୋମର ନୂଆ ଫିଚର: ଟ୍ରାକ କରାଯାଇଥିବା ଡାଟାର ବ୍ୟବହାର ଦ୍ବାରା ୟୁଜର୍ସଙ୍କୁ ତାଙ୍କର ଆବଶ୍ୟକତା ଅନୁସାରେ ବିଜ୍ଞାପନ ଦେଖିବାରେ ବ୍ୟବହୃତ ହୋଇଥାଏ । ତେବେ ନୂଆବର୍ଷରେ ଅର୍ଥାତ 2024 ମସିହାରେ ଗୁଗଲ କୋଟି କୋଟି ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ରୋଲଆଉଟ କରିଛି । ଏଣିକି ଗୁଗଲ କ୍ରୋମରେ କୌଣସି ଓ୍ବେବସାଇଟ ବ୍ରାଉଜିଂ କରୁଥିବା ୟୁଜର୍ସଙ୍କ ତଥ୍ୟକୁ କେହି ଟ୍ରାକ କରିବାରେ ସମର୍ଥ ହେବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ବିଶ୍ବର ଲୋକପ୍ରିୟ ଡେସ୍କ୍‌ଟପ୍‌ ବ୍ରାଉଜର Google Chrome, ଦ୍ବିତୀୟରେ Safari

ଥାର୍ଡ ପାର୍ଟି କୁକିଜରେ କଣ ହୁଏ: ଗୁଗଲ ପକ୍ଷରୁ କ୍ରୋମ ବ୍ରାଉଜରରେ ଏକ ନୂଆ ଫିଚର ରୋଲଆଉଟ କରାଯାଇଛି । ଏହାର ସାହାଯ୍ୟରେ ୟୁଜର୍ସ ଥାର୍ଡ ପାର୍ଟି କୁକିଜକୁ ଡିସେବଲ୍ କରିବାରେ ସମର୍ଥ ହୋଇପାରିବେ । ଏହି ଓ୍ବେବ କୁକିଜ ଅତ୍ୟନ୍ତ ଛୋଟ ଫାଇଲ ହୋଇଥାଏ । ଯାହା କୌଣସି ଓ୍ବେବସାଇଟକୁ ଖୋଲିବା ମାତ୍ରେ ୟୁଜର୍ସଙ୍କ ଫୋନରେ ସେଭ ହୋଇଯାଇଥାଏ । ଯଦି ଜଣେ ୟୁଜର୍ସ ଏକ ବିଷୟକୁ କ୍ରୋମରେ ସର୍ଚ୍ଚ କରିଥାଏ, ତାହେଲେ ତାହା ସହିତ ଜଡିତ ସମସ୍ତ ବିଜ୍ଞାପନ ଦେଖାଯାଇଥାଏ । ଏହା ଅନେକ ଉପଭୋକ୍ତାକୁ ସମସ୍ୟା ସୃଷ୍ଟି କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତାବର୍ଷରୁ Windows 7, 8.1 ପାଇଁ ସପୋର୍ଟ ବନ୍ଦ କରିଦେବ Google !

ସମସ୍ତ ୟୁଜର୍ସ ପାଇବେ ଏହି ଫିଚରର ସୁବିଧା: ଗୁଗଲ ବର୍ତ୍ତମାନ କ୍ରୋମ ବ୍ରାଉଜରରେ ଏହି ପରିବର୍ତ୍ତନ କେବଳେ ସୀମିତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଛି । ଗୁଗଲ ବର୍ତ୍ତମାନ ଏହି ଫିଚର ଟେଷ୍ଟିଂ ଷ୍ଟେଜରେ ରଖିଛି । କିଛି ମାସ ମଧ୍ୟରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ ହୋଇପାରିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.