ETV Bharat / state

ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, କମିଶନରେଟ ପୋଲିସର ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା - Security Arrangement For PM Visit

author img

By ETV Bharat Odisha Team

Published : May 19, 2024, 8:50 AM IST

Security Arrangement For PM Visit: ୧୯ରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱର କଟକ ସମେତ ପୁରୀ ଓ ଅନୁଗୋଳ ଜିଲ୍ଲାରେ ରହିଛି କାର୍ଯ୍ୟକ୍ରମ । ଜାଣନ୍ତୁ କିଭଳି ରହିଛି ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

Security Arrangement
Security Arrangement (ETV Bharat Odisha)

Security Arrangement (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଜେପିର ଘନ ଘନ ପ୍ରଚାର । ଆଜି ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱର କଟକ ସମେତ ପୁରୀ ଓ ଅନୁଗୋଳ ଜିଲ୍ଲାରେ ରହିଛି କାର୍ଯ୍ୟକ୍ରମ । ଏହାସହ ଭୁବନେଶ୍ୱରରେ ରାତ୍ରି ରହଣି ଓ କଟକରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ପ୍ରସ୍ତୁତି । ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ଆସନ୍ତା ସୋମବାର କଟକର ବାଲିଯାତ୍ରା ପଡିଆରେ ପ୍ରଧାନମନ୍ତ୍ରୀଙ୍କର ସାଧାରଣ ସଭା ରହିଛି । ଏନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ହୋଇଛି । କଟକ ଡିସିପିଙ୍କ ନେତୃତ୍ବରେ ଆଉ ୩ ଜଣ ଡିସିପି ରାଙ୍କର ଅଫିସର‌ଙ୍କ ସହ ୬ଜଣ ଅତିରିକ୍ତ ଡିସିପି ଓ ୧୮ ଏସିପି, ୪୦ ଇନ୍ସପେକ୍ଟର ଓ ୧୫୦ ଅଫିସର ସହ ୩୦ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ । ଏହାସହ ଏସଟିୟୁ ୩ଟି ଟିମ, ଡଗ୍ ସ୍କ୍ୱାର୍ଡ, ବମ ସ୍କ୍ୱାର୍ଡ ସହ ଓଡ୍ରାଫର ୨ଟି ଟିମ୍ ମଧ୍ୟ ନିୟୋଜିତ ହେବେ ।"

ସଭାସ୍ଥଳ ଏବଂ ହେଲିପ୍ୟାଡକୁ ବମ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡ ଟିମ୍ ସହ ଯାଞ୍ଚ କରାଯାଉଛି । ତିନି ଥର ଲେଖାଏ ଯାଞ୍ଚ ସହ ହାଇ ବଡ଼ ବଡ଼ ବିଲ୍ଡିଂ ଉପରେ ମଧ୍ୟ ନଜର ରଖାଯାଉଛି । ସବୁଠି ସାଧା ପୋଷାକରେ ପୋଲିସ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ଜନସମାବେଶକୁ ଦୃଷ୍ଟିରେ ରଖି ଚେକିଂ କରି ସଭା ସ୍ଥଳକୁ ପଠାଯିବ । ଏନେଇ ନିର୍ଦ୍ଧାରିତ ସମୟ ଆଗରୁ ଲୋକଙ୍କୁ ଆସିବା ପାଇଁ ଅନୁରୋଧ କରାଯାଉଛି । ଟ୍ରାଫିକ ସମସ୍ୟା ଯେଭଳି ନହେବ ସେନେଇ ବ୍ୟବସ୍ଥା ହୋଇଛି । ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ପାଇଁ ଇଲୋକ୍ଟ୍ରୋଲାଇଟ ଡ୍ରିଙ୍କସର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଏହା ବି ପଢନ୍ତୁ...୨୦ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ମହାପ୍ରଭୁଙ୍କୁ ଦର୍ଶନ ପରେ କରିବେ ରୋଡ ସୋ’ - PM Modis Puri Road Show Programme


ସେ ଆହୁରି କହିଛନ୍ତି, "ବିଶେଷ କରି ଯେହେତୁ ନଦୀପଠା କଡ଼ରେ ସଭା ସ୍ଥଳ ହେଉଛି, ନଦୀ ଉପରେ ନଜର ରଖିବା ପାଇଁଁ ଦୁଇଟି ଓଡ୍ରାଫ ଟିମ୍ ମୁତୟନ କରାଯିବ । ସେମାନଙ୍କର ସମସ୍ତ ପ୍ରକାର ସରଞ୍ଜାମ ସହ ସେଠାରେ ମୁତୟନ ରହିବେ । ବାଲିଯାତ୍ରା ନଦୀପଠାରେ ହେବ ମୋଦିଙ୍କ ରାଜନୈତିକ ସଭା । ବାୟୁସେନା ହେଲିକପ୍ଟର ଯୋଗେ କଟକ ହେଲିପ୍ୟାଡରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ଯେହେତୁ ୧୯ତାରିଖରେ ପହଞ୍ଚିବେ, ସେଥିପାଇଁ ବିମାନ ବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ହୋଇଛି । ରାଜଭବନ ଚାରିପାଖରେ ପୋଲିସ ସୁରକ୍ଷା ସହ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ପୋଲିସ ମୁତୟନ କରାଯିବ । ତେବେ ୧୯ରେ ରାତ୍ରି ରହଣି ପରେ ୨୦ତାରିଖରେ କଟକ, ଅନୁଗୋଳ, ପୁରୀରେ ଘନଘନ କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.