ETV Bharat / state

ଜାତୀୟ ରାଜପଥ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Feb 22, 2024, 11:03 PM IST

Suspicious Death Of Women: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନମ୍ୱର୍ ଜାତୀୟ ରାଜପଥ ପୁଇନ୍ତାଲା ଥାନା କେଶର କେଳା ଗାଁ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅଧିକ ପଢନ୍ତୁ

ଜାତୀୟ ରାଜପଥ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ
ଜାତୀୟ ରାଜପଥ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଜାତୀୟ ରାଜପଥ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ବଲାଙ୍ଗୀର: ଜାତୀୟ ରାଜପଥ କଡ଼ରୁ ଜଣେ ଅଜଣା ମହିଳାଙ୍କ ସନ୍ଦେହାଜନକ ମୃତଦେହ ଉଦ୍ଧାର । ବଲାଙ୍ଗୀର-ଖୋର୍ଦ୍ଧା ୫୭ନମ୍ୱର୍ ଜାତୀୟ ରାଜପଥ ପୁଇନ୍ତାଲା ଥାନା ଅନ୍ତର୍ଗତ କେଶର କେଳା ଗ୍ରାମ ନିକଟରେ ଆଜି (ଗୁରୁବାର) ସକାଳୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଜଣଙ୍କ ପରିଚୟ ମିଳି ପାରିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ବଲାଙ୍ଗୀର ଜିଲ୍ଲା ପୁଇନ୍ତାଲା ଥାନା ଅନ୍ତର୍ଗତ କେଶର କେଳା ଗ୍ରାମର କିଛି ଲୋକେ ପାଖ ଏକ ବିଲରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୁଇନ୍ତଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ମୃତକ ମହିଳା ଜଣକ କିଏ ଏବଂ ଏଠାକୁ କିପରି ଆସିଲେ ତାହା ଜଣାପଡ଼ି ନାହିଁ ।

ସେପଟେ ଉକ୍ତ ମହିଳା ଜଣଙ୍କୁ କେହି ତହ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି । ସେପଟେ ଘଟଣା ସ୍ଥଳେ ପୋଲିସ ସନ୍ଧାନୀ କୁକୁର , ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମହିଳାଙ୍କୁ ବିଭିନ୍ନ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ଗଲା ଚିପି ହତ୍ୟା କରା ଯାଇଥିବାର ସନ୍ଦେହ କରା ଯାଉଛି । ପୋଲିସ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଠାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ.....ଘରେ ପଶି ହାଣି ପକାଇଲେ ଦୁର୍ବୃତ୍ତ; ମାଆ ମୃତ, ପୁଅ-ବୋହୂ ଗୁରୁତର

ଏହା ମଧ୍ୟ ପଢନ୍ତୁ.....ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ; ଚାଲିଗଲା 9 ଜୀବନ, 5 ଗୁରୁତର


ବଲାଙ୍ଗୀର ସଦର ଏସଡ଼ିପିଓ ପ୍ରଦୀପ ସାହୁ କହିଛନ୍ତି," ଆଜି ସକାଳ ସମୟରେ ପୁଇନ୍ତଲା ଥାନାକୁ ମହିଳାଙ୍କ ମୃତଦେହ ପଡିଥିବାର ଖବର ଆସିଥିଲା । ଏହାପରେ ଆମେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲୁ । ମହିଳାଙ୍କ ପରିଚୟ ମିଳି ନ ଥିବାବେଳେ ତାର ପରିଚୟ ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କ ଶରୀର ଓ ମୁଣ୍ଡରେ ଗଭୀର ଆଘାତ ଥିବାବେଳେ ବେକରେ ଏକ ଶାଢ଼ୀ ବନ୍ଧା ହେଇଛି । "ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ବୋଲି ପୋଲିସ କହିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.