ETV Bharat / state

ଆଜି ଏମ୍ସରେ ଲୋକାର୍ପଣ ହେବ ଟ୍ରମା କେୟାର

author img

By ETV Bharat Odisha Team

Published : Feb 3, 2024, 7:19 AM IST

Trauma Care In AIIMS: ଭୁବନେଶ୍ବର ଏମ୍ସରେ ଆଉ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିବନି । ବର୍ତ୍ତମାନ ଏମ୍ସରେ ଟ୍ରମା ଓ ଜରୁରୀକାଳୀନ ବିଭାଗରେ ୩୦ଟି ଶଯ୍ୟାକୁ ରହିଥିବାବେଳେ ନୂତନ କୋଠା ଉଦଘାଟିତ ହେବା ପରେ ଏହା ୯୦ଶଯ୍ୟାରେ ପହଞ୍ଚିବ । ଅଧିକ ପଢନ୍ତୁ

ଆସନ୍ତାକାଲି ଏମ୍ସରେ ଲୋକାର୍ପଣ ହେବ ଟ୍ରମା କେୟାର
ଆସନ୍ତାକାଲି ଏମ୍ସରେ ଲୋକାର୍ପଣ ହେବ ଟ୍ରମା କେୟାର

ଭୁବନେଶ୍ବର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେବ ଆଉ ଏକ ଅଧ୍ୟାୟ । ଏମ୍ସରେ ଆଉ ରୋଗୀଙ୍କ ସମ୍ପର୍କୀୟଙ୍କୁ ହନ୍ତସନ୍ତ ହେବାକୁ ପଡ଼ିବନି । ଆଜି ଏମ୍ସରେ ଲୋକାର୍ପଣ ହେବ ଟ୍ରମା କେୟାର ସେଣ୍ଟର ନୂତନ କୋଠା । ଏହି ଅବସରରେ ହାଇ ଏନର୍ଜି ଲିନିଅର ଆକ୍ସେଲେଟର ମେସିନ ଏବଂ ଏମ୍ସର ଧର୍ମଶାଳା ଉଦଘାଟନ ହେବ । ଏନେଇ ଭିସି ମାଧ୍ୟମରେ ଯୋଗଦେବେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଏମ୍ସରେ ଟ୍ରମା ଓ ଜରୁରୀକାଳୀନ ବିଭାଗ ବର୍ତ୍ତମାନ ସମୟରେ ୩୦ଟି ଶଯ୍ୟାକୁ ନେଇ କାର୍ଯ୍ୟ କରୁଛି । ତେବେ ନୂତନ ଭାବରେ କୋଠା ଉଦଘାଟିତ ହେବା ପରେ ଏହା ୯୦ଶଯ୍ୟାରେ ପହଞ୍ଚିବ ।

ତେବେ ଏହାକୁ ନିର୍ମାଣ ପାଇଁ ପେଟ୍ରୋନେକ୍ସଟ ସିଏସଆର ଫଣ୍ଡରୁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରି ଥିବାବେଳେ ବାକି ଟଙ୍କା ଏମ୍ସ ପକ୍ଷରୁ ଖର୍ଚ୍ଚ କରାଯାଇଛି । ଏଥିରେ ଅତ୍ୟାଧୁନିକ ଚିକିତ୍ସା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି । ଏହା ସହ ଧର୍ମଶାଳାର ମଧ୍ୟ ଉଦଘାଟିତ କରାଯିବ । ବର୍ତ୍ତମାନ ଏହା ୭୮ ଜଣ ରହିବାର ଅବ୍ୟବସ୍ଥା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୫୦୦ଜଣ ରହିବାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଏମ୍ସରେ ଯେଉଁ ରୋଗୀମାନେ ଯେଉଁ ଡାକ୍ତରଙ୍କ ଅଧୀନରେ ଚିକିତ୍ସିତ ହେଉଥିବେ, ସେହି ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀଙ୍କ ସମ୍ପର୍କୀୟ ମାନେ ଏହି ଧର୍ମଶାଳାରେ ରହଣି କରିପାରିବେ ।

ଏହା ମଧ୍ୟ ପଢନ୍ତୁ ....ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଡ୍ରୋନ ,ଏମ୍ସ ଭୁବନେଶ୍ୱରରୁ ରକ୍ତ ଗଲା ଟାଙ୍ଗି

ଏହା ମଧ୍ୟ ପଢନ୍ତୁ ....ଏମ୍ସ ଭୁବନେଶ୍ଵରରେ କାୟାକଳ୍ପ ଟିମ, ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ବଜାୟ ରଖୁଥିବାରୁ କଲେ ପ୍ରଶଂସା

ଏଠାରେ ସମସ୍ତ ସୁବିଧା ପାଇବେ ରୋଗୀଙ୍କ ସମ୍ପର୍କୀୟ । ୫୦୦ ଶଯ୍ୟା ବିଶିଷ୍ଟ ଏହି ଧର୍ମଶାଳାରେ ୩ ପ୍ରକାରର ଘରର ସୁବିଧା ମିଳିବ । ୪ଟି ଶଯ୍ୟାର ସୁବିଧାଥିବା ରୁମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ଟଙ୍କା ଦେବାକୁ ପଡିବ । ଦୁଇଟି ଶଯ୍ୟାଥିବା ରୁମରେ ପ୍ରତ୍ୟେକଙ୍କୁ ଶହେ ଟଙ୍କା ଦେବାକୁ ପଡିବ । ଏପଟେ ପ୍ରତ୍ୟେକ କ୍ୟାବିନ ପାଇଁ ୫୦୦ ଟଙ୍କା ଦେବାକୁ ପଡିବ । ଏହା ସହ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଉଦଘାଟିତ ହେବାକୁ ଯାଉଛି । ତାହା ହେଉଛି ହାଇ ଏନର୍ଜି ଲିନିଅର ଆକ୍ସେଲେଟର ମେସିନ ଉଦଘାଟନ କରାଯିବ । ଏହି ମେସିନ ଶରୀରର ମଧ୍ୟରେ ଥିବା କ୍ୟାନ୍ସର ସେଲ ଓ ଟ୍ୟୁମର ପୋଡ଼ିବା ପାଇଁ ଏହି ମେସିନ ବ୍ୟବହୃତ କରାଯିବ ।


ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.