ETV Bharat / state

ବିଶ୍ବ ରେକର୍ଡ କଲା ସୁଦର୍ଶନଙ୍କ ବାଲୁକା କଳା

author img

By ETV Bharat Odisha Team

Published : Jan 22, 2024, 10:59 AM IST

Updated : Jan 22, 2024, 1:07 PM IST

Sand art of Lord Ram by Sudarsan Pattnaik: ବିଶ୍ବ ରେକର୍ଡ କରିଛି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ଏନେଇ ୱାର୍ଲ୍ଡ ବୁକ୍ ରେକର୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ଅଧିକ ପଢନ୍ତୁ

Sand art of Lord Ram
Sand art of Lord Ram

Sand art of Lord Ram by Sudarsan Pattnaik

ପୁରୀ: ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏନେଇ ଅଯୋଧ୍ୟା ସମେତ ସାରା ଦେଶରେ ଖୁସିର ମାହୋଲ । ଏହି ଅବସରରେ ଓଡ଼ିଶାର ଖ୍ୟାତନାମା ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଉ ଏକ କୀର୍ତ୍ତିମାନ ଅର୍ଜନ କରିଛନ୍ତି । ୱାର୍ଲ ରେକର୍ଡରେ ସ୍ଥାନ ପାଇଛି ତାଙ୍କ ଦ୍ୱାରା ନିର୍ମିତ ବାଲୁକା କଳା । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବାଲୁକା କଳାରେ ନିର୍ମିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତି ଏବଂ ରାମ ମନ୍ଦିର ପାଇଁ ବିଶ୍ୱ ରେକର୍ଡ ଅର୍ଜନ କରିଛନ୍ତି ସୁଦର୍ଶନ । ଏନେଇ ୱାର୍ଲ୍ଡ ବୁକ୍ ରେକର୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ରେକର୍ଡ ସାର୍ଟିଫିକେଟକୁ ସୁଦର୍ଶନଙ୍କୁ ପ୍ରଦାନ କରିଛନ୍ତି । ନିଜେ ଯୋଗୀ ଆଦିତ୍ୟନାଥ ବାଲୁକା ଚିତ୍ରକଳା ସମ୍ମୁଖରେ ମୋବାଇଲରେ ସେଲ୍ଫି ମଧ୍ୟ ନେଇଥିଲେ। ଏହି ବିଶ୍ଵ ରେକର୍ଡ କିର୍ତ୍ତୀମାନ ପାଇଁ ଯୋଗୀ ଆଦିତ୍ୟନାଥ ସୁଦର୍ଶନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତେବେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ଏହି ଅବସରରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କର ଏକ ବିଶାଳ ପ୍ରତିକୃତି ବାଲୁକା ଚିତ୍ରକଳାରେ ନିର୍ମାଣ କରିଥିଲେ ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସେ 23 ଫୁଟ୍ ଉଚ୍ଚତା,ଲମ୍ବ 55 ଫୁଟ୍ ଏବଂ ଓସାର 35 ଫୁଟର ଏକ ବିଶାଳ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ଯେଉଁ ବାଲୁକା ଚିତ୍ରକଳାରେ ପ୍ରଭୁ ରାମଙ୍କ ମୂର୍ତ୍ତିର ମୁଖମଣ୍ଡଳକୁ ସ୍ଥାନ ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ - ଅଯୋଧ୍ୟାରେ ସୁଦର୍ଶନଙ୍କ ବାଲୁକା କଳା; ପ୍ରସ୍ତୁତ କଲେ ରାମଲାଲାଙ୍କ ବିଶାଳ କଳାକୃତି

ଏହା ମଧ୍ୟ ପଢନ୍ତୁ - ରାମମୟ ଅଯୋଧ୍ୟା ନଗରୀ, ଆଜି ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା

ଏଥିସହ ସରଜୁ ନଦୀ ଘାଟ ନିକଟ ରାମକଥା ପାର୍କରେ ପାଞ୍ଚ ଶହଟି ଛୋଟ ଛୋଟ ରାମ ମନ୍ଦିରର ପ୍ରତିକୃତି ନିଜ ଟିମ୍ ସହ ନିର୍ମାଣ କରିଥିଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେହିପରି ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିକୃତିକୁ ମଧ୍ୟ ସୁଦର୍ଶନ ପଟ୍ଟନାୟକ ସ୍ଥାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭୁ ରାମଙ୍କୁ ପ୍ରଣାମ କରୁଥିବା ନେଇ ବାଲୁକା ଚିତ୍ରକଳାରେ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

Last Updated :Jan 22, 2024, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.