ETV Bharat / state

ରାତି ପାହିଲେ ମାଟ୍ରିକ ପରୀକ୍ଷା; ରାଜରାସ୍ତାରେ ଶିକ୍ଷକ, କିଭଳି ହେବ ପରୀକ୍ଷା ପରିଚାଳନା ?

author img

By ETV Bharat Odisha Team

Published : Feb 19, 2024, 4:04 PM IST

Teachers Protest: ରାତି ପାହିଲେ ମାଟ୍ରିକ ପରୀକ୍ଷା । ହେଲେ ରାଜରାସ୍ତାରେ ବସିଛନ୍ତି ମାଧ୍ୟମିକ ସ୍କୁଲ ଶିକ୍ଷକ । ପରୀକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଦିନକ ପରେ ସାରା ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମାଟ୍ରିକ ପରୀକ୍ଷା କିଭଳି ଭାବରେ କପି ମୁକ୍ତ ଓ ସ୍ବଚ୍ଛତା ସହ କରାଯିବ ସେନେଇ ଅନେକ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ହେଲେ ଏପଟେ ଦୀର୍ଘ ଦିନ ଧରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ମାଧ୍ୟମିକ ଶିକ୍ଷକ । ଏହାସହ ଦାବି ପୂରଣ ନକଲେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ । ଏଭଳି ସ୍ଥିତିରେ କିଭଳି ସଠିକ ଭାବରେ ପରୀକ୍ଷା ପରିଚାଳନା ହେବ ସେନେଇ ଆଶଙ୍କା ପ୍ରକାଶ ପାଇଛି ।

ତେବେ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଶିକ୍ଷକମାନେ କହିଛନ୍ତି ଯେ ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏପଟେ ସମସ୍ତ ଶିକ୍ଷକ ଏବେ ରାଜରାସ୍ତାରେ । ଆଜି ସରକାରଙ୍କୁ ସମୟ ଦିଆଯାଇଛି । ଯଦି ସରକାର ନ ଶୁଣନ୍ତି ତେବେ ପରୀକ୍ଷାରେ ଅସହଯୋଗ କରିବୁ । ଆନ୍ଦୋଳନରେ ଥିବା ଅନେକ ଶିକ୍ଷକଙ୍କର ପରୀକ୍ଷା ଡିୟୁଟି ମଧ୍ୟ ପଡ଼ିଛି । କିନ୍ତୁ ନିଜର ଦାବି ନେଇ ଶିକ୍ଷକମାନେ ଏବେ ରାଜରାସ୍ତାକୁ ଆପଣାଇଛନ୍ତି । ମୁଖ୍ୟତଃ ସାମାନଙ୍କ ଦାବିଗୁଡ଼ିକ ହେଲା ୨୩୪ଟି ଅନୁଦାନପ୍ରାପ୍ତ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ରାଜ୍ୟରେ ବର୍ତ୍ତମାନ ୬୦୮ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀକରଣ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସେମାନଙ୍କୁ ଏଥିରୁ ବଞ୍ଚିତ କରି ରଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଶୁଣୁନାହାନ୍ତି ସରକାର,ଏବେବି ରାଜରାସ୍ତାରେ ଶିକ୍ଷକ

ଏହା ମଧ୍ୟ ପଢ଼ନ୍ତୁ...ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଗର୍ଜିଲେ ଶିକ୍ଷକ

ସେପଟେ ଦୀର୍ଘ ବର୍ଷର ଆନ୍ଦୋଳନ ପରେ ସରକାର ନୂତନ ଅନୁଦାନ ନିୟମ ପ୍ରଣୟନ କଲେ କିନ୍ତୁ ସେହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷାକର୍ମଚାରୀମାନଙ୍କୁ ପେନ୍‌ସନ ଓ ଚାକିରି ସର୍ତ୍ତାବଳୀ ସମେତ ଅବସରକାଳୀନ ସୁବିଧା ପ୍ରଦାନ କରାଯାଇ ନାହିଁ । ଏପଟେ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନ୍ୟାସ୍‌ନାଲ ଇନ୍‌କ୍ରିମେଣ୍ଟ ମଧ୍ୟ ଦିଆଯାଇନାହିଁ । ସୂଚନା ଅନୁଯାୟୀ, ଏଥର ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହାରି ମଧ୍ୟରେ ୩୦୪୭ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ୩୧୩ଟି ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସକାଳ ୮ ଟା ୩୦ ସମୟରେ ପରୀକ୍ଷାର୍ଥୀଙ୍କୁ ଓଏମ୍ଆର ସିଟ୍ ପ୍ରଦାନ କରାଯିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.