ETV Bharat / state

ରୋଜଗାରର ବାଟ ଦେଖାଇଛି ଛତୁ ଚାଷ, ସ୍ବାବଲମ୍ବୀ ହେଉଛନ୍ତି ଗାଁ ମହିଳା - MUSHROOM FARMING

author img

By ETV Bharat Odisha Team

Published : Apr 17, 2024, 11:11 AM IST

Updated : Apr 17, 2024, 2:38 PM IST

Mushroom Farming In Koraput: ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ପନିପରିବା ଚାଷ କରି ଆକର୍ଷଣ କରୁଥିବା ଗାଁ ପଟ୍ଟାମାଳିଗୁଡା ଏବେ ଛତୁ ଚାଷ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ

ଛତୁଚାଷ
ଛତୁଚାଷ

ଛତୁଚାଷ

କୋରାପୁଟ: ଚାରିଆଡ଼େ ବସନ୍ତର ପତ୍ର ଝଡ଼ା ଦେଖିବାକୁ ମିଳୁଥିବା ବେଳେ କୋରାପୁଟରେ ସବୁଜ ପରିବା ସାଙ୍ଗକୁ ଧଳା ଛତୁ ସତରେ ମନ କିଣି ନେଉଛି । ବଜାରରେ ଲୋକ ଅପେକ୍ଷା କରିଥାନ୍ତି ଏହି ସବୁଜ ଏବଂ ତଟକା ପରିବା ଟିକେ ପାଇବା ପାଇଁ । ଆଉ ବ୍ୟବସାୟୀମାନେ ସିଧା ଗାଁରେ ପହଞ୍ଚି ଯାଇଥାନ୍ତି । ତେବେ ଆମେ କହୁଛୁ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଛୋଟ ଗାଁ ପଟ୍ଟାମାଳିଗୁଡା କଥା । ପ୍ରଥମେ ପରିବା ପାଇଁ ଖ୍ୟାତି ଅର୍ଜନ କରିଥିବା ଏହି ଗ୍ରାମ ଏବେ ଛତୁ ଚାଷ କରି ଚର୍ଚ୍ଚାକୁ ଆସିଛି ।

ଏହି ଗ୍ରାମରେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ପନିପରିବା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହି ଗାଁରେ ସମୁଦାୟ 70ଟି ପରିବାର ବହୁଦିନ ଧରି ଚାଷବାସ କରୁଥିବା ବେଳେ ସିୱାଇଏସଡି ସ୍ବେଚ୍ଛାସେବୀ ସଂଗଠନର ସହଯୋଗରେ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୋଇଛି । ଜମିକୁ ଜଳଯୋଗାଣ ସହ ଉତ୍ପାଦିତ ପନିପରିବା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥାର ସୁଯୋଗ ସୃଷ୍ଟି କରି ଏହି ଗ୍ରାମଟିକୁ ଚାଷ କ୍ଷେତ୍ରରେ ଏକ ଆଦର୍ଶ ଗ୍ରାମ ଭାବେ ଗଢି ତୋଳିବା ପାଇଁ ସିୱାଇଏସଡି ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି । ଏହି ପ୍ରକ୍ରିୟାରେ ଗାଁର ମା’ ନିଶାଣୀମୁଣ୍ଡା ଏସଏଚଜିକୁ ଛତୁ ଚାଷ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି । ପ୍ରଥମ ଥର ପାଇଁ ଛତୁ ଚାଷ କରୁଥିଲେ ମଧ୍ୟ 15 ଦିନ ମଧ୍ୟରେ 50 କିଲୋ ଛତୁ ଉତ୍ପାଦନ କରିପାରିଛନ୍ତି ଗ୍ରୁପର ମହିଳାମାନେ ।

ଏହା ମଧ୍ୟ ପଢ଼ନ୍ତୁ...ଆଳୁ ଦର ଆକାଶ ଛୁଆଁ, ହଟହଟା ହେଲେଣି ବ୍ୟବସାୟୀ ଓ ଗ୍ରାହକ - Potato Prices Surge

ଯାହା ସେମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରେରଣା ମଧ୍ୟ ଦେଇଛି । ପନିପରିବା ଚାଷ ପାଇଁ ଖ୍ୟାତି ଅର୍ଜନ କରିଥିବା ଏହି ଗାଁଟି ବର୍ତ୍ତମାନ ଉନ୍ନତମାନର ଛତୁକୁ ନେଇ ବେଶ ଚର୍ଚ୍ଚାକୁ ଆସିଛି । ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଦିନର ବଜାର ଅବସ୍ଥା ଓ ତାକୁ ନେଇ ନିଜ ନିଜ ବ୍ୟବସାୟର ସାମୁହିକ ଆକଳନ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥାର ଯୋଜନା କରୁଛନ୍ତି । ତେବେ ତାଙ୍କ ପରିଶ୍ରମର କଥା ଏହି ଛତୁ ବଗିଚା କହୁଛି । ବିଗତ ଦିନମାନଙ୍କରେ କରାଯାଇଥିବା ବ୍ୟବସାୟର ଲାଭ ଅର୍ଥକୁ ଗୋଷ୍ଠୀର ଉନ୍ନତି ଓ ନିଜ ପରିବାରର ବହୁବିଧ ଉନ୍ନତି କରିବା ଦିଗରେ ଖର୍ଚ୍ଚ କରୁଥିବା ଏସଏଚଜିର ସଦସ୍ୟାମାନେ ଜଣାଇଛନ୍ତି । ଏବେ ଛତୁ ଚାଷର ସଫଳତାକୁ ନେଇ ମହିଳାଙ୍କ ଭିତରେ ସ୍ୱୟଂସିଦ୍ଧ ହେବାର ସାମର୍ଥ୍ୟ ଆସିଛି ବୋଲି ଗ୍ରୁପର ମହିଳା କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated :Apr 17, 2024, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.