ETV Bharat / state

ନିର୍ବାଚନ ରାଲିରୁ ଫେରି ନଦୀରେ ବୁଡିଗଲେ, 2 ସାଙ୍ଗ ମୃତ - Two friends drowned to death

author img

By ETV Bharat Odisha Team

Published : May 13, 2024, 11:00 PM IST

Two friends drowned to death: ସାଲେପୁର ଶିଶୁଆ ବ୍ରିଜ ନିକଟ ଚିତ୍ରୋତ୍ପଳା ନଦୀ ଘାଟରେ ଅଘଟଣ । ନଦୀରେ ବୁଡି 2 ଯୁବକଙ୍କର ମୃତ୍ୟୁ । ଅଧିକ ପଢ଼ନ୍ତୁ

Two friends drowned to death
Two friends drowned to death (ETV Bharat Odisha)

Two friends drowned to death (ETV Bharat Odisha)

କଟକ: ନିର୍ବାଚନ ରାଲିକୁ ଯାଇଥିଲେ, ହେଲେ ଆଉ ଘରକୁ ଫେରିଲେନି ଯୁବକ । ନଦୀରେ ବୁଡିଗଲା 2 ଯୁବକଙ୍କ ଜୀବନ । ସାଲେପୁର ଶିଶୁଆ ବ୍ରିଜ ନିକଟ ଚିତ୍ରୋତ୍ପଳା ନଦୀ ଘାଟରେ ଘଟିଛି ଏଭଳି ଦୁଃଖଦ ଅଘଟଣ । ନଦୀରେ ବୁଡି 2 ଯୁବକଙ୍କର ମୃତ୍ୟୁ ଘଟିଛି । ଅପରାହ୍ନ ସମୟରେ 5 ଜଣ ସାଙ୍ଗ ନଦୀକୁ ଗାଧୋଇବା ପାଇଁ ଆସିଥିଲେ । କୌଣସସି କାରଣରୁ ସମସ୍ତେ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ 2 ଜଣ ନିଖୋଜ ରହିଥିଲେ । ବହୁ ଖୋଜାଖୋଜି ପରେ ଶେଷରେ ଉଭୟଙ୍କର ମୃତଦେହ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍‌ ଏବଂ ଅଗ୍ନିଶମ ବିଭାଗ ।

ମିଳିଥିବା ସୂଚନା ଅନୁସାରେ ଏକ ରାଜନୈତିକ ରାଲିରୁ ଫେରି 5 ଜଣ ସାଙ୍ଗ ସାଲେପୁରସ୍ଥିତ ଶିଶୁଆ ବ୍ରିଜ ନିକଟ ଚିତ୍ରୋତ୍ପଳା ନଦୀ ଘାଟକୁ ଗାଧୋଇବା ପାଇଁ ଆସିଥିଲେ । ହେଲେ ହଠାତ କୌଣସି କାରଣରୁ ନଦୀରେ ସମସ୍ତ 5 ସାଙ୍ଗ ବୁଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉଦ୍ଧାର ପାଇଁ ଦମକଳ ବାହୀନି ଓ ଓଡ୍ରାଫ ଟିମ୍‌ ପହଞ୍ଚି ଖୋଜାଖୋଜି କରିଥିଲେ । ପ୍ରଥମେ 3 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ବହୁ ବିଳମ୍ବରେ ଅନ୍ୟ ଦୁଇ ସାଙ୍ଗଙ୍କର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ପ୍ରାୟ ଦୁଇରୁ ତିନି ଘଣ୍ଟାର ସର୍ଚ୍ଚ ଅପରେସନ୍‌ ପରେ ଉଭୟ ନିଖୋଜ ଯୁବକକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ଟିମ୍‌ । ମୃତ ଦୁଇ ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଉଭୟ ମୃତକଙ୍କ ନାମ ବିଷନ ଓ ରିହାନ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସାଙ୍ଗ ଆଖି ସାମ୍ନାରେ ଡ୍ୟାମରେ ବୁଡିଗଲେ 2 ସାଙ୍ଗ, ମିଳିଲା ମୃତଦେହ - 2 friend Drown To death

ଉଭୟଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଭୟଙ୍କୁ ବର୍ତ୍ତମାନ ସ୍ଥାନୀୟ ମେଡିକାଲରେ ରଖାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.