ETV Bharat / state

ସମ୍ବଲପୁରରେ ୨ ଜଣଙ୍କୁ ନିର୍ମମ ହତ୍ୟା, ପୋଲିସ ତଦନ୍ତ ଜାରି - Sambalpur Murder

author img

By ETV Bharat Odisha Team

Published : Mar 31, 2024, 8:59 AM IST

Sambalpur Murder: ସମ୍ବଲପୁରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା । ଘରୋଇ କଳହରୁ ସାନ ଭାଇକୁ ପିଟିପିଟି ମାରିଦେଲା ବଡ ଭାଇ । ଅଧିକ ପଢନ୍ତୁ

ସମ୍ବଲପୁରରେ ୨ ଜଣଙ୍କୁ ନିର୍ମମ ହତ୍ୟା, ପୋଲିସ ତଦନ୍ତ ଜାରି
ସମ୍ବଲପୁରରେ ୨ ଜଣଙ୍କୁ ନିର୍ମମ ହତ୍ୟା, ପୋଲିସ ତଦନ୍ତ ଜାରି

ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ । ଗୋଟିଏ ଦିନରେ ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା । ଶନିବାର ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଲତା ନୁଆଁପାଲି ଗ୍ରାମରେ ଜମିବାଡି କିଣାବିକାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଫାର୍ସାରେ ହାଣି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ବେଳେ ବୁର୍ଲା ଥାନା ଅନ୍ତର୍ଗତ ସାହାଯବାହାଲ ଗ୍ରାମରେ ପାରିବାରିକ କଳହରୁ ସାନ ଭାଇ ନିଜ ବଡ ଭାଇକୁ ହତ୍ୟା କରିଛି । ମୃତକମାନେ ହେଲେ ସବ୍ୟସାଚୀ ସାହୁ ଏବଂ ବୀର ଭୁଏ । ଏହି ଘଟଣାରେ ସଦର ଥାନା ପୋଲିସ ଓ ବୁର୍ଲା ପୋଲିସ ତଦନ୍ତ ଜାରି ରଖିଛି l


ମିଳିଥିବା ସୂଚନା ଅନୁସାରେ, ବହିଦାର ନୂଆପାଲି ଗାଁର ସବ୍ୟସାଚୀ ସାହୁ ନାମକ ଜଣେ ବ୍ୟକ୍ତି କୁଇଲତା ନୁଆଁପାଲି ଗାଁକୁ ଜମିବାଡ଼ି କିଣାବିକା କାରବାର ପାଇଁ ଯାଇଥିଲେ । ଏହି ଜମିବାଡି ବିବାଦକୁ କେନ୍ଦ୍ର କରି ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ଏହି ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ଅଧିକ ଛାନଭିନ ଜାରି ରଖିଛି l ତେବେ ଏହି ଘଟଣାରେ ଏ ଯାଏଁ କେହି ଗିରଫ ହୋଇଥିବାର କୌଣସି ସୂଚନା ନାହିଁ ।

ଏହା ମଧ୍ୟ ପଢନ୍ତୁ: ଗର୍ଭବତୀ ସ୍ତ୍ରୀକୁ ଆଶ୍ରୟ ଦେବାରୁ ଶ୍ବଶୁର ଜୀବନ ନେଲା ଜ୍ବାଇଁ - Odisha Crime

ଏହା ମଧ୍ୟ ପଢନ୍ତୁ: ରକ୍ତ ସମ୍ପର୍କରେ ନାଲି ଛିଟା, ନାତି ଟାଙ୍ଗିଆ ଚୋଟରେ ଆଈ ମୃତ - GRANDSON KILLED GRANDMOTHER

ଅନ୍ୟପଟେ ବୁର୍ଲା ଥାନା ଅନ୍ତର୍ଗତ ଟିହିକିପାଲି ସାହାଯବାହାଲ ଗାଁରେ ଭାଇର ଜୀବନ ନେଇଯାଇଛି ଆଉ ଜଣେ ଭାଇ । ଗତକାଲି (ଶନିବାର) ସନ୍ଧ୍ୟାରେ କୌଣସି କାରଣବଶତଃ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକି କ୍ରମଶଃ ଉଗ୍ର ରୂପ ନେଇଥିଲା । ଏଥିରେ ନିଜର ହିତହତ ଜ୍ଞାନ ହରାଇ ବସିଥିଲା ସାନ ଭାଇ । ସାନ ଭାଇ ସଞ୍ଜୟ ଭୁଏ ନିଜ ବଡ ଭାଇ ବୀର ଭୁଏଙ୍କୁ ଏକ ତାୱାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳେ ବୁର୍ଲା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇବା ସହ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.