ETV Bharat / state

ଆଇଆଇଟି ଭୁବନେଶ୍ୱରରେ ଉଦଘାଟିତ ହେଲା ଗବେଷଣା ଓ ଉଦ୍ୟମିତା ପାର୍କ

author img

By ETV Bharat Odisha Team

Published : Feb 11, 2024, 7:08 PM IST

IIT Bhubaneswar: ଆଇଆଇଟି ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଗବେଷଣା ଏବଂ ଉଦ୍ୟମିତା ପାର୍କର 100 କ୍ୟୁବ ଷ୍ଟାର୍ଟଅପ କନକ୍ଲେଭ । ଅଧିକ ପଢ଼ନ୍ତୁ

ଆଇଆଇଟି ଭୁବନେଶ୍ୱର
ଆଇଆଇଟି ଭୁବନେଶ୍ୱର

ଆଇଆଇଟି ଭୁବନେଶ୍ୱର

ଖୋର୍ଦ୍ଧା/ଭୁବନେଶ୍ବର : ଆଇଆଇଟି ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଗବେଷଣା ଏବଂ ଉଦ୍ୟମିତା ପାର୍କର 100 କ୍ୟୁବ ଷ୍ଟାର୍ଟଅପ କନକ୍ଲେଭ । ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀ ଓ ଷ୍ଟାର୍ଟଅପ ଉଦ୍ୟୋଗୀମାନଙ୍କୁ ଭାରତ ମହିଳାଙ୍କ ନେତୃତ୍ୱରେ ବିକଶିତ ଭାରତରେ ପରିଣତ ହେବ ବୋଲି କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଷ୍ଟାର୍ଟଅପକୁ ପ୍ରାଥମିକତା ଦିଆଯାଉଛି । ଷ୍ଟାର୍ଟଅପ ପଡ଼ିଲେ ହିଁ ଆମ ଦେଶର, ଆମ ରାଜ୍ୟର ଆବଶ୍ୟକତା ପୂରଣ ହେବ । ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ସହ ଖଣିଜ ଏବଂ ଅନ୍ୟାନ ସବୁ ସୁବିଧା ରହିଛି । ଓଡ଼ିଶାରେ ଷ୍ଟାର୍ଟଅପରେ ମହିଳାମାନେ ଆଗରେ ରହିଛନ୍ତି । 2036ରେ ଓଡିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟର 100 ବର୍ଷ ପୂର୍ତ୍ତି କରିବ । ଆମକୁ ଏକାଠି ହୋଇ କାମ କରିବାର ସମୟ ଆସିଛି । ବର୍ତ୍ତମାନ ସମୟ ଦ୍ରୁତଗତିରେ ବଦଳୁଛି ଏବଂ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଉତ୍ସାହ ଭରି ରହିଛି । ଓଡ଼ିଶା ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ଶତବାର୍ଷିକୀ ପୂରଣ କଲା ବେଳକୁ 100 କୋଟି ଟଙ୍କା ବିଶିଷ୍ଟ 100ଟି ଷ୍ଟାର୍ଟଅପ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରହିଛି । ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଏଭଳି ନିଆରା ପଦକ୍ଷେପ ନିଆଯାଇଛି । 2036 ସୁଦ୍ଧା ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ.....'100-କ୍ୟୁବ୍' ଷ୍ଟାର୍ଟ ଅପ୍ କରିବ ଆଇଆଇଟି ଭୁବନେଶ୍ୱର, ୪୫୦ କୋଟି ଟଙ୍କା ମୂଲ୍ୟର ଅଡିଟୋରିୟମ ହେବ ଲୋକାର୍ପଣ

ତେବେ ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବରେ 1500 ସିଟ ବିଶିଷ୍ଟ ଅଡିଟୋରିୟମର ଲୋକାର୍ପଣ ମଧ୍ୟ କରିଛନ୍ତି । ଏହାସହ 450 କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟାର୍ଟଅପମାନଙ୍କୁ ଆର୍ଥିକ ସହାୟତା ସହ ଆଇଆଇଟି ଓ ବିଭିନ୍ନ ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହିଇଛି । ଏହାସହ ଓଡ଼ିଶାର ବିଭିନ୍ନ ଷ୍ଟାର୍ଟଅପମାନେ କରିଥିବା ଷ୍ଟାର୍ଟଅପର ପଦର୍ଶନକୁ ବୁଲି ଦେଖିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । କାର୍ଯ୍ୟକ୍ରମରେ ଆଇଆଇଟି ନିର୍ଦ୍ଦେଶକଙ୍କ ସହ ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧି , ଷ୍ଟାର୍ଟଅପ ଉଦ୍ୟୋଗୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.