ETV Bharat / state

ବଢ଼ୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା, ଏହି ଜିଲ୍ଲାରେ ସର୍ବାଧିକ ମାମଲା - Sunstroke Cases In Odisha

author img

By ETV Bharat Odisha Team

Published : Apr 22, 2024, 7:27 PM IST

Sunstroke Cases In Odisha: ଚଳିତ ବର୍ଷ ଏପର୍ଯ୍ୟନ୍ତ ଅଂଶୁଘାତଜନିତ ସମସ୍ୟାରେ ଭର୍ତ୍ତି ହୋଇଛନ୍ତି ପ୍ରବଳ ଲୋକ । ଏହି ଜିଲ୍ଲାରେ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ବଢ଼ୁଛି ଅଂଶୁଘାତ ରୋଗୀଙ୍କ ସଂଖ୍ୟା, ସୁନ୍ଦରଗଡ଼ରେ ସର୍ବାଧିକ ମାମଲା

ଭୁବନେଶ୍ବର: ଖରାଦିନେ ଅଂଶୁଘାତ ଏକ ଜଟିଳ ସମସ୍ୟା ଭାବରେ ଉଭା ହୋଇଥାଏ । ଯଦି ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ସ୍ଥିତିକୁ ଦେଖାଯାଏ ତେବେ ତାପମାତ୍ରା ରେକର୍ଡ ଛୁଇଁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୬ ଜିଲ୍ଲାରୁ ଆସିଛି ଅଂଶୁଘାତ ଓ ଗରମ ସମ୍ବନ୍ଧୀୟ ଅସୁସ୍ଥତା ମାମଲା । ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨ ଜଣ (କ୍ୟାପିଟାଲ ହସ୍ପିଟାଲର ୭ ଜଣଙ୍କୁ ମିଶାଇ) ଅନୁଗୋଳରୁ ୯ ଜଣ, ମୟୂରଭଞ୍ଜରୁ ୭, ଝାରସୁଗୁଡ଼ାରୁ ୭, ସମ୍ବଲପୁରରୁ ୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ଏପର୍ଯ୍ୟନ୍ତ ସରକାରୀ ତଥ୍ୟ ଅନୁସାରେ ଜଣଙ୍କର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।


ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । କିଛି କିଛି ସ୍ଥାନରେ ତାପମାତ୍ରା 45 ଡିଗ୍ରୀ ଅତିକ୍ରମ କରିଥିବା ବେଳେ ହିଟୱେଭ ସ୍ଥିତି ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ପ୍ରାୟ ୨୦ରୁ ୨୫ ଜଣ ଅଂଶୁଘାତ ଦ୍ଵାରା ପ୍ରଭାବିତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସେମାନଙ୍କୁ ଉତ୍ତମ ଚିକିତ୍ସା କରାଯାଉଥିବା ସହ ଓଆରଏସ ମଧ୍ୟ ଯୋଗାଇ ଦିଆଯାଉଛି । ଅଂଶୁଘାତ ଦ୍ଵାରା ପ୍ରଭାବିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି । ପ୍ରଥମେ ବ୍ୟକ୍ତିଙ୍କ ଶରୀରକୁ ଓଦା କପଡ଼ାରେ ଗୁଡ଼ାଇ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇ ଆସିବା ଜରୁରୀ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

ଅନ୍ୟପଟେ ଅଂଶୁଘାତ ପାଇଁ ସତର୍କ ରହିବାକୁ ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ହସ୍ପିଟାଲ, CHC ଓ PHCଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ ଓ ହିଟ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ହସ୍ପିଟାଲ ପ୍ରସ୍ତୁତ ରହିଛନ୍ତି ।

ଅଂଶୁଘାତର ଲକ୍ଷଣ

  • ଜିଭ ଶୁଖିଯିବା
    ବାନ୍ତି ଲାଗିବା
  • ରକ୍ତଚାପ କମିବା
  • ଦେହ ହାତ ଘୋଳାବିନ୍ଧା ହେବା
  • ଗମଗମ ଝାଳ ବୋହିବା

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା 2 ଦିନ କାଳବୈଶାଖୀ, 25ରୁ ବଢ଼ିବ ତାତି - Odisha Weather

ସୂଚନା ଅନୁଯାୟୀ, ଆଉ ୨୪ ଘଣ୍ଟା ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ୨୪ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୁଣି ୨୫ ତାରିଖରୁ ରାଜ୍ୟରେ ଖରା ତାତି ବଢିବା ସହ ଅସହ୍ୟ ଗରମ ଅନୁଭୁତ ହେବ । ତେବେ ବର୍ତ୍ତମାନ କାଳବୈଶାଖୀ ବର୍ଷା ପ୍ରଭାବରେ ୨ରୁ ତିନି ଡିଗ୍ରୀ ତାପମାତ୍ରା କମିଥିବା ବେଳେ ପୁଣି ୨୫ ତାରିଖରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.