ETV Bharat / state

ପାଣି ବିଲ ଦେଇ ଜଣ୍ଡିସ କିଣୁଥିବା ଅଭିଯୋଗରେ ସିଏମସି ଘେରିଲା SUCI - SUCI Protest in Cuttack

author img

By ETV Bharat Odisha Team

Published : Apr 12, 2024, 5:12 PM IST

SUCI Protest on supply of drink water: କଟକରେ ଅଣାୟତ କରୁଛି ଜଣ୍ଡିସ । ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣା ସାଙ୍ଗକୁ ଅନ୍ୟାନ ଦାବିରେ ଏସୟୁସିଆଇର ସିଏମସି ସମ୍ନାରେ ଆନ୍ଦୋଳନ। ଅଧିକ ପଢ଼ନ୍ତୁ,

କଟକରେ ଅଣାୟତ କରୁଛି ଜଣ୍ଡିସ
କଟକରେ ଅଣାୟତ କରୁଛି ଜଣ୍ଡିସ

କଟକରେ ଅଣାୟତ କରୁଛି ଜଣ୍ଡିସ

କଟକ: ବଢ଼ିବାରେ ଲାଗିଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। କଟକବାସୀ ସିଏମସି ଓ ସ୍ୱାସ୍ଥ୍ୟ ବିଭାଗର ଅପାରଗତା ପାଇଁ ଆଜି ଏଭଳି ଅବସ୍ଥା ଭୋଗୁଥିବା ଅଭିଯୋଗ। ଯୁଦ୍ଧକାଳୀନ ଭିତ୍ତିରେ ଜଣ୍ଡିସ ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବା, ପ୍ରତ୍ୟେକ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନେଇ ଆଜି ସିଏମସି ସମ୍ନାରେ ଆନ୍ଦୋଳନକୁ ଓହ୍ଲାଇଛି ଏସୟୁସିଆଇ। WATCO ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ନିମ୍ନମାନର ପାଇପ ପରିବର୍ତ୍ତେ ଉନ୍ନତମାନର ପାଇପ ଜରିଆରେ ପାନୀୟ ଜଳ ଯୋଗାଇ ଦେବା, ଜଳ ଯୋଗାଣ କନେକ୍ସନରୁ ମିଟର ହଟାଇବା ସହିତ ଜଳ ଦେୟ ଆଦୟ ବନ୍ଦ କରିବା ଦାବି କରିଛନ୍ତି ଆନ୍ଦୋଳନକାରୀ। ଆଗମୀ ଦିନରେ ସମସ୍ୟା ସମାଧାନ ନହେଲେ ସିଏମସିକୁ ଅଚଳ କରିବା ଚେତାବନୀ ମଧ୍ୟ ଦେଇଛନ୍ତି।

ଆନ୍ଦୋଳନକାରୀଙ୍କ ମତରେ ବର୍ତ୍ତମାନ କଟକରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ପାଣି ଲୋକଙ୍କ ପାଇଁ ବିଷ ହୋଇଛି। ରାଜେନ୍ଦ୍ରନଗରରେ ଦୂଷିତ ପାନୀୟ ଜଳ ପାଇଁ ବ୍ୟାପକ ଭାବେ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ନିମ୍ନମାନର ପାଇପ ଜରିଆରେ ଯୋଗାଇ ଦିଆଯାଉଥିବା ପାଣି ପିଇ କେବଳ ଗୋଟିଏ ୱାର୍ଡର ୮୬ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ମଧ୍ୟ ଅଭିଯୋଗ ହେଉଛି। ସାରା ସହରର ପ୍ରାୟ ଏକା ପ୍ରକାର ଅବସ୍ଥା। ପ୍ରତିବର୍ଷ ସହରର ବିଭିନ୍ନ ସ୍ଥାନରେ ଦୂଷିତ ପାନୀୟ ଜଳ ପାଇଁ ଏହିଭଳି ଜଣ୍ଡିସ ଓ ଅନ୍ୟ ରୋଗ ବ୍ୟାପୁଛି। ହେଲେ ଅତ୍ୟନ୍ତ ଦୁଃଖର ବିଷୟ ପ୍ରଶାସନ ଏହାର ପ୍ରତିକାର କରବା ପରିବର୍ତ୍ତେ ମିଟର ସଂଯୋଗ ଓ ‘ଜଳ ଦେୟ’ ଆଦାୟ କରୁଛି। ଏପରିକି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ଵେ ମଧ୍ୟ ସହରର ଜନଗହଳି ସ୍ଥାନମାନଙ୍କରେ ‘ପାନୀୟ ଜଳ ଯୋଗାଣ କେନ୍ଦ୍ର’ର ବ୍ୟବସ୍ଥା ହୋଇନାହିଁ।

ଏହା ମଧ୍ୟ ପଢ଼ନ୍ତୁ.... କଟକରେ ଜଣ୍ଡିସ ସଂକ୍ରମିତଙ୍କ ତଥ୍ୟ ଲୁଚାଉଛି ସ୍ୱାସ୍ଥ୍ୟ ବିଭାଗ: କଂଗ୍ରେସ କର୍ପୋରେଟର - Jaundice Outbreak

ଜଣ୍ଡିସ ନିରାକରଣ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏସୟୁସିଆଇ ପକ୍ଷରୁ ଦାବି କରାଯାଇଛି। ଯଦି ଆଗମୀ ଦିନରେ ଏହି ଦିଗରେ ପଦକ୍ଷେପ ଗ୍ରହଣ ନକରାଯାଏ ତେବେ ସିଏମସିକୁ ଅଚଳ କରିବା ପାଇଁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ। ସୂଚନା ଯୋଗ୍ୟ ଯେ, ମଙ୍ଗଳା ମନ୍ଦିର ପାଖ ପୋଷ୍ଟ ଅଫିସ ଲେନରୁ ଗତକାଲି (ଶନିବାର) 11 ଜଣ ସ୍ଥାନୀୟବାସିନ୍ଦା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଟ୍ୟାପରେ ଆସୁଥିବା ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ଏପର୍ଯ୍ୟନ୍ତ ସରକାରୀ ସ୍ତରରେ 11 ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ଜଣ୍ଡିସକୁ ବ୍ୟାପିବାରୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଥିଲେ। ସେପଟେ ମହାନଗର ନିଗମର 52 ନମ୍ବର ୱାର୍ଡ ରାଜେନ୍ଦ୍ର ନଗର ଠାରେ ଜଣ୍ଡିସର ସ୍ଥିତି ସମ୍ପର୍କରେ କଂଗ୍ରେସର କର୍ପୋରେଟର ଗତ ବୁଧବାର ଦିନ ସମୀକ୍ଷା କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.