ETV Bharat / state

ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

author img

By ETV Bharat Odisha Team

Published : Feb 19, 2024, 11:01 PM IST

Teachers Protest: ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବେ ଆନ୍ଦୋଳନରତ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଖୁବଶୀଘ୍ର ଦାବି ପୂରଣ ନେଇ ସରକରଙ୍କ ପ୍ରତିଶ୍ରୁତି ।ଅଧିକ ପଢନ୍ତୁ

ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା , ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଜାରି ରହିବ
ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା , ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଜାରି ରହିବ

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଡାକରାରେ ବିଧାନସଭା ସମ୍ମୁଖରେ ଚାଲିଛି ଅହୋରାତ୍ର ଗଣଧାରଣା । ଆଜକୁ ୧୩ଦିନ ଧରି ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ଶୀତ, କାକର, ଖରାକୁ ସହି ବସିଛନ୍ତି ରାଜ ରାସ୍ତାରେ । ତେବେ ଆସନ୍ତାକାଲିଠାରୁ ମାଟ୍ରିକ ବୋର୍ଡ଼ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଓଷ୍ଟା ପକ୍ଷରୁ ଛଅ ଜଣିଆ ଟିମ୍ ସରକାରଙ୍କ ସହ ଆଲୋଚନା କରିଛନ୍ତି । ତେବେ ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା କିନ୍ତୁ ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଜାରି ରହିବ ବୋଲି ସୂଚନା ଦେଇଛି ସଂଘ ।

ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା , ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଜାରି ରହିବ
ମାଟ୍ରିକ୍ ପରୀକ୍ଷାରେ ସହଯୋଗ କରିବ ଓଷ୍ଟା , ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଜାରି ରହିବ

ସରକାର ଓଷ୍ଟାର ଦାବିଗୁଡ଼ିକୁ ଖୁବ ଗୁରୁତ୍ବର ସହିତ ନେଇ ଶୀଘ୍ର ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଓଷ୍ଟା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପରୀକ୍ଷା ଡ୍ୟୁଟି ରହିଛି, ସେମାନେ ଆସନ୍ତା କାଲି ଠାରୁ ପରୀକ୍ଷା କାର୍ଯ୍ୟରେ ସହଯୋଗ କରିବେ । ମାତ୍ର ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଚାଲୁ ରହିବ ବୋଲି ଓଷ୍ଟା ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଓଷ୍ଟା ପକ୍ଷରୁ ଦାବି ଗୁଡ଼ିକ ହେଲା ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଦୁଇଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ଆଣ୍ଟିଡେସନ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା । ଏହା ସହ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି କରିବା ଇତ୍ୟାଦି ବିଷୟ ଆଲୋଚନା ପରିସଭୁକ୍ତ କରାଯାଇଥିଲା । ତେବେ ଉପରୋକ୍ତ ସମସ୍ୟା ସମାଧାନ ସମ୍ପର୍କିତ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଜିଲ୍ଲାୱାରୀ ଧାରଣା ଚାଲୁ ରହିବ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ରାତି ପାହିଲେ ମାଟ୍ରିକ ପରୀକ୍ଷା; ରାଜରାସ୍ତାରେ ଶିକ୍ଷକ, କିଭଳି ହେବ ପରୀକ୍ଷା ପରିଚାଳନା ?

ସୂଚନା ଅନୁଯାୟୀ, ଏଥର ୫ଲକ୍ଷ ୫୧ହଜାର ୬୧୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେବେ ଏହାରି ମଧ୍ୟରେ ୩୦୪୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଶ୍ନ ପତ୍ର ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ୩୧୩ଟି ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସକାଳ ୮ଟା ୩୦ସମୟରେ ପରୀକ୍ଷାର୍ଥୀଙ୍କୁ ଓଏମ୍ଆର ସିଟ୍ ପ୍ରଦାନ କରାଯିବ । ତେବେ ପରୀକ୍ଷା କିଭଳି ଭାବରେ ସଠିକ ରୂପେ ସୂଚାରୁ ରୂପେ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.