ETV Bharat / state

୨ୟ କୋଣାର୍କ ସୂର୍ଯ୍ୟ ମନ୍ଦିର; ନାଟ୍ୟ ମଣ୍ଡପରେ ସୂର୍ଯ୍ୟଦେବଙ୍କ ହେଲା ପ୍ରାଣ ପ୍ରତିଷ୍ଠା

author img

By ETV Bharat Odisha Team

Published : Jan 27, 2024, 7:22 PM IST

Second Konark Sun Temple: କୋଣାର୍କ ଜୁଣେଇରେ ନିର୍ମାଣଧୀନ ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟଦେବଙ୍କ ହେଲା ପ୍ରାଣ ପ୍ରତିଷ୍ଠା । ଅଧିକ ପଢନ୍ତୁ

Second Konark Sun Temple
Second Konark Sun Temple

୨ୟ କୋଣାର୍କ ସୂର୍ଯ୍ୟ ମନ୍ଦିର

ନିମାପଡ଼ା: ବହୁ କଳ୍ପନା ଜଳ୍ପନା ପରେ କୋଣାର୍କରେ ନିର୍ମାଣ ହେଲା ୨ୟ ସୂର୍ଯ୍ୟ ମନ୍ଦିର । ନାଟ୍ୟ ମଣ୍ଡପରେ ସୂର୍ଯ୍ୟଦେବଙ୍କର ଆଜି ପ୍ରାଣ ପ୍ରତିଷ୍ଠା ହୋଇଛି । ମାର୍ବଲରେ ନିର୍ମାଣ କରାଯାଉଛି ସୂର୍ଯ୍ୟ ମନ୍ଦିର ଭଳି ଅବିକଳ ମନ୍ଦିର । ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଭାପତି ତଥା ମହାରାଷ୍ଟ୍ରର ମୁକେଶ ଜୈନଙ୍କ ଆର୍ଥିକ ସହାୟତାରେ ଏଠାରେ ଦ୍ବିତୀୟ ସୂର୍ଯ୍ୟ ମନ୍ଦିରର ପରିକଳ୍ପନା କରାଯାଇଛି । ଏହା ପର୍ଯ୍ୟଟନ ସ୍ଥଳୀ ନୁହେଁ ପୂଜାସ୍ଥଳୀ ଭାବରେ ନିଜର ପରିଚୟ ସୃଷ୍ଟି କରିବ ବୋଲି ମୁକେଶ ଜୈନ କହିଛନ୍ତି ।

କୋଣାର୍କ ଜୁଣେଇରେ ନିର୍ମାଣ ହୋଇଛି ଏହି ଦ୍ବିତୀୟ ସୂର୍ଯ୍ୟ ମନ୍ଦିର । ୧୫ ଫୁଟ ଉଚ୍ଚତା ସୂର୍ଯ୍ୟଙ୍କ ବିଗ୍ରହ ପ୍ରତିଷ୍ଠା ସହିତ ୪ଟି ଚକ ଓ ୭ ଗୋଟି ଅଶ୍ଵ ପ୍ରତିଷ୍ଠା ହୋଇଛି । ସୂର୍ଯ୍ୟ ମନ୍ଦିର ଭଳି ଏଠାରେ ନିର୍ମାଣ କରାଯିବ ଅବିକଳ ମନ୍ଦିର । ମହାରାଷ୍ଟ୍ରର ମୁକେଶ ଜୈନଙ୍କ ଆର୍ଥିକ ସହାୟତାରେ ଏଠାରେ ଦ୍ବିତୀୟ ସୂର୍ଯ୍ୟ ମନ୍ଦିରର ପରିକଳ୍ପନା କରାଯାଇଛି । ଶନିବାର ଏଠାରେ ହୋମଯଜ୍ଞରେ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ବେଳେ ସୂର୍ଯ୍ୟଙ୍କ ଉପାସନା ମଧ୍ୟ କରାଯିବ । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ପୂଜାବିଧି ବନ୍ଦ ହୋଇଥିବା ବେଳେ ଏଠାରେ ଦୈନ ଦିନ ସୂର୍ଯ୍ୟ ଉପାସନା କରିବେ ସୂର୍ଯ୍ୟ ଉପାସକ ।

