ETV Bharat / state

ନିଜ ହାତରେ ନିଜ ସିନ୍ଦୁର ପୋଛିଦେଲା ସ୍ତ୍ରୀ, ଟାଙ୍ଗିଆରେ ହାଣି ନେଲା ସ୍ୱାମୀର ଜୀବନ

author img

By ETV Bharat Odisha Team

Published : Mar 14, 2024, 10:46 PM IST

Murder In Sundargarh: ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ। ସ୍ୱାମୀ ହନ୍ତା ସ୍ତ୍ରୀକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

Murder In Sundargarh
Murder In Sundargarh

Murder In Sundargarh

ରାଉରକେଲା/କୋଇଡ଼ା: ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ। ସାମାନ୍ୟ ବଚସାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଛି । ବର୍ତ୍ତମାନ ସ୍ୱାମୀ ହନ୍ତା ସ୍ତ୍ରୀକୁ ଗିରଫ କରିଛି ପୋଲିସ। ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇ ଉପଖଣ୍ଡ କୋଇଡ଼ା ଥାନା ଅଞ୍ଚଳରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ନାରୟଣପୋଷିର ରୋଳାଢ଼ି ବସ୍ତିରେ ଆଜି (ଗୁରୁବାର) ଅପରାହ୍ନ ସମୟରେ ସମୟରେ ଘରୋଇ କଳହକୁ କେନ୍ଦ୍ର କରି ଘଟିଛି ହତ୍ୟାକାଣ୍ଡ । ସୂଚନା ଅନୁସାରେ, କୋଇଡା ଅଞ୍ଚଳର ରୋଲଢ଼ି ଗ୍ରାମର ବସବାସ କରୁଥିବା ସ୍ୱାମୀ କରମ ସିଂ ମୁଣ୍ଡା (୪୮) ଓ ସ୍ତ୍ରୀ ଶୁକ୍ରୀ ମୁଣ୍ଡା (୪୬)ଙ୍କ ମଧ୍ୟରେ ଆଜି ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ର ରୂପ ନେଇଥିଲା।

ଯାହାକୁ ନେଇ ନିଜ ରାଗ ସମ୍ଭାଳି ନପାରି ହିତାହିତ ଜ୍ଞାନ ହରାଇ ବସିଥିଲେ ସ୍ତ୍ରୀ ଶୁକ୍ରୀ ମୁଣ୍ଡା । ଆଉ ଏହା ପରେ ସେ ସ୍ୱାମୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଖରେ ଥିବା ଏକ ଟାଙ୍ଗିଆରେ ସ୍ୱାମୀ କରମ ସିଂ ମୁଣ୍ଡାକୁ ଅତର୍କିତ ଭାବରେ ଆକ୍ରମଣ କରି ସେ ହତ୍ୟା କରିଥିବା ଜଣାପଡ଼ିଛି । ଟାଙ୍ଗିଆରେ ବାରମ୍ବାର ପ୍ରହାର ପରେ କରମ ସିଂ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । କୌଣସି କାମରେ ବାହାରକୁ ଯାଇଥିବା ଦୁଇ ପୁଅ ଓ ଝିଅ ଘଟଣା ଅଳ୍ପ ସମୟ ପରେ ଘରକୁ ଫେରି ଘର ଭିତରେ ନିଜ ବାପାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଘରେ ବାପାଙ୍କ ମୃତଦେହ ଦେଖିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା ବି ପଢନ୍ତୁ...ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗଳାକାଟି ହତ୍ୟା, ପୋଲିସର ତନାଘନା

ଏହା ବି ପଢନ୍ତୁ...ମୋବାଇଲ ପାଇଁ ଯୁବକଙ୍କୁ ହତ୍ୟା, ମାଟି ତଳୁ ଉଦ୍ଧାର ହେଲା ମୃତଦେହ

ଏ ସମ୍ପର୍କରେ ସେମାନେ ମା'ଙ୍କୁ ପଚରାଉଚରା କରିବାରୁ ସେ ଜଙ୍ଗଲକୁ କାଠ ପାଇଁ ଯାଇଥିବା କଥା କହିଥିଲେ । ମିଛ କଥା କହି ସେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଲୁଚାଇବାକୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଥିଲେ । ପଡୋଶୀ ପୁଅ ଝିଅଙ୍କୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ହୋଇଥିବା ବଚସା ସମ୍ପର୍କରେ ଖବର ଦେଇଥିଲେ ଏବଂ ପରେ ସତ ସାମ୍ନାକୁ ଆସିଥିଲା । ତେବେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କୋଇଡ଼ା ଥାନା ଶୁକ୍ରୀ ମୁଣ୍ଡାକୁ ଗିରଫ କରି ଥାନାକୁ ଆଣିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି । ଏହାସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ଇଟଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.