ଏହା ବି ପଢନ୍ତୁ- ଉଚ୍ଛେଦ ହେଲା ନିର୍ମାଣାଧିନ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର

ତେବେ ଏହା ପର୍ଯ୍ୟଟନ ସ୍ଥଳୀ ନୁହେଁ ପୂଜାସ୍ଥଳୀ ଭାବରେ ନିଜର ପରିଚୟ ସୃଷ୍ଟି କରିବ ବୋଲି ମୁକେଶ ଜୈନ କହିଛନ୍ତି । ସେପଟେ ଏହି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ନୂତନ ଭାବେ କୋଣାର୍କରେ ଆଉ ଗୋଟିଏ ମନ୍ଦିରର ଅଵଶ୍ୟକତା ରହିଥିଲା ବୋଲି କହିଛନ୍ତି । ଅର୍କକ୍ଷେତ୍ର ସୂର୍ଯ୍ୟ ମନ୍ଦିରରେ ବର୍ଷ ବର୍ଷ ଧରି ସୂର୍ଯ୍ୟ ପୂଜା ପାଉନଥିବା ବେଳେ ଏହି ମନ୍ଦିରରେ ସୂର୍ଯ୍ୟ ପୂଜା ପ୍ରତିଦିନ କରାଯିବା ସହିତ ବିଭିନ୍ନ ଦୈଵ ଦୁର୍ବିପାକ ଏହି ମନ୍ଦିରର କୌଣସି କ୍ଷତି କରିପାରିବ ନାହିଁ ବୋଲି କୁହାଯାଇଛି ।

ଏହା ବି ପଢନ୍ତୁ- ଚନ୍ଦ୍ରଭାଗାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣକୁ ତୀବ୍ର ବିରୋଧ

ପୂର୍ବରୁ କୋଣାର୍କ ୨ୟ ସୂର୍ଯ୍ୟ ମନ୍ଦିର ନିର୍ମାଣକୁ ବିରୋଧ କରାଯାଇଥିବା ବେଳେ ଏବେ ନିଜସ୍ଵ ସ୍ଥାନରେ ନିର୍ମାଣ କରାଯାଇଛି ସୂର୍ଯ୍ୟ ମନ୍ଦିର । ତିନି ବର୍ଷ ଧରି ୨ୟ ସୂର୍ଯ୍ୟ ମନ୍ଦିରର ପରିକଳ୍ପନା କରାଯାଇଥିଲା । କିନ୍ତୁ ଆଜି କୋଣାର୍କରେ ସୂର୍ଯ୍ୟଙ୍କ ବିଗ୍ରହ ପ୍ରତିଷ୍ଠା ପରେ ଖୁସିବ୍ୟକ୍ତ କରିଛନ୍ତି ସୂର୍ଯ୍ୟ ଉପାସକ । କୋଣାର୍କରେ ୨ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଗତ ୩ ବର୍ଷ ଧରି ଉଦ୍ୟମ ଜାରି ରହିଥିବା ବେଳେ ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନର ବିରୋଧ ଯୋଗୁଁ ଅନେକ ଥର ମନ୍ଦିର ନିର୍ମାଣରେ ସମସ୍ୟା ଉପୁଜିଥିଲା । ଆଜି କୋଣାର୍କରେ ସୂର୍ଯ୍ୟ ମନ୍ଦିର ବିଗ୍ରହ ପ୍ରତିଷ୍ଠା ପରେ ପୁଣିଥରେ ୨ୟ କୋଣାର୍କ ମନ୍ଦିର ପୂର୍ଣ୍ଣାଙ୍ଗ ନେଇ ଆଶା କରାଯାଉଛି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.